Posted inଜାତୀୟ

ମେଣ୍ଟ ସରକାର ବଞ୍ଚାଇବାକୁ କୁମାରସ୍ବାମୀଙ୍କ କସରତ: ଡାକିଲେ ବୈଠକ

ବେଙ୍ଗାଲୁରୁ,୭।୭: କଂଗ୍ରେସ-ଜେଡିଏସର ୧୧ ବିଧାୟକ ଶନିବାର ଇସ୍ତଫା ଦେବା ପରେ ଅଡ଼ୁଆରେ ପଡିଯାଇଛି କର୍ନାଟକର ମେଣ୍ଟ ସରକାର। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଆମେରିକା ଗସ୍ତରେ ଥିବାବେଳେ ଏଭଳି ଘଟଣା ଘଟିଛି। ଫଳରେ ସରକାର ଗଢ଼ିବା ପାଇଁ ରାଜନୀତି ଆରମ୍ଭ ହୋଇଛି। କୁମାରସ୍ବାମୀ ସରକାର ସୂତା ଖିଅରେ ଝୁଲୁଥିବାବେଳେ ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁ ଫେରି ତୁରନ୍ତ ଏକ ବୈଠକ ଡକାଇଛନ୍ତି। ସନ୍ଧ୍ୟା ୭.୩୦ରେ ବୈଠକ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଇତିମଧ୍ୟରେ ଇସ୍ତଫା ଦେଇଥିବା ବିଧାୟକଙ୍କୁ ବୁଝାଇବା ପାଇଁ ପ୍ରୟାସ ଜାରି ରହିଛି। ସୂଚନାଯୋଗ୍ୟ, ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ମେଣ୍ଟ ସରକାରକୁ ୧୧୮ଟି ସମର୍ଥନ ଥିବା ବେଳେ ଯଦି ୧୩ ଜଣଙ୍କ ଇସ୍ତଫା ଗ୍ରହଣ କରିନିଆଯାଏ, ସରକାର ସଙ୍କଟରେ ପଡିବାର ସମ୍ଭାବନା ରହିଛି। ବାଚସ୍ପତି ରମେଶ କୁମାର କହିଛନ୍ତି ଯେ, ସରକାର ରହିବ କି ନାହିଁ ତାହା ଜୁଲାଇ ୧୨ରେ ବିଧାନସଭା ଅଧିବେଶନ ଆରମ୍ଭ ହେଲେ ସ୍ପଷ୍ଟ ହେବ।


All Right Reserved By Dharitri.Com

ସବୁ ଜିଲାରେ ମାନବାଧିକାର କୋର୍ଟ ପ୍ରତିଷ୍ଠା ଆବେଦନ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯ା୭(ପି.ଟି.): ପ୍ରତି ଜିଲାରେ ମାନବାଧିକାର ଅଦାଲତ ସ୍ଥାପନ ପାଇଁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ ଏଥିପାଇଁ କେନ୍ଦ୍ର ସରକାରଙ୍କୁ...

ଅଯୋଧ୍ୟାର ଗୁମନାମୀ ବାବା ହିଁ ଥିଲେ ସୁଭାଷ ବୋଷ: ଆମେରିକା ହସ୍ତାକ୍ଷର ଯାଞ୍ଚ୍‌କର୍ତ୍ତାଙ୍କ ରିପୋର୍ଟ ପୁସ୍ତକରେ ପାଇଲା ପ୍ରକାଶ

ନୂଆଦିଲ୍ଲୀ,୨୫।୪: ଅଯୋଧ୍ୟାରେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଶେଷ ଜୀବନ ବିତାଇଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ବୋଷ ଥିଲେ। ଏନେଇ ଏକ ପୁସ୍ତକରେ ଦର୍ଶାଯାଇଛି।...

ଆଇଆର୍‌ସିଟିସି ଶେୟାର ଦାମ୍‌ ହେଲା ଦୁଇଗୁଣାରୁ ଅଧିକ: ନିବେଶକ ମାଲାମାଲ୍‌

ନୂଆଦିଲ୍ଲୀ,୧୪।୧୦: ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେଶନ୍‌ (ଆଇଆର୍‌ସିଟିସି)ର ଶେୟାର ଦାମ୍‌ରେ ସୋମବାର ୧୦୧ ପ୍ରତିଶତ ପ୍ରିମିୟମ୍‌ ବୃଦ୍ଧି ପାଇ ଏହା ଇସ୍ୟୁ ଦାମ୍‌...

ଦେଶର ୫ଟି ସୈନିକ ସ୍କୁଲରେ ଝିଅଙ୍କୁ ମିଳିବ ଆଡମିଶନ

ନୂଆଦିଲ୍ଲୀ,୯।୧୨: ସୈନିକ ସ୍କୁଲରେ ଝିଅଙ୍କ ଆଡମିଶନ ପାଇଁ ମଞ୍ଜୁରୀ ମିଳିଛି। ଦେଶର ଏହି ୫ଟି ସୈନିକ ସ୍କୁଲରେ ଝିଅଙ୍କୁ ମିଳିବ ଆଡମିଶନ। ସରକାର ପାଇଲଟ ପ୍ରୋଜେକ୍ଟ...

ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀର ପ୍ରତି ବସ୍‌ରେ ମଙ୍ଗଳବାରଠାରୁ ନିଯୁକ୍ତ ହେବେ ମାର୍ଶଲ

ନୂଆଦିଲ୍ଲୀ,୨୮।୧୦: ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ଦିଲ୍ଲୀର ପ୍ରତି ବସ୍‌ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମାର୍ଶଲ ନିଯୁକ୍ତ କରିଛନ୍ତି। ମଙ୍ଗଳବାରଠାରୁ...

କ୍ରିକେଟ ଓ ରାଜନୀତିରେ ସବୁ ସମ୍ଭବ

ମୁମ୍ବାଇ,୧୬ା୧୧(ପି.ଟି.): ମହାରାଷ୍ଟ୍ରରେ ରାଜନୈତିକ ଅଚଳାବସ୍ଥା ଲାଗି ରହିଥିବାବେଳେ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ନୀତିନ ଗଡ଼କରୀ ରାଜନୀତିକୁ କ୍ରିକେଟ ସହ ତୁଳନା କରିଛନ୍ତି। କ୍ରିକେଟ ଓ...

ଜାମିନ୍‌ ମିଳିବାର ଦିନକ ପରେ ମୋଦି ସରକାରଙ୍କୁ ଘେରିଲେ ଚିଦାମ୍ବରମ୍‌: ଦେଶର ଜିଡ଼ିପି ୪.୫ ନୁହେଁ ୧.୫ ପ୍ରତିଶତ

ନୂଆଦିଲ୍ଲୀ,୫।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଜାମିନ୍‌ ମିଳିବାର ଗୋଟିଏ ଦିନ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଛନ୍ତି।...

ଭାଜପାରେ ମିଶିଲେ ୧୩ ବଙ୍ଗାଳୀ ଫିଲ୍ମଷ୍ଟାର

ନୂଆଦିଲ୍ଲୀ,୧୯ା୭ (ପି.ଟି.):ବଙ୍ଗାଳୀ ଚଳଚ୍ଚିତ୍ର ଓ ଟେଲିଭିଜନର ୧୩ ଜଣ ଅଭିନେତା ଅଭିନେତ୍ରୀ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ବେଳେ ପଶ୍ଚିମବଙ୍ଗ ଭାଜପା ସଭାପତି...

Leave a comment

Your email address will not be published. Required fields are marked *