ରୋମାନ୍ସ କରିବେନି ଜାହ୍ନବୀ

ମୁମ୍ବାଇ: ଷ୍ଟାରକିଡ୍‌ ଭାବେ ଶ୍ରୀଦେବୀଙ୍କ ଲାଡ୍‌ଲି ଜାହ୍ନବୀ କପୁର ଏବେ ବଲିଉଡ୍‌ରେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। ଏବେ ତାଙ୍କ ହାତରେ ଅଫର୍‌ ଉପରେ ଅଫର୍‌। ୨୦୦୮ରେ କରନ୍‌ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା’ର ସିକ୍ୟୁଏଲ ନିର୍ମାଣ ହେବାକୁ ଯାଉଛି। ଆଉ ଏଥିରେ ଲିଡ୍‌ ରୋଲରେ ଆସିବେ ଜାହ୍ନବୀ କପୁର ଓ କାର୍ତ୍ତିକ ଆର୍ଯ୍ୟନ୍‌। ହେଲେ ଏମାନେ ଏଥିରେ ରୋମାନ୍ସ କରିବେ ନାହିଁ ବୋଲି ଶୁଣିବାକୁ ମିଳିଛି। କାରଣ ଏଥିରେ ଭାଇ ଭଉଣୀ ଭୂମିକାରେ ଏମାନେ ଦର୍ଶକଙ୍କ ନିକଟତର ହେବେ। ଆଉ ଏମାଙ୍କ ମଝିରେ ଆଉ ଜଣେ ମୁଖ୍ୟ କଳାକାର ରହିବେ ଯିଏ ଜାହ୍ନବୀ ଓ କାର୍ତ୍ତିକଙ୍କ ଲଭ୍‌ ଇଣ୍ଟ୍ରେଷ୍ଟ କ୍ୟାରେକ୍ଟର ଭାବେ ନଜର ଆସିବେ। ଅବଶ୍ୟ ଏବେ ଏହି କଳାକାରଙ୍କୁ ଖୋଜା ଚାଲିଛି। ଅନୁମାନ କରାଯାଉଛି ଏଥିରେ କୌଣସି ନୂଆ ମୁହଁଙ୍କୁ ଦେଖିବାକୁ ମିଳିପାରେ। ତେବେ ଫିଲ୍ମରେ ଜାହ୍ନବୀ ଓ କାର୍ତ୍ତିକ ରୋମାନ୍ସ ନ କରିବା ଦର୍ଶକଙ୍କୁ ଏକ ଭିନ୍ନ ଧରଣର ମନୋରଞ୍ଜନ ଦେବ ବୋଲି ଆଲୋଚନା ହେଉଛି।


All Right Reserved By Dharitri.Com

ପ୍ରେଗ୍ନେଣ୍ଟ ଅଛି ବୋଲି କହି ଟ୍ରୋଲ୍‌ ହେଲେ ରାକ୍ଷୀ

ନୂଆଦିଲ୍ଲୀ: ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ସୋସିଆଲ୍‌ ମିଡିଆରେ କିଛି ନା କିଛି କୌତୁକ କରି ସବୁବେଳେ ସମାଲୋଚିତ ହୁଅନ୍ତି। ଦର୍ଶକ କୁହନ୍ତି ମୋଷ୍ଟ୍‌...

କ୍ରିକେଟକୁ ଭଲ ପାଆନ୍ତି ନାହିଁ ଖିଲାଡି ବୟଙ୍କ ପୁଅ

ମୁମ୍ବାଇ,୧୫।୭: କ୍ରିକେଟର କ୍ରେଜ୍‌ ଛୋଟଠାରୁ ବଡ ସମସ୍ତଙ୍କ ପାଖରେ ଥିବା ବେଳେ ଏଥିରୁ କିନ୍ତୁ ବାଦ୍‌ ପଡିଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟଙ୍କ ପୁଅ ଅରବ।...

ସବୁ ଧର୍ମକୁ ସମ୍ମାନ କରେ: ନୁସରତ

କୋଲକାତା,୧୧।୧୦: ତ୍ରୁଣମୂଳ କଂଗ୍ରେସର ଲ-ମେକର ତଥା ଅଭିନେତ୍ରୀ ନୁସରତ ଜାହାନ ଏବେ ପ୍ରାୟ ଅଧିକାଂଶ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଦୁର୍ଗାପୂଜା ଅବସରରେ ସେ ଏକ ପେଣ୍ଡାଲରେ...

ମେ’ ୨୦୨୦ରେ ରିଲିଜ୍‌ ହେବ ବିଦ୍ୟାଙ୍କ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’

ମୁମ୍ବାଇ: ବଲିଉଡ୍‌ ନାୟିକା ବିଦ୍ୟା ବଲାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ମେ ୮ରେ ପରଦାକୁ ଆସିବ...

ଫେବୃୟାରୀ ୧୩ରେ ହଂକଂରେ ରିଲିଜ ହେବ ‘ଗୁଡ୍‌ ନ୍ୟୁଜ’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଗୁଡ୍‌ ନ୍ୟୁଜ’ ଚଳିତ ମାସ ୧୩ ତାରିଖରେ ହଂକଂରେ ରିଲିଜ୍‌ ହେବାକୁ ଯାଉଛି। ୫୨ବର୍ଷୀୟ ଅଭିନେତା ତଥା ଏହି ଫିଲ୍ମର ଲିଡ୍‌...

ମହାରାଷ୍ଟ୍ର ଦର୍ଶକଙ୍କ ପାଇଁ ଖୁସି ଖବର: ଫିଲ୍ମ ତାନାଜୀ ହେଲା ଟ୍ୟାକ୍ସ ଫ୍ରି

ମୁମ୍ବାଇ,୨୨।୧: ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ଓ୍ବାରିୟର’ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ...

୬୨ ବର୍ଷରେ ପାଦ ଦେଲେ ଶୋମା ଆନନ୍ଦ: ଗୋଟିଏ ଭୁଲ ପାଇଁ ଅଭିନୟ ଜୀବନରେ ଆସିଥିଲା ଭଟ୍ଟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶୋମା ଆନନ୍ଦ ରବିବାର ୬୨ ବର୍ଷରେ ପାଦ ଦେଇଛନ୍ତି। ୧୯୫୮ ଫେବୃୟାରୀ ୧୬ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ରେ ବାରୁଦ...

ଗ୍ରୀଷ୍ମ ପ୍ରବାହକୁ ନେଇ ଟୁଇଟ୍‌ କଲେ ଅମିତାଭ

ମୁମ୍ବାଇ: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ଏହାକୁ ନେଇ ବଲିଉଡ୍‌ ମହାନାୟକ...

Leave a comment

Your email address will not be published. Required fields are marked *