ଅଂଶୁଘାତ ଓ୍ବାର୍ଡରେ କେକ୍‌ କାଟିଲେ ଦିଦି: ଦେଢ଼ଘଣ୍ଟାର ନୃତ୍ୟ, ଗୀତ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୯।୪:  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଖୋଲାଯାଇଛି ଅଂଶୁଘାତ ଓ୍ବାର୍ଡ। ଆକ୍ରାନ୍ତମାନଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେବାକୁ ଶୀତତାପ ନିୟନ୍ତ୍ରିତ ଏହି କକ୍ଷରେ ସମସ୍ତ ବ୍ୟବସ୍ଥା କରାଯାଇଛି। ହେଲେ ଶନିବାର ରାତିରେ ଏହି ସ୍ବତନ୍ତ୍ର କକ୍ଷର ପୁରୁଷ ଓ୍ବାର୍ଡରେ କେକ୍‌କାଟି ଜନ୍ମଦିନ ପାଳନ କରିଛନ୍ତି ଜନୈକା ଷ୍ଟାଫ୍‌ ନର୍ସ। ଦେଢ଼ଘଣ୍ଟା ଧରି ଗୀତ ବଜାଇବା ସହ ନୃତ୍ୟ କରି ସମ୍ପୃକ୍ତା ଦିଦିଙ୍କ ସହ ଅନ୍ୟ କେତେଜଣ ଦିଦି ଜନ୍ମଦିବସର ମଜା ଉଠାଇଛନ୍ତି। ମେଡିକାଲ ମଧ୍ୟରେ ନୀରବତା ରକ୍ଷା କରିବା ପରିବର୍ତ୍ତେ ଦିଦିମାନଙ୍କ ଏପରି କୋଳାହଳମୟ ଜନ୍ମଦିନ ପାଳନ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଶନିବାର ଜନୈକା ଷ୍ଟାଫ ନର୍ସଙ୍କ ଜନ୍ମ ଦିନ ଥିଲା। ସକାଳେ ସହକର୍ମୀମାନେ ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ସନ୍ଧ୍ୟାରେ ଭିନ୍ନ ଧରଣର ଆୟୋଜନ କରାଯାଇଥିଲା। ଡ୍ୟୁଟି ସରିବା ମାତ୍ରେ ସମ୍ପୃକ୍ତା ଦିଦିଙ୍କ ସହ ଅନ୍ୟମାନେ ଅଂଶୁଘାତ ଓ୍ବାର୍ଡର ପୁରୁଷ ବିଭାଗକୁ ଦଖଲ କରିନେଇଥିଲେ। ପରେ କେକ୍‌ କଟାଯାଇ ସେଠାରେ ଜନ୍ମଦିନ ପାଳନ କରାଯାଇଥିଲା। ଦେଢ଼ ଘଣ୍ଟା ଧରି ଦିଦିମାନେ ନାଚ ଗୀତ ଚଳାଇ ପରିବେଶକୁ ପୂରା ଉତ୍ସବମୟ କରିଦେଇଥିଲେ। ଏହି ସମୟରେ ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଅଂଶୁଘାତ ଓ୍ବାର୍ଡରେ ଏପରି କୋଳାହଳକୁ ନେଇ ସନ୍ଦେହରେ ପଡ଼ିଥିଲେ। କେତେଜଣ ସମ୍ପର୍କୀୟ ସନ୍ଦେହ ଦୂର ପାଇଁ ଉକ୍ତ ଓ୍ବାର୍ଡ ମଧ୍ୟକୁ ପ୍ରବେଶ କରିବା ପରେ ସେଠାରେ ଜନ୍ମଦିନ ପାଳନ ହେଉଥିବା ସମ୍ପର୍କରେ ଅବଗତ ହୋଇଥିଲେ। ମେଡିକାଲ ମଧ୍ୟରେ ଦିଦିମାନଙ୍କ ଏପରି କାର୍ଯ୍ୟ ସେମାନଙ୍କୁ ଯେତିକି ଆଶ୍ଚର୍ଯ୍ୟଚକିତ କରିଥିଲା, ସେତିକି ଅସନ୍ତୋଷ ମଧ୍ୟ ସୃଷ୍ଟି କରିଥିଲା। ଦିଦିମାନେ ଚାହିଁଥିଲେ ଅଧିକ ସମୟ ରୋଗୀ ସେବା କରି ଜନ୍ମଦିବସକୁ ଅଧିକ ସ୍ବତନ୍ତ୍ର କରିପାରିଥାନ୍ତେ। ସେବିକା ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରି ଥାନ୍ତେ। କିନ୍ତୁ ତାହା ନ କରି ଚିକିତ୍ସାଳୟ ମଧ୍ୟରେ ଏପରି ନୃତ୍ୟଗୀତ କରିବା କେତେଦୂର ଗ୍ରହଣଯୋଗ୍ୟ ବୋଲି ମେଡିକାଲ ପରିସରରେ ଆଲୋଚନା ହେଉଛି।

ଘଟଣା ସମ୍ପର୍କରେ ଏଡିଏମ୍‌ଓ ଲକ୍ଷ୍ମୀ ନାରାୟଣ ବିଶୋଇ କହିଛନ୍ତି, ଏପରି କିଛି ହୋଇଥିବା ସୂଚନା ପାଇନାହିଁ। ତଥାପି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବି ବୋଲି ସେ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ପାଲଲହଡ଼ାବାସୀଙ୍କୁ ନାଳ ପାଣି ଯୋଗାଣ ଅଭିଯୋଗ

ପାଲଲହଡ଼ା,୨୪ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦର ମହକୁମାବାସୀଙ୍କୁ ସ୍ବଚ୍ଛ ପିଇବା ପାଣି ଯୋଗାଣ ପାଇଁ ନିର୍ମାଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଏକ କମ୍ପାନୀ...

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

ଛେଣ୍ଡିପଦା,୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ କର୍ଣ୍ଣପାଳ ଗ୍ରାମ କଦମ୍ବଘାଟ ସାହିର ନୂଆଦେଇ ମାଝି (୬୧) ରବିବାର ସକାଳେ ଘରଠାରୁ ୫୦୦ମିଟର ଦୂର ଆଉଁଳି ନଦୀରୁ...

ନନ୍ଦିନୀ ଦେବୀ ଥିଲେ ସାଲିସ୍‌ବିହୀନ ନେତ୍ରୀ

ଢେଙ୍କାନାଳ ଅଫିସ,୧୦ା୬: ଢେଙ୍କାନାଳ ଗୋପବନ୍ଧୁ ଟାଉନହଲଠାରେ ରବିବାର ସନ୍ଧ୍ୟା ୬ଟାରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟିକା ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀ ପାଳିତ...

ପରିଚାଳନାରେ ଝୁଣ୍ଟିଲା ପ୍ରଶାସନ: ଗୋଟିଏ ବୁଥ୍‌ରେ ହୋଇପାରେ ସାନି ମତଦାନ

ଅନୁଗୋଳ ଅଫିସ, ୨୫।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ବେଳେ ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ ଖବର ଆସିଥିଲା। ଏପରି କି କେତୋଟି...

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଲା ଟ୍ରକ: ସେବା ବାଧାପ୍ରାପ୍ତ

ବଇଣ୍ଡା,୧୦।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ନିକଟସ୍ଥ କଦଳୀମୁଣ୍ଡାଠାରେ ଥିବା ଏକ ଏଲଟିଲାଇନ ବିଦ୍ୟୁତ୍‌ ଖୁଣ୍ଟକୁ ଏକ ଟ୍ରକ ଧକ୍କା ଦେଇଛି। ଫଳରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଥିବାବେଳେ ବିଦ୍ୟୁତ...

ବଅଁରପାଳ ଛାତ୍ର ରେଭେନ୍‌ଶା ଟପ୍ପର

ବଅଁରପାଳ,୯।୬(ଡି.ଏନ.ଏ.) – ବଅଁରପାଳ ସ୍ଥିତ ପିବିକେ ହାଇସ୍କୁଲର ଛାତ୍ର ସତ୍ୟଜିତ ବେହେରା ରେଭେନ୍‌ଶା ଜୁନିୟର କଲେଜରେ ଟପ୍ପର ହୋଇଛନ୍ତି। ସତ୍ୟଜିତ ହାଇସ୍କୁଲ ପରୀକ୍ଷାରେ ୯୫ ଶତକଡ଼ା...

କିଶୋରନଗରରେ ୪୨ ଡିଗ୍ରୀ ତାପମାତ୍ରା: ପାଣି ପାଇଁ ଜନଜୀବନ ହନ୍ତସନ୍ତ

ବଇଣ୍ଡା,୧୧।୬(ଡି.ଏନ.ଏ.)-ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ବିଶେଷ କରି ଅନୁଗୋଳ ଜିଲାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କିଶୋରନଗର ବ୍ଲକରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ୱ...

ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର

ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ...

Leave a comment

Your email address will not be published. Required fields are marked *