Posted inଖେଳ

କୋପା ଆମେରିକା: ଆର୍ଜେଣ୍ଟିନାକୁ ବ୍ରୋଞ୍ଜ

ରିଓ ଡେ ଜାନିରୋ,୭।୭(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ଚିଲିକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ମ୍ୟାଚ୍‌ ଆରମ୍ଭରୁ ଆର୍ଜେଣ୍ଟିନା ଦଳ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। ଫଳରେ ୧୨ତମ ମିନିଟ୍‌ରେ ସେର୍ଗିଓ ଅଗୁରୋ ଦଳ ପାଇଁ ଖାତା ଖୋଲିଥିଲେ। ମ୍ୟାଚ୍‌ର ୨୨ତମ ମିନିଟ୍‌ରେ ପଲ ଡିବାଲା ଦଳର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ। ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଓ ଚିଲି ଅଧିନାୟକ ଗାରି ମେଡେଲ ଫିଲ୍ଡରେ ଯୁକ୍ତିତର୍କ କରିଥିଲେ। ଏଥିଯୋଗୁ ଦୁଇ ଖେଳାଳିଙ୍କ ରେଫରି ରେଡ୍‌ କାର୍ଡ ଦେଇଥିଲେ। ଏଥିନେଇ ଫିଲ୍ଡରେ କିଛି ସମୟ ଧରି ବିବାଦ ଦେଖାଦେଇଥିଲା। ଚିଲିକୁ ଦ୍ୱିତୀୟାର୍ଦ୍ଧରେ ମିଳିଥିବା ପେନାଲ୍ଟି ଦ୍ୱାରା ଆର୍ଟୁରୋ ଭିଡାଲ (୫୯ତମ) ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହାପରେ ବହୁ ଉଦ୍ୟମ ସତ୍ତ୍ୱେ ଚିଲି ମ୍ୟାଚ୍‌କୁ ଫେରିବାକୁ ସକ୍ଷମ ହୋଇ ନ ଥିଲା।


All Right Reserved By Dharitri.Com

Posted inଖେଳ View All

୩ ଓଭର ମେଡେନ ପକାଇବା ରେକର୍ଡ ଅଧିକାରୀ ଦୀପ୍ତି

ନୂଆଦିଲ୍ଲୀ,୨୫।୯: ଅଲରାଉଣ୍ଡର ଦୀପ୍ତି ଶର୍ମା ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁରାଟଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଏକ ବିରଳ ରେକର୍ଡ ଅଧିକାରୀ ହୋଇଛନ୍ତି। ସେ...

‘ଖୁବ୍‌ଶିଘ୍ର କ୍ରିକେଟରଙ୍କ ସ୍ତ୍ରୀ ବ୍ୟାଟିଂ, ବୋଲିଂ କରିବେ’

ମୁମ୍ବାଇ, ୩୦।୭: ଭାରତୀୟ କ୍ରିକେଟ ଦଳ ଏକ ସମ୍ପୂର୍ଣ୍ଣ ସିରିଜ୍‌ ଖେଳିବା ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ କରିଛି। ଏହାପୂର୍ବରୁ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅଧିନାୟକ...

ଜାତୀୟ କରାଟେ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୭।୬(ସ୍ପୋଟର୍‌ସ ବ୍ୟୁରୋ)- ଦିଲ୍ଲୀର ତାଲକୋଟ୍ରା ଇନ୍‌ଡୋର ଷ୍ଟାଡିୟମରେ ସମାପ୍ତ ହୋଇଥିବା ଜାତୀୟ ସବ୍‌ଜୁନିୟର ଓ ସିନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶାରୁ ମୋଟ୍‌ ୪୮ ଜଣ...

ହୃଦ୍‌ଘାତର ସମ୍ମୁଖୀନ ହୋଇପାରନ୍ତି ୨୦୨୦ ଅଲିମ୍ପିକ୍ସରେ ଆଥ୍‌ଲେଟ

ଟୋକିଓ,୧୩।୯(ଏଏଫ୍‌ପି): ଟୋକିଓ ୨୦୨୦ ଅଲିମ୍ପିକ୍ସ ଗ୍ରୀଷ୍ମଋତୁରେ ଆୟୋଜନ ହେବାକୁ ଯାଉଛି। ବର୍ତ୍ତମାନ ଦେଶରେ ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ ସମାନ ପରିସ୍ଥିତି ଅଲିମ୍ପିକ୍ସରେ ମଧ୍ୟ ଦେଖାଦେବା...

ଶତକ ମାରିବା ପୂର୍ବରୁ ଇଡଲୀ, ଚଟଣୀ, ସମ୍ବର ଖାଇଥିଲେ ମୟଙ୍କ ଅଗ୍ରଓ୍ବାଲ

ପୁଣେ, ୧୧।୧୦: ଭାରତୀୟ ଦଳର ଓପନର ମୟଙ୍କ ଅଗ୍ରଓ୍ବାଲ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ପ୍ରଥମ ଟେଷ୍ଟରେ ଦ୍ୱିଶତକ ଲଗାଇବାରେ ପରେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ...

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ‘ହକି ଭଳି ଫିଫା ବିଶ୍ୱକପ୍‌ ବୃହତ୍‌ ସଫଳତା ପାଇବ’

ଭୁବନେଶ୍ୱର, ୩୦।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଆସନ୍ତା ବର୍ଷ ଭାରତରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଅନୁଷ୍ଠିତ ହେବ। ବିଶ୍ୱସ୍ତରୀୟ ଏହି ସମ୍ମାନଜନକ ଟୁର୍ନାମେଣ୍ଟ...

ଇଂଲଣ୍ଡ କବ୍‌ଜାରୁ ଟାଇଟଲ ଛଡ଼ାଇଲେ ଶରଥ

କଟକ ଅଫିସ,୨୦ା୭- ପୁରୁଷ ବିଭାଗରେ ଭାରତର ସ୍ବର୍ଣ୍ଣ ପଦକ ଜିତିବାର ଆଶା କିଛି ସମୟ ପାଇଁ ମଉଳି ଯାଇଥିଲା। ପ୍ରାରମ୍ଭରୁ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରୁଥିବା...

ରାହୁଲଙ୍କୁ ସମସ୍ୟା କରିବନି ନୂଆ ବଲ୍‌

ମୁମ୍ବାଇ, ୨୨ା୬ (ପି.ଟି.)-ଚଳିତ ବିଶ୍ୱକପ୍‌ରେ ନୂଆ ବଲ୍‌କୁ ସାମ୍ନା କରିବା କେ.ଏଲ୍‌. ରାହୁଲଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ। ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ...

Leave a comment

Your email address will not be published. Required fields are marked *