ଜେଟ୍‌ ଏୟାରଓ୍ବେଜ ପରେ ସଙ୍କଟରେ ପଓ୍ବନହଂସ, ଦେଇ ପାରିଲାନି ଏପ୍ରିଲ ବେତନ

ନୂଆଦିଲ୍ଲୀ,୨୯-୪: କିଙ୍ଗଫିଶର ଏବଂ ଜେଟ୍‌ ଏୟାରଓ୍ବେଜ ପରେ ପଓ୍ବନହଂସ ହେଲିକପ୍ଟର କମ୍ପାନୀ ଉପରେ ଏବେ ସଙ୍କଟ ଦେଖାଦେଇଛି। ବିଏସ୍‌ଏନ୍‌ଏଲ, ଏମ୍‌ଟିଏନ୍‌ଏଲ, ଏୟାର ଇଣ୍ଡିଆ, ଇଣ୍ଡିଆ ପୋଷ୍ଟ ପରେ ଏବେ ଉକ୍ତ ରାଷ୍ଟ୍ରାୟତ୍ତ କମ୍ପାନୀର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଛି। କମ୍ପାନୀକୁ ୨୦୧୮-୧୯ ଆର୍ଥିକ ବର୍ଷରେ ୮୯ କୋଟି ଟଙ୍କାର କ୍ଷତି ହୋଇଥିଲା। ଋଣ କଥା ନ କହିଲେ ଭଲ। ଏହି କାରଣରୁ କମ୍ପାନୀ ଏପ୍ରିଲ ଦରମା ଦେବାକୁ ଅକ୍ଷମ। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଏକ ସର୍କୁଲାର ଜାରି କରାଯାଇଛି।

କମ୍ପାନୀର ଏହି ନିଷ୍ପତ୍ତି କର୍ମଚାରୀ ଏବଂ ସେମାନଙ୍କର ପରିବାର ଉପରେ ପ୍ରଭାବ ପକାଇବାକୁ ଯାଉଛି। ପିଲାଙ୍କ ସ୍କୁଲ ଫିସ୍‌, କୋଚିଂ କ୍ଲାସ୍‌ ପାଉଣା, ଇଏମ୍‌ଆଇ ଆଦି ଭରଣା ପାଇଁ ଅର୍ଥ କେଉଁଠୁ ଆସିବ ସେ ନେଇ ସେମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି। କେନ୍ଦ୍ର ସରକାର ଗତବର୍ଷ ପଓ୍ବନହଂସକୁ ବିକ୍ରି କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କମ୍ପାନୀ ଉପରେ ଏବେ ୨୩୦ କୋଟି ଟଙ୍କା ବ୍ୟତୀତ ଆହୁରି ବହୁ କୋଟି ଟଙ୍କାର ଋଣ ରହିଛି। ଆଗାମୀ ଦିନରେ ଏଥିଯୋଗୁ କମ୍ପାନୀର ଆର୍ଥିକ ସ୍ଥିତି ଆହୁରି ବିଗିଡି ଯିବ ବୋଲି କୁହାଯାଉଛି। ଯେକୌଣସି ପ୍ରକାରେ ପାଣ୍ଠି ଯୋଗାଡ କରି କର୍ମଚାରୀଙ୍କୁ ଦରମା ଦେବା ସହ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ଲାଗି ପ୍ରୟାସ ଜାରି ରହିଛି। କମ୍ପାନୀ ବୁଡ଼ି ଯିବାକୁ ବସିଥିଲେ ହେଁ ଏଥିରେ ସେମାନଙ୍କର ଦୋଷ କ’ଣ ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି। କମ୍ପାନୀ ମ୍ୟାନେଜମେଣ୍ଟର ଭୁଲ୍‌ ନୀତି କାରଣରୁ ଏହା ବୁଡ଼ିଯିବାକୁ ବସିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏଭଳି ସ୍ଥିତିରେ କର୍ମଚାରୀମାନେ ଅଦାଲତର ଦ୍ୱାରସ୍ଥ ହେବାକୁ ବିଚାର କରୁଛନ୍ତି। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ରୋହିଣୀ ହେଲିପୋର୍ଟ(ଦିଲ୍ଲୀ)ରେ ୧୨୫ କୋଟି ଟଙ୍କାର ନିବେଶ ପଓ୍ବନହଂସର ଆର୍ଥିକ ସ୍ଥିତି ଖରାପ ହେବାର ମୂଳ କାରଣ। ହେଲିପୋର୍ଟ ଆରମ୍ଭ ହେବା ପରେ ବେଶ୍‌ କିଛି ଦିନ ଭଲରେ ଚାଲିଥିଲା। ପରେ ଏହାକୁ ବନ୍ଦ କରିଦିଆଗଲା। ଏବେ ଏଥିରୁ ଟଙ୍କାଟିଏ ଆୟ ହେଉନି। ତେବେ ପଓ୍ବନହଂସକୁ ବଞ୍ଚାଇବା ଲାଗି ଯଥାସମ୍ଭବ ପ୍ରୟାସ ଆରମ୍ଭ ହୋଇଛି। କମ୍ପାନୀ ଏବେ ଖର୍ଚ୍ଚକାଟ ପ୍ରକ୍ରିୟା ଆରମ୍ଭ କରିଛି। କର୍ମଚାରୀଙ୍କୁ ଓଭରଟାଇମ ପାଇଁ ଆଉ ଅତିରିକ୍ତ ଅର୍ଥ ଦିଆଯାଉ ନାହିଁ। ଡ୍ୟୁଟି ଟାଇମରେ କାମରେ ହେଳା କରି ବହୁ କର୍ମଚାରୀ ଓଭରଟାଇମ ନେଉଥିବା ଦେଖାଯାଇଛି। ଏଭଳି ସ୍ଥିତିରେ କର୍ମଚାରୀ ଓଭରଟାଇମକୁ ବନ୍ଦ କରିଦେଇଛି।

କେବଳ ଟେକ୍ନିକାଲ ଷ୍ଟାଫ ହିଁ ଓଭରଟାଇମ କରିପାରିବେ। ଦେଶର ବହୁ ସ୍ଥାନରେ ଥିବା ହେଲିପୋର୍ଟରୁ କମ୍ପାନୀ ଗୋଟିଏ ହେଲେ ଟଙ୍କା ଆୟ କରୁନି। ସାଧାରଣ ନିର୍ବାଚନ ସମୟରେ ଘରୋଇ କମ୍ପାନୀଙ୍କ ସମସ୍ତ ହେଲିକପ୍ଟର ବୁକ୍‌ ହୋଇଥିବା ବେଳେ ପଓ୍ବନହଂସର ଅଧିକାଂଶ ହେଲିକପ୍ଟର ଛିଡା ହୋଇରହିଛି। ଏଗୁଡ଼ିକର ଅଧିକାଂଶ ଖରାପ ସ୍ଥିତିରେ ରହିବା ମୁଖ୍ୟ କାରଣ ହୋଇଛି। ଏଭଳି ସ୍ଥିତିରେ କର୍ମଚାରୀଙ୍କୁ ଦରମା କେବେ ମିଳିବ ତାହା କେହି ଜାଣିନାହାନ୍ତି। ତେବେ ଏଥିପାଇଁ ପ୍ରୟାସ ହେଉଥିବା ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଆରମ୍ଭ ହେଲା ସିଲ୍କ ଇଣ୍ଡିଆ ଏକ୍ସପୋ

ଭୁବନେଶ୍ୱର,୧୦ା୮:ହସ୍ତଶିଳ୍ପୀ ଆର୍ଟିଜାନ୍ସ ଏବଂ ଓ୍ବେଭର୍ସ ଓ୍ବେଲଫେୟାର ଆସୋସିଏଶନ ପକ୍ଷ ରୁ ସ୍ଥାନୀୟ ହୋଟେଲ ନ୍ୟୁ ମ୍ୟାରିୟନଠାରେ ସିଲ୍କ ଇଣ୍ଡିଆ ଏକ୍ସପୋ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଏକ୍ସପୋର...

୯ ବଡ଼ ବ୍ୟାଙ୍କ ବିରୋଧରେ ମାମଲା ଦାଏର କରିବ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌

ନୂଆଦିଲ୍ଲୀ,୧୧-୬: କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ର ନୂଆ ବୋର୍ଡ ଦେଶର ୯ ବଡ଼ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା...

ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ; ଗେଟ୍ସଙ୍କୁ ପଛରେ ପକାଇ ଆର୍ନଲ୍ଟ ଦ୍ୱିତୀୟ ଶୀର୍ଷ ଧନୀ

ନୂଆଦିଲ୍ଲୀ,୧୮-୭: ମାଇକ୍ରୋସଫ୍‌ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ଠାରୁ ବିଶ୍ୱର ଦ୍ୱିତୀୟ ଶୀର୍ଷ ଧନୀ ମୁକୁଟ ହଟିଯାଇଛି। ପ୍ରକାଶ ପାଇଥିବା ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ ତାଲିକାରେ ସେ...

ରାମ୍‌କୋ ସିମେଣ୍ଟର ଡିଲର ସମ୍ମିଳନୀ

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାମ୍‌କୋ ସିମେଣ୍ଟ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଡିଲର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାୟ ୯୦୦ ଡିଲର ଯୋଗ ଦେଇଥିଲେ। ଗ୍ରାହକଙ୍କ ଚାହିଦାକୁ...

ଓଡ଼ିଶା ବଜାରରେ ରେନୋର ନୂଆ ଡଷ୍ଟର

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ମଡେଲ ଯାନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ପାହାଳସ୍ଥିତ ରେନୋ ଭୁବନେଶ୍ୱରର ନର୍ଥ ଶୋ’ରୁମଠାରେ ଏହାକୁ...

ଚଳିତବର୍ଷ ନିଲାମ ହେବ ୫ଜି ସ୍ପେକ୍ଟ୍ରମ: ଟେଲିକମ୍‌ ମନ୍ତ୍ରୀ

ନୂଆଦିଲ୍ଲୀ,୪-୬: ଟେଲିକମ୍‌ ମନ୍ତ୍ରୀ ଭାବେ ରବିଶଙ୍କର ପ୍ରସାଦ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଗାମୀ ୧୦୦ ଦିନ ଭିତରେ ୫ଜି ସ୍ପେକ୍ଟ୍ରମ ଟେଷ୍ଟିଙ୍ଗ୍‌ ଆରମ୍ଭ କରିବାର...

ବିଜୁଳି କମ୍ପାନୀଙ୍କ ବକେୟା ପୈଠ ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩-୧୦: ବିଜୁଳି ଶକ୍ତି ଉତ୍ପାଦନକାରୀଙ୍କ ବକେୟା ବାବଦ ଅର୍ଥକୁ ରାଜ୍ୟଗୁଡିକ ଶୀଘ୍ର ପ୍ରଦାନ କରନ୍ତୁ। ଏହା ଦ୍ୱାରା ନିବେଶ ପ୍ରତି ଆକୃଷ୍ଟ ତଥା ନିବେଶକଙ୍କ ମନୋଭାବରେ...

ଖାଦ୍ୟଡବା, ପ୍ୟାକେଟରେ ଦର୍ଶାଇବାକୁ ହେବ ଚିନି, ଚର୍ବି, ଲୁଣ ମାତ୍ରା

ନୂଆଦିଲ୍ଲୀ,୨୮-୬: ଖାଦ୍ୟପଦାର୍ଥ ନିର୍ମାତା ପ୍ରସ୍ତୁତ ଖାଦ୍ୟକୁ ପ୍ୟାକେଟ ଓ ଡବାରେ ବିକ୍ରି କରିବା ବେଳେ ଏଣିକି ନୂଆ ନିୟମ ପାଳନ କରିବାକୁ ବାଧ୍ୟ ରହିବେ। ଏଣିକି...

Leave a comment

Your email address will not be published. Required fields are marked *