୩୮ ବର୍ଷରେ ପାଦ ଦେଲେ ଧୋନୀ

ଲିଡ୍ସ,୭।୭- ଭେଟେରାନ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ରବିବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଭାରତୀୟ ଦଳ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇବା ପରେ ଧୋନୀଙ୍କ ଜନ୍ମ ଦିନ ପାଳନ ହୋଇଥିଲା। ଏହି ଅବସରରେ ଦଳୀୟ ଖେଳାଳିଙ୍କ ସହ ଝିଅ ଜିଭା ଓ ପତ୍ନୀ ସାକ୍ଷୀ ମଧ୍ୟ ଉପସ୍ଥିତ ଥିଲେ। କେକ୍‌ କାଟିବା ପରେ ଧୋନୀ ଓ ଜିଭା ଡ୍ୟାନ୍ସ କରିଥିଲେ। ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଧୋନୀଙ୍କ କେକ୍‌ କାଟିବା ବେଳର କିଛି ଫଟୋ ପତ୍ନୀ ସାକ୍ଷୀ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ଧୋନୀଙ୍କ ବ୍ୟତୀତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଦାର ଯାଦବ ମଧ୍ୟ ରହିଛନ୍ତି। ଏହି ଅବସରରେ ଧୋନୀଙ୍କ ନିକଟକୁ ପ୍ରଶଂସକ ଓ ପୂର୍ବତନ କ୍ରିକେଟରଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଉଲ୍ଲେଖଥାଉ କି, ଶ୍ରୀଲଙ୍କା ବିପକ୍ଷ ବିଜୟ ସହ ଭାରତୀୟ ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି। ସେମିଫାଇନାଲରେ ବିରାଟ କୋହଲିଙ୍କ ଦଳ ୯ ତାରିଖରେ ନ୍ୟୁଜିଲାଣ୍ଡକୁ ଭେଟିବ।


All Right Reserved By Dharitri.Com

ବସ୍‌ ଦୁର୍ଘଟଣା: ଓଡ଼ିଶା ଜୁଡୋ ଖେଳାଳି ଆହତ

ଭୁବନେଶ୍ୱର, ୨୧ା୧୦ (ସ୍ପୋଟର୍‌ସ ବ୍ୟୁରୋ)-ଶନିବାର ରାତିରେ ଏକ ବସ୍‌ ଦୁର୍ଘଟଣାରେ ଓଡ଼ିଶା ଜୁଡୋ ଖେଳାଳିମାନେ ଆହତ ହୋଇଛନ୍ତି। ଖବର ଅନୁସାରେ ଅକ୍ଟୋବର ୧୪ରୁ ୧୯ ପର୍ଯ୍ୟନ୍ତ...

ଆର୍ଚେରୀ ରିଫ୍ରେଶର ଟ୍ରେନିଂ ପ୍ରୋଗ୍ରାମ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ଏସଜେଏଫଆଇ ଏବଂ ଏନଏସଏଫ ଜାତୀୟ ପ୍ରତିଯୋଗିତାଗୁଡ଼ିକୁ ଦୃଷ୍ଟିରେ ରଖି ପ୍ରତିଭା ସମ୍ପନ୍ନ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ...

ଫର୍ମୁଲା ଓ୍ବାନ୍‌ ଷ୍ଟାର ଡ୍ରାଇଭର ଲୌଡ଼ାଙ୍କ ପରଲୋକ

ଲଣ୍ଡନ, ୨୧ା୫- କିମ୍ବଦନ୍ତୀ ଫର୍ମୁଲା ଓ୍ବାନ୍‌ ଡ୍ରାଇଭର ନିକି ଲୌଡ଼ାଙ୍କ ମୃତ୍ୟୁ ଘଟିଛି। ଅଷ୍ଟ୍ରିଆ ଡ୍ରାଇଭରଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ସଦସ୍ୟ ମଙ୍ଗଳବାର ସୂଚନା...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଶ୍ୱ ଚାମ୍ପିୟନକୁ ହରାଇଲା ଭାରତ

ଭୁବନେଶ୍ୱର,୮।୨(କ୍ରୀଡ଼ା ପ୍ରତିନିଧି): ବର୍ଷା, ପ୍ରତିକୂଳ ପାଗ, ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ନମ୍ବରଓ୍ବାନ ତଥା ବିଶ୍ୱ ଚାମ୍ପିୟନ ବେଲଜିୟମ ଥିଲେ ହେଁ ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ...

ବିସିସିଆଇ- କ୍ରୀଡ଼ା ମନ୍ତ୍ରଣାଳୟ ଶୀତଳ ଯୁଦ୍ଧ: ଆଶଙ୍କାରେ ଦକ୍ଷିଣ ଆଫ୍ରିକା ଏ’ ଦଳର ଭାରତ ଗସ୍ତ

ନୂଆଦିଲ୍ଲୀ,୧।୮(ପି.ଟି.)- ଆସନ୍ତା ଅଗଷ୍ଟ ଓ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ଏ’ ଓ ମହିଳା ଦଳର ଆଗାମୀ ଭାରତ ଗସ୍ତ ନେଇ ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ର...

ପନ୍ତ, ଗିଲଙ୍କୁ ରିଲିଜ୍‌ କଲା ଟିମ୍‌ ଇଣ୍ଡିଆ

କୋଲକାତା,୨୩।୧୧(ପି.ଟି.)- ଭାରତୀୟ ଚୟନ କମିଟି ଟେଷ୍ଟ ଦଳରୁ ଯୁବ ଉଇକେଟକିପର ରିଷଭ ପନ୍ତ ଓ ଶୁବମନ ଗିଲଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ଓ୍ବେଷ୍ଟଇଣ୍ଡିଜ...

ପ୍ରଫେସର ବଶିଷ୍ଠଙ୍କ ‘ରୋଡ୍‌ ଟୁ ଟୋକିଓ ୨୦୨୦’ କ୍ୟାଲେଣ୍ଡର

ଭୁବନେଶ୍ୱର, ୨୫।୧୨ (ସ୍ପୋଟର୍‌ସ ବ୍ୟୁରୋ)- ୨୦୧୯ ମସିହା ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଛି। ନବବର୍ଷ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଲକ୍ଷ୍ୟ ସେନ୍‌ଙ୍କୁ ଟାଇଟଲ

ସାର୍‌ବ୍ରକେନ (ଜର୍ମାନୀ), ୪ା୧୧(ପି.ଟି.)-ଭାରତର ଲକ୍ଷ୍ୟ ସେନ୍‌ କ୍ରମାଗତ ଦ୍ୱିତୀୟ ଥର ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୧୦୦ ଟାଇଟଲ ଜିତିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ସାର୍‌ଲର୍‌ଲକ୍ସ...

Leave a comment

Your email address will not be published. Required fields are marked *