ଅଟୋ-ମିନିଟ୍ରକ୍‌ ଧକ୍କା: ଜଣେ ମୃତ, ୫ ଆହତ

ଛତ୍ରପୁର, ୮।୭(ଡି.ଏନ.ଏ): ଛତ୍ରପୁର ସହର ଉପକଣ୍ଠ ଏକ ଢାବା ସମ୍ମୁଖ ଜାତୀୟ ରାଜପଥରେ ରବିବାର ସକାଳେ ଅଟୋ ରିକ୍ସାକୁ ମିନିଟ୍ରକ୍‌ ଧକ୍କା ଦେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଗଞ୍ଜାମ ବ୍ଲକ ରାଉଳିବନ୍ଧ ଗାଁର ଗଙ୍ଗାଧର ମହାରଣା। ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅଟୋ ଲୋକଙ୍କୁ ନେଇ ରାଉଳିବନ୍ଧକୁ ଫେରୁଥିବା ବେଳେ ପଛପଟୁ ମିନିଟ୍ରକ୍‌ ଧକ୍କା ଦେବାରୁ ଗାଡି ୨ଟି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ। ସେଠାରେ ଗଙ୍ଗାଧରଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ବ୍ରହ୍ମପୁର ବଡ ମେଡିକାଲ ଫାଣ୍ଡି ପକ୍ଷରୁ ଏକ ମାମଲା (୩୬୨/୧୯) ରୁଜୁ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣା ପରେ ମିନି ଟ୍ରକ୍‌ ଚାଳକ ଫେରାର ଅଛନ୍ତି। ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ପୋଲିସ ଜବତ କରି ଛତ୍ରପୁର ଥାନାକୁ ନେଇଛି।


All Right Reserved By Dharitri.Com

ଦାଦାବଟି ମାଗିବା ସହ ବୋମାମାଡ଼ ମାମଲା : ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୨।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅଞ୍ଚଳରେ ଦାଦାବଟି ମାଗିବା ସହ ଜଣେ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼ କରିଥିବା ମାମଲାର ଶୁଣାଣି କରି ଅତିରିକ୍ତ...

ଟ୍ରଲିରେ ମୃତଦେହ ନେଲେ ପରିବାର ଲୋକେ

ବ୍ରହ୍ମପୁର ଅଫିସ,୧୯ା୨ – ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦୃଷ୍ଟିକୁ ଆସିଛି। ମେଡିକାଲରେ ମୃତ୍ୟୁ ଘଟିଥିବା ରୋଗୀଙ୍କୁ...

କୁକୁଡ଼ା ଫାର୍ମ ହଟାଇବାକୁ ଗ୍ରାମବାସୀଙ୍କ ବିକ୍ଷୋଭ

ପାଟପୁର,୧୩ା୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଟିଗୁଡା ପଞ୍ଚାୟତର ସିନ୍ଦୁରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର, ଅଭିଭାବକ ଓ ଶତାଧିକ ଗ୍ରାମବାସୀ ଗୁରୁବାର...

ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୧୮।୪(ଡି.ଏନ.ଏ): ଭଞ୍ଜନଗର ଥାନା ଅନ୍ତର୍ଗତ ଅଗଝୋଳରେ ବୁଧବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଉକ୍ତ ଗଁ।ର ସଦାଶିବ ପ୍ରଧାନଙ୍କ (୨୪) ମୃତ୍ୟୁ...

୪ ବଖରାରେ ୮ ଶ୍ରେଣୀ: ବିଦ୍ୟାଳୟ ବାରଣ୍ଡାରେ ଚାଲିଛି ପାଠପଢ଼ା

ଆସିକା,୨୩ା୧୧ (ଡି.ଏନ୍‌.ଏ.) -ଆସିକା ବ୍ଲକ ଦେବଭୂମି ପଞ୍ଚାୟତ ମାମୁଡିହ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୮ଟି ଶ୍ରେଣୀ ରହିଛି। ମାତ୍ର ୪ଟି ଶ୍ରେଣୀଗୃହ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପରିବାରର ୪ ସଦସ୍ୟ

ବ୍ରହ୍ମପୁର ଅଫିସ,୮ା୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ...

୧୫ ସୁଦ୍ଧା ପାଇଖାନା ନିର୍ମାଣ ବକେୟା ପ୍ରଦାନ ନିର୍ଦ୍ଦେଶ: ଘରକୁ ଯାଇ କାର୍ଯ୍ୟାଦେଶ ଦେଲେ ବିଡିଓ

ଛତ୍ରପୁର,୯ା୧(ଡି.ଏନ.ଏ)-ଗଞ୍ଜାମ ଜିଲାରେ ବାହ୍ୟ ମଳମୁକ୍ତ ଘୋଷଣା ହୋଇଥିଲେ ମଧ୍ୟ ଏବେ ଲୋକେ ଖୋଲାରେ ଶୌଚ ହେଉଛନ୍ତି। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ...

ମିଥ୍ୟା ମାମଲାରେ ପୁଅକୁ ଫସାଇବା ଉଦ୍ୟମ: ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ମା’

ବ୍ରହ୍ମପୁର ଅଫିସ,୧୨।୨: ପୁଅକୁ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରତିବାଦରେ ବୁଧବାର ଏସ୍‌ପିଙ୍କୁ ଭେଟିବାକୁ ଆସି ଜଣେ ମା’ ଦେହରେ କିରୋସିନ...

Leave a comment

Your email address will not be published. Required fields are marked *