ମାଓବାଦୀ ନେତା ନବୀନ ସଂଗଠନରୁ ବହିଷ୍କୃତ

ମାଲକାନଗିରି,୭।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଆତଙ୍କ ଖେଳାଉଥିବା ଗାଳିକୋଣ୍ଡା ମାଓବାଦୀ ସଂଗଠନର ସମ୍ପାଦକ ନବୀନଙ୍କୁ ସଂଗଠନରୁ ବହିଷ୍କାର କରାଯାଇଥିବା ଆନ୍ଧ୍ର ଓ ଓଡ଼ିଶା ସ୍ବତନ୍ତ୍ର ବୋର୍ଡ ଜୋନାଲ କମିଟିର ମୁଖ୍ୟ ଗଣେଶ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ନବୀନ ମାଓବାଦୀ ସଂଗଠନ ବିରୋଧୀ ଆଚରଣ ଓ ଆଦିବାସୀ ମହିଳାଙ୍କୁ ଅସଦାଚରଣ ଭଳି କାର୍ଯ୍ୟ କରିଥିବାରୁ ଏଥିପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ା ନବୀନ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ବିଏସଏଫ୍‌ ଯବାନଙ୍କ ଉପରେ ଆକ୍ରମଣ, ପୋଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା, ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଭଳି ବହୁ ମାଓବାଦୀ ହିଂସାରେ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି।


All Right Reserved By Dharitri.Com

ଫେରିବାଲାଙ୍କଠୁ ମିଳିଲା ୪୫କେଜି ଗଞ୍ଜେଇ: ଷ୍ଟେଶନରୁ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା

ଦାମନଯୋଡି, ୯।୭(ଡି.ଏନ୍‌.ଏ.)- ଗଞ୍ଜେଇ ଚାଲାଣ ଅଭିଯୋଗରେ କୋରାପୁଟ ସିଆର୍‌ପିଏଫ୍‌ ମଙ୍ଗଳବାର ଦାମନଯୋଡି ଷ୍ଟେସନରୁ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଡୋଶୀ...

ମାଲକାନଗିରି ଜିଲା ମ୍ୟୁନିସିପାଲଟି ପରିସରରେ ଅଗ୍ନିକାଣ୍ଡ: ଜଳିଗଲା ୬ରୁ ଊର୍ଦ୍ଧ୍ୱ ମୋଟରସାଇକେଲ

ମାଲକାନଗିରି, ୨୮।୬(ସ୍ବ.ପ୍ର.): ମାଲକାନଗିରି ଜିଲା ମ୍ୟୁନିସିପାଲଟି ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ରୁ ଊର୍ଦ୍ଧ୍ୱ ମୋଟରସାଇକେଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଫିସ...

ପୋଡାଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ

ମୁନିଗୁଡ଼ା, ୨୧।୧୧(ଡି.ଏନ୍‌.ଏ.)- ଅପରେଶେନ ଗ୍ରୀନ ଡାଇମଣ୍ଡର ଦିତୀୟ ଦିନରେ ରାୟଗଡ଼ାର ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁରରେ ୫୬ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଲିସ...

ସୁକୁମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ: ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି,୯।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛିି। ଏଥିରେ ଜଣେ ମହିଳା...

କୋରାପୁଟ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି

କୋରାପୁଟ,୫ା୭(ସ୍ବ.ପ୍ର.): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ଅବସରରେ ବଳଭଦ୍ରଙ୍କ ରଥକୁ ଛାଡ଼ି ମା’ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଅଧା ବାଟରେ ଅଟକି...

ଡଙ୍ଗାଭସା ହେଲା କାଳ: ନାଗାବଳୀ ନଦୀରେ ଭାସିଯାଇ ଛାତ୍ର ମୃତ

ରାୟଗଡ଼ା ଅଫିସ, ୧୨।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଡଙ୍ଗା ଭସାଇବାକୁ ଯାଇ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା...

ପାରିବାରିକ ଅଶାନ୍ତି: ସ୍ତ୍ରୀକୁ ଠେଙ୍ଗାରେ ପିଟି ମାରିବା ପରେ ଟାଙ୍ଗିଦେଲେ ସ୍ବାମୀ

କୋରାପୁଟ,୧୬ା୭(ସ୍ବ.ପ୍ର.): ଦମ୍ପତିଙ୍କ ଭିତରେ ପାଟିତୁଣ୍ଡ ଚାଲେ। କିନ୍ତୁ ମଙ୍ଗଳବାର ଏହି ପାରିବାରିକ ଅଶାନ୍ତି ଉଗ୍ର ରୂପ ନେଇଥିଲା। କ୍ରୋଧରେ ଉନ୍ମତ୍ତ ସ୍ବାମୀ ଠେଙ୍ଗାରେ ସ୍ତ୍ରୀଙ୍କୁ ପିଟିପିଟି...

ଡମି ମାଓବାଦୀ ନିକଟରୁ ୨ ବୋମା ଉଦ୍ଧାର

ମାଲକାନଗିରି,୨୨ା୭ (ସ୍ବ.ପ୍ର.): ମାଓବାଦୀମାନେ ଯବାନମାନଙ୍କୁ ଚକମା ଦେବା ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପନ୍ଥା ଅବଲମ୍ବନ କରିଥାନ୍ତି। ଗତ କିଛିଦିନ ତଳେ ଛତିଶଗଡ଼ର ସୁକୁମା ଜିଲାରେ...

Leave a comment

Your email address will not be published. Required fields are marked *