ସିନ୍ଦୂର ପିନ୍ଧାଇ ବଳାତ୍କାର କରିବା ଘଟଣାର ଭିନ୍ନମୋଡ଼ : ଟଙ୍କା ପାଇଁ ବ୍ଲାକ୍‌ମେଲ୍‌ କରୁଛନ୍ତି ଯୁବତୀ

ଭୁୁବନେଶ୍ୱର,୮।୭(ବ୍ୟୁରୋ) : ଜଣେ ଯୁବତୀଙ୍କୁ ମଥାରେ ସିନ୍ଦୂର ଦେଇ ବଳାତ୍କାର ହୋଇଥିବା ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଏବେ ଏହି ଘଟଣା ଭିନ୍ନମୋଡ଼ ନେଇଛି। ଯୁବତୀ ଜଣକ ତାଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ପାଇଁ ବ୍ଲାକ୍‌ମେଲ୍‌ କରୁଥିବା ଓ ମିଥ୍ୟା ଅଭିଯୋଗ ଆଣିଥିବା ଅଭିଯୁକ୍ତ ପାଲଟା ଅଭିଯୋଗ ଆଣିଛନ୍ତି। ସେ ଏନେଇ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନାରେ ଉକ୍ତ ଯୁବତୀଙ୍କ ନାମରେ ଏପରି ଅଭିଯୋଗ ଆଣିବା ସହ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଜଣାଇଛନ୍ତି। ଫଳରେ ଭୁବନେଶ୍ୱର ମହିଳା ଥାନାରେ ଯୁବତୀଜଣକ କରିଥିବା ଅଭିଯୋଗକୁ ନେଇ ପ୍ରଶ୍ନ ଉଠିଛି।
ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଅଞ୍ଚଳର ଦେବବ୍ରତ ଦାସଙ୍କ ଅଭିଯୋଗ ମୁତାବକ, ଯୁବତୀ ଜଣକ ଏକ ଏନଜିଓରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସହ ଭେଟ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା। ମାତ୍ର ଯୁବତୀ ଜଣକ ଅନେକ ସମୟରେ ବିଭିନ୍ନ ଆଳ ଦେଖାଇ ତାଙ୍କଠାରୁ ଟଙ୍କା ପଇସା ମାଗିବାରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲେ। ଏପରିକି ବିବାହ ନ କଲେ ବିଷ ପିଇଦେବେ ବୋଲି କହି ତାଙ୍କୁ ଡାକିଥିଲେ। ଦେବବ୍ରତ ପହଞ୍ଚତ୍ବା ପରେ ଯୁବତୀ ଓ ତାଙ୍କ ସହ ଥିବା ପୁରୁଷ ବନ୍ଧୁ ତାଙ୍କୁ ୫ଲକ୍ଷ ଟଙ୍କା ଦେବାକୁ ଧମକ ଦେଇ ବ୍ଲାକ୍‌ମେଲିଂ ଆରମ୍ଭ କରିଥିଲେ। ମାମଲା ରୁଜୁ ପରେ ବି ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଫୋନ୍‌ କରି ଏବେବି ଟଙ୍କା ଦେଇଦେଲେ ରଫାଦଫା କରିଦେବେ ବୋଲି କହୁଥିବା ଦେବବ୍ରତ ଗଣମାଧ୍ୟମକୁ ଜଣାଇଛନ୍ତି। ଏଥିସହ ଯୁବତୀଙ୍କ ସମ୍ପର୍କରେ ଆହୁରି ଅନେକ ଅଭିଯୋଗ ଆଣିଛନ୍ତି ଦେବବ୍ରତ। ସେ କହିଛନ୍ତି, ଯୁବତୀ ଜଣକ ସୋସିଆଲ ମିଡିଆ ଜରିଆରେ ଯୁବକମାନଙ୍କୁ ପ୍ରେମ ଜାଲରେ ଫସାନ୍ତି। ପରେ ଭେଟିବାକୁ ପ୍ରସ୍ତାବ ଦେଇ ସମ୍ପର୍କ ବଢ଼ାନ୍ତି। ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ଭିତରେ ବିବାହ ପ୍ରସ୍ତାବ ଦିଅନ୍ତି। ଏପରିକି ଯୁବକଙ୍କ ହାତରୁ ସିନ୍ଦୂର ପିନ୍ଧିବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋକୁ ନେଇ ବ୍ଲାକ୍‌ମେଲ କରନ୍ତି। ଏହାପରେ ଯୁବତୀ ଜଣକ ନିଜର ଅସଲ ଉଦ୍ଦେଶ୍ୟକୁ ସଫଳ କରନ୍ତି। ମୋଟା ଅଙ୍କର ଅର୍ଥ ଦାବି କରନ୍ତି। ଚାହିଁବା ମୁତାବକ ଅର୍ଥ ନ ମିଳିଲେ ଭିନ୍ନ ଭିନ୍ନ ଥାନାରେ ଅଭିଯୋଗ ଆଣି ସମାଧାନ ପାଇଁ ଆହୁରି ଅଧିକ ଅର୍ଥ ଅସୁଲ କରନ୍ତି। ଟଙ୍କା ନ ମିଳିଲେ ଜେଲ୍‌ ଯିବା ପର୍ଯ୍ୟନ୍ତ ପୋଲିସ ଉପରେ ଚାପ ପକାନ୍ତି। ଏହିପରି ଯୁବତୀ ଜଣକ ପୂର୍ବରୁ ଭୁବନେଶ୍ୱରର ୩ ଥାନାରେ ସମାନ ଅଭିଯୋଗ ଆଣିଛନ୍ତି। ଯୁବତୀଙ୍କ ଅଭିଯୋଗକ୍ରମେ ଜଣେ ଯୁବକ ସରକାରୀ ଚାକିରି ହରାଇବା ସହ ଜେଲ୍‌ ଯାଇଛନ୍ତି। ସେହିଭଳି ଆଉ ଦୁଇଜଣ ଯୁବକ ମଧ୍ୟ ଗିରଫ ହୋଇ ଜେଲ୍‌ ଯାଇଥିବା ସେ କହିଛନ୍ତି। ଏ ସଂକ୍ରାନ୍ତରେ ଡିସିପି ଅନୁପ ସାହୁ କହିଛନ୍ତି , ଯୁବତୀ ଜଣକ ମହିଳା ଥାନାରେ କରିଥିବା ଅଭିଯୋଗ ଓ ଅଭିଯୁକ୍ତ ଯୁବକ ଆଣିଥିବା ଅଭିଯୋଗର ତଦନ୍ତ କରାଯାଉଛି। ଖୁବ୍‌ଶୀଘ୍ର ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଯିବ।


All Right Reserved By Dharitri.Com

ରାଜ୍ୟରେ ରହିଛି ୬୩ କୃଷି, ୮୫ ଉଦ୍ୟାନ କୃଷି ଫାର୍ମ: ଆଧୁନିକୀକରଣ ପାଇଁ ଖର୍ଚ୍ଚ ହୋଇଛି ୧୨୬୨ଲକ୍ଷ ଟଙ୍କା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟରେ ୬୩ଟି କୃଷି ଫାର୍ମ ଏବଂ ୮୫ଟି ଉଦ୍ୟାନ କୃଷି ଫାର୍ମ ରହିଛି। ସେଥିରୁ ୪ଟି କୃଷି ଫାର୍ମ ଓ ୫ଟି ଉଦ୍ୟାନ କୃଷି...

ବିନା ଟିକେଟ୍‌ରେ ମୋ ବସ୍‌ ଯାତ୍ରା: ସେପ୍ଟେମ୍ବର ୧ରୁ ଜରିମାନା

ଭୁବନେଶ୍ୱର,୨୩।୮(ବ୍ୟୁରୋ): କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ) ବିନା ଟିକେଟ୍‌ ଯାତ୍ରୀଙ୍କ ଉପରେ ଆସନ୍ତା ୧ ସେପ୍ଟେମ୍ବରରୁ ଜରିମାନା ଜାରି କରିବ। ଯାତ୍ରୀମାନେ ଟିକେଟ୍‌ ନିରୀକ୍ଷକ...

ଓୟୁଜେର ୪୮ତମ ପ୍ରତିଷ୍ଠା ଦିବସ ସମାରୋହ: ସାମ୍ବାଦିକଙ୍କ ସୁରକ୍ଷା ଲାଗି ସମ୍ମିଳିତ ପ୍ରୟାସ ହେବ

ଭୁବନେଶ୍ୱର,୨୩ା୧୨ (ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏଥିଲାଗି ସମ୍ମିଳିତ ପ୍ରୟାସ ହେବ। ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା...

ବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ବର୍ତ୍ତମାନ ଟ୍ରେଣ୍ଡ୍‌ ଅନୁଯାୟୀ, ଭାଜପା ଓ କଂଗ୍ରେସକୁ...

ଭୁବନେଶ୍ୱରରୁ ସୁରଟକୁ ଉଡ଼ିଲା ବିମାନ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଓଡ଼ିଶାବାସୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ସୋମବାର ସକାଳ ୮.୪୦ମିନିଟ୍‌ରୁ ଏୟାର ଇଣ୍ଡିଆର ଏ୩୨୧ ବିମାନ  ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮୧...

ନୂଆବର୍ଷରେ ଭିଜିବ ଓଡ଼ିଶା

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ନୂଆବର୍ଷରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।...

ବାଙ୍କୀ ଡବଲ୍‌ ମର୍ଡର ଘଟଣା: ଅଭିଯୁକ୍ତ ଜିତେନ୍ଦ୍ର ଗିରଫ

କଟକ ଅଫିସ/ବାଙ୍କୀ(ସ୍ବ.ପ୍ର)୨୧।୨: ବହୁ ଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାରେ ସ୍ଥାନୀୟ ପୋଲିସ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ...

ମାତିଛନ୍ତି ନିଶାଦିଆ ଲୁଟେରା ଗ୍ୟାଙ୍ଗ୍‌: ଯାତ୍ରୀଙ୍କୁ ଖାଦ୍ୟରେ ନିଶାଦେଇ ଲୁଟ୍‌

କଟକ ଅଫିସ,୨୦ା୭: ଟ୍ରେନରେ ମାତିଛନ୍ତି ନିଶାଦିଆ ଲୁଟେରା ଗ୍ୟାଙ୍ଗ। ରାଜ୍ୟ ବାହାରୁ ଟ୍ରେନରେ ଓଡ଼ିଶା ଆସୁଥିବା ଯାତ୍ରୀମାନଙ୍କୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ଟାର୍ଗେଟ କରୁଛନ୍ତି। ଟ୍ରେନ୍‌ରେ...

Leave a comment

Your email address will not be published. Required fields are marked *