ଗଛମୂଳେ ଚାଲିଛି ମଧ୍ୟାହ୍ନଭୋଜନ

ଚମ୍ପୁଆ, ୮ା୭(ଡି.ଏନ୍‌.ଏ): ସମସ୍ତେ ପଢ଼ିବେ ସମସ୍ତେ ବଢ଼ିବେ ଆଧାରରେ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଥମରୁ ୮ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି। ଏହି ମଧ୍ୟାହ୍ନଭୋଜନ ପାଇଁ ପଞ୍ଚନିୟମ ପ୍ରଣୟନ କରାଯାଇଛି। ମାତ୍ର ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩ ଶହ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଉଥିବା ବେଳେ ଏମାନଙ୍କ ବସିବା ପାଇଁ କୌଣସି ସ୍ଥାନ ନିରୂପଣ କରାଯାଉନାହିଁ।
ସୂଚନା ଅନୁସାରେ, ୧୯୪୮ ମସିହାରେ ନିର୍ମିତ ଏହି ଉଚ୍ଚ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ଏକ ପ୍ରମୁଖ ବିଦ୍ୟାଳୟ ରୂପେ ପରିଗଣିତ ହେଉଥିଲା। ମାତ୍ର ପରେ ପରେ ଏହି ବିଦ୍ୟାଳୟର ପରୀକ୍ଷାଫଳକୁ ନେଇ ଶିକ୍ଷାଦାନ ପ୍ରତି ଅଭିଭାବକମାନେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଦେଖିବାକୁ ମିଳୁଛି। ଏହି ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନଭୋଜନର ଗୁଣାତ୍ମକ ମାନ ଠିକ୍‌ ରହୁଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀ ଏହାର ଦାୟିତ୍ୱ ତୁଲାଉଛି। ବିଦ୍ୟାଳୟ ପରିସରରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ପାଇଁ ରୋଷେଇଶାଳ ରହିଛି, ମାତ୍ର ଛାତ୍ରୀଛାତ୍ରଙ୍କ ବସିବା ପାଇଁ ସ୍ଥାନ ନ ଥିବାରୁ ସେମାନେ ଗଛମୂଳେ ବସି ମଧ୍ୟାହ୍ନଭୋଜନ ଖାଉଛନ୍ତି। ମଧ୍ୟାହ୍ନଭୋଜନ ପାଇଁ ଥିବା ପଞ୍ଚନିୟମ ଯଥା- ସୁରକ୍ଷିତ ପରିଷ୍କାର ସ୍ବାସ୍ଥ୍ୟକର ଉଦ୍ଦେଶ୍ୟଭିତ୍ତିକ, ସୁରକ୍ଷିତ ପୁଷ୍ଟିଭିତ୍ତିକ ଓ ସ୍ବାସ୍ଥ୍ୟକର ରନ୍ଧାଯୁକ୍ତ ଖାଦ୍ୟ, ଖାଇବା ପୂର୍ବରୁ ଓ ପରେ ଉଚିତ୍‌ ହାତଧୁଆ, ସାମାଜିକ ଓ ଲିଙ୍ଗ ଭିତ୍ତିକ ପକ୍ଷପାତିତା ସର୍ବଦା ବର୍ଜନୀୟ ଏବଂ ସୁରକ୍ଷିତ ପାନୀୟଜଳ ଏହି ନିୟମ ଭିତରେ ଯାଉଥିଲେ ମଧ୍ୟ ଏଠାରେ ଏହାର ବିଡ଼ମ୍ବନା ଦେଖିବାକୁ ମିଳୁଛି। ଶିକ୍ଷକମାନେ କେବଳ ଧାଡ଼ି ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେଉଥିବା ବେଳେ ପିଲା ହାତ ଧୋଇଲେ କି ନାହିଁ ଏବଂ ପିଲାମାନେ କେମିତି ସୁସ୍ଥ ପରିବେଶରେ ବସି ଖାଇପାରିବେ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ଗଛମୂଳ ସନ୍ତସନ୍ତିଆ ଘାସ ଗାଲିଚା ଉପରେ ବସି ପିଲାମାନେ ଖାଉଥିବା ଦେଖିବାକୁ ମିଳିଛି। ପରିତାପର ବିଷୟ ଏହି ଯେ, ବିଦ୍ୟାଳୟକୁ ଲାଗିଥିବା ରାସ୍ତା ଦେଇ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି କିପରି କାହାର ନଜର ପଡୁନାହିଁ, ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ଛାତଘରେ ଶିକ୍ଷାଦାନ ଦିଆଯାଉଛି ସତ, ମାତ୍ର ଗଛମୂଳେ ମଧ୍ୟାହ୍ନଭୋଜନ ପରଷିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାରିବାପଣିଆକୁ ପରିହାସ କରୁଛି। ଏ ନେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ମହାନ୍ତଙ୍କୁ ପଚାରିବାରୁ ୨ ବର୍ଷ ତଳେ ପିଲାମାନେ ବସି ଖାଇବା ପାଇଁ ଏକ ଶେଡ୍‌ ନିର୍ମାଣ କରିବାକୁ ତତ୍କାଳୀନ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସେଠୀ ବିଭାଗକୁ ଚିଠି କରିଥିଲେ। ମାତ୍ର ତାହା ଆଜିପର୍ଯ୍ୟନ୍ତ ହୋଇପାରିନାହିଁ। ତୁରନ୍ତ ଏଥିପାଇଁ ବିଭାଗକୁ ଚିଠି କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


All Right Reserved By Dharitri.Com

କପ୍ତିପଦାରେ ଗଣ ମହୋତ୍ସବ ‘ବିରାଟ’ ଉଦଘାଟିତ: ’ମହୋସତ୍ବ ମାଧ୍ୟମରେ ସବୁ ବିଭେଦର ବିଲୟ ଘଟେ’

କପ୍ତିପଦା,୧୯ା୬(ଡ଼ି.ଏନ୍‌.ଏ)- ମହୋତ୍ସବ ମାଧ୍ୟମରେ ଜାତିବାଦ, ଆତଙ୍କବାଦ, ସନ୍ତ୍ରାସବାଦ ଭଳି ସବୁ ବିଭେଦର ବିଲୟ ଘଟେ । ସମଗ୍ର ବିଶ୍ୱରେ ଭାରତ ହିଁ ଅନନ୍ୟ ତାର ବିଶ୍ୱ...

ଭୋଗରାଇରେ ପୁଣି ଲଜ୍ଜା: ଅଶ୍ଳୀଳ ଭିଡିଓ ଶୁଟିଂ କରି ବ୍ଲାକମେଲିଂ

ଭୋଗରାଇ, ୧୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଉପାନ୍ତ ତାଳସାରୀ ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ରଖିବାକୁ ବାଧ୍ୟ କରି ଏହାର...

ହଳଦିଆ ଘାଟରେ ବୁଡିଲା ଡଙ୍ଗା

ବାଲେଶ୍ୱର ଅଫିସ, ୯ା୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ହଳଦିଆ ଗ୍ରାମ ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀର ହଳଦିଆ ଘାଟରେ ରବିବାର ସନ୍ଧ୍ୟା ପ୍ରାୟ ୭ଟା ୪୦...

୫ ଶ୍ରେଣୀକୁ ୮୦ ଛାତ୍ରୀଛାତ୍ର, ୨ ଶିକ୍ଷକ

ଜଳେଶ୍ୱର,୨୩।୧(ସ୍ବ.ପ୍ର.)-ସରକାର ଶିକ୍ଷାର ମାନ ବଢ଼ାଇବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ବାଲେଶ୍ୱର ଜିଲାର ଜଳେଶ୍ୱର ଗୋଷ୍ଠୀ ଶିକ୍ଷା...

ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଆକ୍ରମଣ

ଭଦ୍ରକ ଅଫିସ, ୨୩।୪ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଗ୍ରାମରେ ରବିବାର ନିର୍ଦ୍ଦିଷ୍ଟ ଏକ ଦଳର ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଏକ...

ମରାମତି ଅପେକ୍ଷାରେ ୮୪ ବିଦ୍ୟାଳୟ

ବାସୁଦେବପୁର, ୧୮।୪ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟ ଅବହେଳିତ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ବିଦ୍ୟାଳୟର କାନ୍ଥ...

ଜିଲାରେ ୫୫୫ ଶିଶୁ ଅପପୁଷ୍ଟିର ଶିକାର

ଭଦ୍ରକ ଅଫିସ, ୧୮।୫ – ଭଦ୍ରକ ଜିଲାରେ ସମନ୍ବିତ ଶିଶୁ ବିକାଶ ଯୋଜନା ବାଟବଣା। ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟର ବିକାଶ ପାଇଁ ସରକାରଙ୍କ...

ଅସୁରକ୍ଷିତ ବାହାବଳପୁର ଜେଟି

ରୂପ୍‌ସା, ୨୯।୧୧-ଶତାଧିକ ମତ୍ସ୍ୟଜୀବୀଙ୍କୁ ଦାନାପାଣି ଯୋଗାଉଥିବା ବାହାବଳପୁର ମାଛଧରା ଜେଟି ଦିନକୁ ଦିନ ସ୍ଥିତି ହରାଇବାକୁ ବସିଛି। ଜଳକା ନଦୀର ଶାଖା ନାଳ ସଂଲଗ୍ନ ମୁହାଣରେ...

Leave a comment

Your email address will not be published. Required fields are marked *