ସୁପର୍‌ଷ୍ଟାରଙ୍କୁ ପଛରେ ପକାଇ ରଣବୀରଙ୍କ ୩ ଫିଲ୍ମ ଆୟ କରିଛି ୭ଶହ କୋଟି

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଏବେ ଲାଇମ୍‌ ଲାଇଟ୍‌ରେ ଗତ କିଛିଦିନ ମଧ୍ୟରେ ସେ ଅଭିନୟ କରିଥିବା ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଛି। ଆଉ ଏହାର କଲେକ୍ସନ୍‌ ରହିଛି ପ୍ରାୟ ୭ଶହ କୋଟି। ପୂର୍ବରୁ ଏମିତି ଆୟ କେବଳ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ କରିଥିବା ବେଳେ ଏବେ ଏହି ରେସ୍‌ରେ ଯାଗ ଦେଇଛନ୍ତି ରଣବୀର ସିଂ। ୟଶରାଜ ବ୍ୟାନରର ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ରଣବୀର ଏବେ କିନ୍ତୁ ଜଣେ ନାମୀ ଷ୍ଟାର ଭାବେ ବଲିଉଡରେ ସୃଷ୍ଟି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ତେବେ କିଛିଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ ‘ପଦ୍ମାବତ୍‌’ ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ଆଉ ଏହା ଆୟ କରିଥିଲା ୩୦୨ କୋଟି ଟଙ୍କା। ସେହିପରି ତାଙ୍କ ଅଭିନୀତ ଫିଲ୍ମ ‘ଶିମ୍ବା’ ମଧ୍ୟ ୨୪୦ କୋଟି ଆୟ କରି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏହାପରେ ‘ଗଲିବୟ’ ମଧ୍ୟ ଶହେ କୋଟି କ୍ଲବରେ ସାମିଲ ହେବାରେ ସକ୍ଷମ ହୋଇଥିଲା। ତେଣୁ ଲଗାତାର ତିନୋଟି ଫିଲ୍ମରେ ଅଭିନୟ କରି ରଣବୀର ବକ୍ସ ଅଫିସରେ ୭ଶହ କୋଟି ଆୟ କରିଥିବା କଳାକାରଙ୍କ ମଧ୍ୟରେ ଜଣେ ପାଲଟି ଯାଇଥିଲେ। ଆଉ ଏବେ ସେ ଫୁଲ୍‌ ଦମ୍‌ରେ ଲାଗିପଡିଛନ୍ତି ‘୮୩’ର ଶୁଟିଂରେ।


All Right Reserved By

ପ୍ରେମରେ ପଡ଼ିଛନ୍ତି ତମନ୍ନା

ଓଡ଼ିଆ ଅଭିନେତ୍ରୀ ତମନ୍ନା ଏବେ ପ୍ରେମରେ ଉବୁଟୁବୁ। ପୁଣି ସେ ଏପରି ଯୁବକଙ୍କ ପ୍ରେମରେ ପଡିଛନ୍ତି ଯିଏ ଏକ ଅଦ୍ଭୁତ ଶକ୍ତିର ଅଧିକାରୀ। ସେହି ଶକ୍ତି...

ଏହି ଷ୍ଟାର କିଡ୍‌ସ ଦେଖିବାକୁ ଅବିକଳ ମାତାପିତାଙ୍କ ପରି

ବଲିଉଡ୍‌ର କିଛି ଅଭିନେତ୍ରୀ – ଅଭିନେତା ୯୦ ଦଶକରେ ବିବାହ କରି ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି। ମେ ୨୭ ଅର୍ଥାତ ଆଜି ଶାହାରୁଖଙ୍କ...

‘ସଡ଼କ-୨’କୁ ନେଇ କ’ଣ କହିଲେ ପୂଜା

ମୁମ୍ବାଇ: ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ’ର ସିକ୍ୟୁଏଲ ନିର୍ମାଣ କାମ ଆରମ୍ଭ ହୋଇଛି। ‘ସଡ଼କ’ର ମୁଖ୍ୟ ଭୂମିକାରେ ପୂଜା ଭଟ୍ଟ ଓ ସଞ୍ଜୟ ଦତ୍ତ...

ଲାଇମ୍‌ ଲାଇଟ୍‌ରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ, ଫେରିବା ପରେ ଚିହ୍ନି ହେଉନି

ଟେଲି ଅଭିନେତ୍ରୀ ଶମା ସିକନ୍ଦର ୪ ଅଗଷ୍ଟରେ ୩୮ତମ ଜନ୍ମଦିବସ ପାଳନ କରିବେ। ଶମା ନିଜର ହଟ୍‌ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ...

ନୂଆ ଓଡ଼ିଆ ସିନେମା ‘ଅଭିମାନ’ରେ ସବ୍ୟସାଚୀଙ୍କୁ ମିଳିଛି ମନଲାଖି ଭୂମିକା: ସ୍କ୍ରିନ୍‌ ଶେୟାର କରିବେ ଅର୍ଚ୍ଚିତା

ବେଳେବେଳେ ଆଶା କରୁଥିବା ଜିନିଷ ହାତ ପାଆନ୍ତାରେ ମିଳିଯାଏ। ଦେଖୁନାହାନ୍ତି ମନପସନ୍ଦର ଭୂମିକାଟିଏ ପାଇବା ପରେ ଓଲିଉଡ୍‌ର ପାଗଳପ୍ରେମୀ ସବ୍ୟସାଚୀ କେମିତି ଖୁସିରେ ଉଛୁଳୁଛନ୍ତି। ଓଡ଼ିଆ-ଛତିଶଗଡି...

୪୪ ବର୍ଷରେ ଛୋଟ ପରଦାର କୁଇନ୍‌ ଏକତା

ଛୋଟ ପରଦାର କୁଇନ୍‌ ଏକତା କପୁରଙ୍କ ଆଜି ହେଉଛି ୪୪ତମ ଜନ୍ମଦିନ। ମେ’ ୭ରେ ଜନ୍ମଗ୍ରହଣ କରିଥିବା ଏକତା ବର୍ତ୍ତମାନ ସମୟରେ ଟେଲିଭିଜନ ଦୁନିଆର ଜଣେ...

ବଲିଉଡ୍‌ର ଦାମୀ ଉପହାର

ଉପହାରଟିଏ ପାଇଲେ ସମସ୍ତେ ଖୁସି ହୁଅନ୍ତି। ତାହା ଛୋଟିଆ ହେଲେ ବି ମନରେ ଭରିଥାଏ ଅପାର ଆନନ୍ଦ। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ...

ଦୀପିକାଙ୍କ ଫଟୋ ଦେଖି କ’ଣ କହୁଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ଓ ରଣବୀର ସିଂ ବିବାହ କରିବା ପରେ ଅଧିକାଂଶ ସମୟ ରହୁଛନ୍ତି ଚର୍ଚ୍ଚାରେ। ଉଭୟ ସୋସିଆଲ ମିଡିଆରେ ବେଶ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *