Posted inଖେଳ

ଫାଇନାଲରେ କାଶ୍ୟପ

କାଲଗାରି,୭।୭(ପି.ଟି.)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା କାନାଡା ଓପନ ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ୬ଷ୍ଠ ସିଡ୍‌ ଭାରତୀୟ ଖେଳାଳି ପ୍ରଥମ ଗେମ୍‌ରେ ପରାସ୍ତ ହେବା ସତ୍ତ୍ୱେ ୪ର୍ଥ ସିଡ୍‌ ଚାଇନିଜ ତାଇପେର ଓ୍ବାଙ୍ଗ ଜୁ ଓ୍ବେଇଙ୍କୁ ହରାଇ ଦେଇଛନ୍ତି। କାଶ୍ୟପ ୧୪-୨୧, ୨୧-୧୭, ୨୧-୧୮ ଗେମ୍‌ରେ ମ୍ୟାଚ୍‌କୁ ହାତେଇଛନ୍ତି। ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ଏକ ଘଣ୍ଟା ୧୦ ମିନିଟ୍‌ ଲାଗିଥିଲା। ଓ୍ବାଙ୍ଗଙ୍କ ବିପକ୍ଷରେ ୩୨ ବର୍ଷୀୟ କାଶ୍ୟପଙ୍କ ଏହା କ୍ରମାଗତ ୩ୟ ବିଜୟ। ଭାରତୀୟ ଖେଳାଳି ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ନାମେଣ୍ଟ ଫାଇନାଲରେ ଅଣସିଡ୍‌ ଲି ଶି ଫେଙ୍ଗଙ୍କୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲରେ ଫେଙ୍ଗ ଜାପାନର କୋକି ଓ୍ବାଟାନାବେଙ୍କୁ ୨୦-୨୨, ୨୧-୧୦, ୨୧-୧୧ ବ୍ୟବଧାନରେ ପରାସ୍ତ କରିଥିଲେ। ଉଲ୍ଲେଖଥାଉ କି କାଶ୍ୟପ ଅନ୍ତିମ ଥର ଗତ ବର୍ଷ ଅଷ୍ଟ୍ରିଆନ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଜ ଫାଇନାଲରେ ଖେଳିଥିଲେ।


All Right Reserved By

Posted inଖେଳ

ଖେଳାଳିଙ୍କ ପେନ୍‌ସନରେ ବୃଦ୍ଧି କରିବ ବିସିସିଆଇ

ନୂଆଦିଲ୍ଲୀ,୧।୬-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଅଇ) କାର୍ଯ୍ୟକାରୀ ସଭାପତି ସି.କେ. ଖାନ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ)କୁ ପୂର୍ବତନ ଖେଳାଳିଙ୍କ ପେନ୍‌ସନରେ ବୃଦ୍ଧି...

ଖୁବ ଶୀଘ୍ର ସ୍ଥିତି ବଦଳିବ- ବାତ୍ରା

ନୂଆଦିଲ୍ଲୀ, ୬।୬(ପି.ଟି.)- ଭାରତୀୟ ଅଲିମ୍ପିକ୍‌ କମିଟି (ଆଇଓଏ) ଉପରେ ଲାଗିଥିବା ବ୍ୟାନ ଯୋଗୁ ଚଳିତ ବର୍ଷ ଫେବୃୟାରୀଠାରୁ ଦେଶରେ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ହୋଇ...

ହିମା ଦାସଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୮।୮ (ପି.ଟି.)- ଚେକ୍‌ ରିପବ୍ଲିକରେ ଅନୁଷ୍ଠିତ ଆଥ୍‌ଲେଟିକି ମିଟିଙ୍କ ରିଟର୍‌ ଇଭେଣ୍ଟରେ ଶ୍ରେଷ୍ଠ ଭାରତୀୟ ସ୍ପ୍ରିଣ୍ଟର ହିମା ଦାସ ଓ ମହମ୍ମଦ ଆନସ ଯଥାକ୍ରମେ...

ହୋମ୍‌ଲେସ୍‌ ଓ୍ବାଲର୍‌ଡ କପ୍‌ରେ ଭାଗ ନେବ ଭାରତ

ମୁମ୍ବାଇ, ୨୨।୭ (ପି.ଟି.)-ଓ୍ବେଲ୍ସର କାର୍ଡିଫ୍‌ଠାରେ ଜୁଲାଇ ୨୭ରୁ ବାର୍ଷିକ ହୋମ୍‌ଲେସ ଓ୍ବାଲର୍‌ଡ କପ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ମହିଳା ଓ ପୁରୁଷ ଫୁଟ୍‌ବଲ ଦଳ...

ମହିଳା ଟି୨୦ ଚ୍ୟାଲେଞ୍ଜ: ସୁପରନୋଭାସ ଚାମ୍ପିୟନ

ଜୟପୁର, ୧୨।୫- ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ସୁପରନୋଭାସ ଚଳିତ ବର୍ଷର ମହିଳା ଟି୨୦ ଚ୍ୟାଲେଞ୍ଜ ଟାଇଟଲ ହାସଲ କରିଛି। ଶନିବାର ଅନୁଷ୍ଠିତ ଫାଇନାଲରେ ସୁପରନୋଭାସ...

‘ଆରମ୍ଭ ହେଲା ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତି’

ଲଡରହିଲ,୩।୮(ପି.ଟି.)- ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରୁ ପ୍ରସ୍ତୁତି ଆରମ୍ଭ...

ଇଟାଲିଆନ ଓପନ୍‌ ଟେନିସ୍‌: ଜୋକୋଭିଚ୍‌- ନାଡାଲ ଫାଇନାଲ

ରୋମ,୧୯।୫(ଏଏଫ୍‌ପି)-ଏଠାରେ ଚାଲିଥିବା ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲ ମ୍ୟାଚ୍‌ରେ ସର୍ବିଆର ନୋଭାକ ଜୋକୋଭିଚ୍‌...

ଉମାଖାନୋଭ ଅନ୍ତର୍ଜାତୀୟ ବକ୍ସିଂ: ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ନୀରଜ

ନୂଆଦିଲ୍ଲୀ,୩।୮(ପି.ଟି.)- ରୁଷିଆର କାସ୍‌ପିସ୍କଠାରେ ଚାଲିଥିବା ମାଗୋମେଡ ସଲାମ ଉମାଖାନୋଭ ସ୍ମାରକୀ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ନାମେଣ୍ଟରେ ଭାରତ ନୀରଜ ଫାଇନାଲରେ ପ୍ରବେଶ କରିଛନ୍ତି। ଇଣ୍ଡିଆ ଓପନ ଗୋଲ୍ଡ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *