କାର୍ଯ୍ୟକ୍ଷମ ହୋଇନି ନାଲ୍‌କୋ ସୋକାଷ୍ଟିଙ୍ଗ ପ୍ଲାଣ୍ଟ: ପାଣିରେ ପଡ଼ିଲା ୧୦୦ କୋଟି

ବଅଁରପାଳ, ୨୯।୪ (ଡି.ଏନ୍‌.ଏ.)  ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ କାଷ୍ଟହାଉସ ବି ପରିସରରେ ଥିବା ଡାଇରେକ୍ଟ ସୋକାଷ୍ଟିଙ୍ଗ ପ୍ଲାଣ୍ଟ ଉଦ୍‌ଘାଟନ ହେବାର ୬ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ନିର୍ମାଣରେ ଖର୍ଚ୍ଚ ହୋଇଥିବା ପ୍ରାୟ ଶହେ କୋଟି ଟଙ୍କା ପାଣିରେ ପଡ଼ିଥିବା କର୍ମଚାରୀ ମହଲରେ ଆଲୋଚନା ହେଉଛି।

୨୦୧୩ରେ ନାଲ୍‌କୋର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଅଂଶୁମାନ ଦାସଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା। ଉଦ୍‌ଘାଟନ ବେଳେ ବ୍ଲାଷ୍ଟ ହେବାରୁ ସିଏମ୍‌ଡି ଦାସଙ୍କ ସହ ୨ ଜଣ ଶ୍ରମିକ ଆହତ ହୋଇଥିଲେ। ସେବେଠାରୁ ଏହା ବନ୍ଦ ପଡ଼ିଥିବାରୁ ପ୍ଲାଣ୍ଟ ନିର୍ମାଣର ଉଦ୍ଦେଶ୍ୟ ସାଧିତ ହୋଇପାରି ନାହିଁ। ଏପରି କି ନାଲ୍‌କୋ କର୍ତ୍ତୃପକ୍ଷ ମଧ୍ୟ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ ପାଇଁ ଉଦ୍ୟମ କରୁ ନ ଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ଦେଖା ଦେଇଥିବା ଚର୍ଚ୍ଚା ହେଉଛି। ଉଚ୍ଚ ଅଧିକାରୀଙ୍କ ଆନ୍ତରିକତା ଓ ଅବହେଳା ଏଥିପାଇଁ ପାଇଁ ଦାୟୀ ବୋଲି କେତେଜଣ ଶ୍ରମିକ ନେତା ପ୍ରକାଶ କରିଛନ୍ତି।

ତରଳ ଆଲୁମିନିୟମରୁ ବିଭିନ୍ନ ଆକାରର ମେଟାଲ ଉତ୍ପାଦନ ନିମନ୍ତେ କେତେକ ଛୋଟ ଛୋଟ ପ୍ଲାଣ୍ଟ ନିର୍ମିତ ହୋଇଛି। ସେଥିମଧ୍ୟରୁ ଡାଇରେକ୍ଟ ସୋକାଷ୍ଟିଙ୍ଗ ଓ ଟିକାଷ୍ଟିଙ୍ଗ ପ୍ଲାଣ୍ଟ ଅନ୍ୟତମ। ସ୍ମେଲଟର ପଟଲାଇନ୍‌ରୁ ଗରମ ତରଳ ଆଲୁମିନିୟମ କାଷ୍ଟ ହାଉସ ବିଭାଗକୁ ଆସିଥାଏ। ସେଠାରେ ଫର୍ନେସରେ ଏହି ତରଳ ଆଲୁମିନିୟମ ଢଳାଯିବା ପରେ ଛାଞ୍ଚ ଦ୍ୱାରା ବିଭିନ୍ନ ଆକାରର ଆଲୁମିନିୟମ ତିଆରି ହୋଇଥାଏ। ଡାଇରେକ୍ଟ ସୋକାଷ୍ଟିଙ୍ଗ ପ୍ଲାଣ୍ଟରୁ ମଧ୍ୟ ଏକ ପ୍ରକାର ଆଲୁମିନିୟମ ଇନ୍‌ଗଡ୍‌ ବାହାରିବା କଥା। ମାତ୍ର ଏପର୍ଯ୍ୟନ୍ତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ଏହାର ବହୁ ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଲାଣି। ନାଲ୍‌କୋ କର୍ତ୍ତୃପକ୍ଷ ଏ ପ୍ରୋଜେକ୍ଟ ବାବଦକୁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ କାହିଁକି ଚାଲୁ କରାଯାଇ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ କାଷ୍ଟାସ ହାଉସ ବିଭାଗ ଡିଜିଏମ୍‌ ପି.କେ. ହଲଧର କହିଛନ୍ତି, ବର୍ତ୍ତମାନ ମ୍ୟାନ୍‌ ପାୱାର କମ୍‌ ରହିଛି। ଏହାକୁ ଚାଲୁ କରିବା ପାଇଁ ଯୋଜନା ହେଉଛି। ମ୍ୟାନ୍‌ ପାୱାର ବୃଦ୍ଧି ପାଇଲେ ନିଶ୍ଚିତ ଭାବେ ପ୍ଲାଣ୍ଟକୁ ଚାଲୁ କରାଯିବ ବୋଲି ହଲଧର କହିଥିଲେ।


All Right Reserved By Dharitri.Com

କାହାଠୁ ଟିକେଟ ନେଇ ଲଢ଼ିବାକୁ ଚାହୁଁନି: ତଥାଗତ

ଢେଙ୍କାନାଳ ଅଫିସ, ୨୪।୪- ସାଧାରଣ ନିର୍ବାଚନ-୨୦୧୯ରୁ ନିଜକୁ ଦୂରେଇ ରଖିଥିବା ବରିଷ୍ଠ ବିଜେଡି ନେତା ତଥା ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ମଙ୍ଗଳବାର କୁଞ୍ଜକାନ୍ତ ଉଚ୍ଚ...

ଉଚ୍ଛେଦ ପ୍ରକ୍ରିୟା ବିଳମ୍ବକୁ ନେଇ ଉତ୍ତେଜନା

ବଇଣ୍ଡା,୪।୬(ଡି.ଏନ.ଏ.)- କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ କଦଳୀମୁଣ୍ଡା ଗ୍ରାମ ଦେଇ ଯାଇଥିବା ୫୫ନଂ. ଜାତୀୟ ରଜପଥ ପାର୍ଶ୍ୱରୁ ମଙ୍ଗଳବାର ଉଚ୍ଛେଦ ବିଳମ୍ବକୁ ନେଇ ଉତ୍ତେଜନା ଦେଖାଦେଇଥିଲା।...

ତାଳଚେରରେ ବ୍ରଜକିଶୋର ୧୪୦୩୭ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୧୪୦୩୭ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଏହି ରାଉଣ୍ଡରେ...

ବାଉରୀ ନାଳରେ ପୋଲ ନିର୍ମାଣ ହେଉନି: ବର୍ଷା ହେଲେ ଯାତାୟାତ ଠପ୍‌

ଛେଣ୍ଡିପଦା,୨୮ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା-ପରା ପଥରପୁଞ୍ଜି ଗ୍ରାମ ରାସ୍ତାର ମଧ୍ୟଭାଗରେ ପ୍ରବାହିତ ବାଉରୀ ନାଳ ଉପରେ ଦୀର୍ଘଦିନର ଦାବି ସତ୍ତ୍ୱେ ସ୍ଥାୟୀ ପୋଲ...

ରିଲାଏନ୍ସ ଜୁଏଲ୍‌ସର ଫ୍ଲାଗ୍‌ଶିପ୍‌ ଶୋ ରୁମ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୨୭।୪- ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ଅନୁଗୋଳର ଅମଲାପଡ଼ାଠାରେ ଥିବା ଅନୁଶପିଙ୍ଗ ମଲରେ ଏହାର ଫ୍ଲାଗ୍‌ଶିପ୍‌ ଶୋ ରୁମ୍‌ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି।...

ତାଳଚେରରେ ବ୍ରଜକିଶୋର ୨୭୨୫ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୮୩୦୯ ଖଣ୍ଡ ଭୋଟ ପାଇଛନ୍ତି। ଭାଜପାର କାଳନ୍ଦୀ ସାମଲ...

ଅନୁଗୋଳରେ ପ୍ରତାପ ପ୍ରଧାନ ୮୩୬ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୬ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନ ୮୩୬ ଭୋଟରେ ଆଗରେ ରହିଛନ୍ତି। ବିଜେଡିର...

ଜିଲା ପ୍ରଶାସନ କର୍ମଚାରୀଙ୍କ ବଦଳି ପ୍ରହସନ; ଚୌକି ଛାଡୁନାହାନ୍ତି ପୁରୁଣା ବାବୁ

ଅନୁଗୋଳ ଅଫିସ,୨୪।୬:  ଅନୁଗୋଳ ଜିଲା କାର୍ଯ୍ୟାଳୟରେ କାର୍ଯ୍ୟରତ ପୁରୁଣା ବାବୁଙ୍କ ଛାଡୁନି ଚୌକି ନିଶା। ଦୀର୍ଘ ବର୍ଷ ହେଲା ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଏହି...

Leave a comment

Your email address will not be published. Required fields are marked *