ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

ଛେଣ୍ଡିପଦା,୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ କର୍ଣ୍ଣପାଳ ଗ୍ରାମ କଦମ୍ବଘାଟ ସାହିର ନୂଆଦେଇ ମାଝି (୬୧) ରବିବାର ସକାଳେ ଘରଠାରୁ ୫୦୦ମିଟର ଦୂର ଆଉଁଳି ନଦୀରୁ ଗାଧୋଇ ଫେରୁଥିବାବେଳେ ତାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା। ଫଳରେ ସେ ଘଟଣାସ୍ଥଳରେ ପଡ଼ି ଚିତ୍କାର କରିଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ଆସି ହାତୀ ଘଉଡ଼ାଇବାରୁ ନିକଟସ୍ଥ ରଙ୍ଗମାଟିଆ ଜଙ୍ଗକୁ ପଳାଇଯାଇଥିଲା। ପରିବାର ଲୋକେ ଓ ଗ୍ରାମବାସୀ ନୂଆଦେଇଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କର ଡାହାଣ ଗୋଡ଼ରେ ଆଘାତ ଲାଗିଥିବାବେଳେ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଖବର ପାଇ ବନବିଭାଗ ଚିକିତ୍ସାଳୟରେ ପହଞ୍ଚି ସହଯୋଗ କରିଛି। ହାତୀଟି ଗୋଠଛଡ଼ା ହୋଇ ଏକୁଟିଆ ବୁଲିବା ସହିତ ଗାଁମୁହାଁ ହେଉଛି। ସକାଳେ ଓ ସନ୍ଧ୍ୟାରେ ଜଙ୍ଗଲ ଆଡକୁ ନ ଯିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନବିଭାଗ ପକ୍ଷରୁ ସଚେତନ କରାଯାଉଛି। ମାତ୍ର ଲୋକେ ଏହାକୁ ମାନୁ ନ ଥିବାରୁ ହାତୀ ସହିତ ମୁହାଁମୁହିଁ ହେଉଥିବା ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ସାହୁ ପ୍ରକାଶ କରିଛନ୍ତି।


All Right Reserved By

ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବଇଣ୍ଡା,୩୦।୫(ଡି.ଏନ.ଏ.)-ହଣ୍ଡପା ଥାନା ନାକିଚି ଗ୍ରାମର ସୁରୁଚି ରଣା(୫୮) ଜଣେ ମହିଳାଙ୍କ ବୁଧବାର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି, ସୁରୁଚି ଅପରାହ୍ନରେ ତାଙ୍କ...

ଯୁବକଙ୍କୁ ଗଳାକାଟି ହତ୍ୟା

କାମାକ୍ଷାନଗର, ୯।୬(ଡି.ଏନ.ଏ.) – ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ା ଥାନା ପଥରକଟା ଗ୍ରାମର ସର୍ବେଶ୍ୱର ମହନ୍ତ (୨୯)ଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ବାଲିକୁମା ସନ୍ଦା ଜଙ୍ଗଲରୁ...

ବିଦ୍ୟୁତ୍‌ ବିଭ୍ରାଟରେ ହନ୍ତସନ୍ତ ତାଳଚେରବାସୀ: ସହରରେ ୧୦ ଘଣ୍ଟା ରହୁନି ବିଜୁଳି

ତାଳଚେର, ୧୫ା୫(ନି.ପ୍ର.)- ତତଲା ତାଓ୍ବାରେ ତାଳଚେର। ଡହ ଡହ ଖରାରେ ଡହଳବିକଳ ହେଉଛନ୍ତି ଲୋକେ। ପ୍ରତ୍ୟେକ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ପ୍ରବଳ...

ଭରତପୁର କୋଇଲା ଖଣିରେ ଅଘଟଣ: ମାଟି ଧସି ଫସିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ

ଅନୁଗୋଳ ଅଫିସ, ୨୪।୭: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ବିଳମ୍ବିତ ରାତିରେ ବ୍ଲାଷ୍ଟିଂ ହେଉଥିବା ବେଳେ ମାଟି ଧସିଯାଇଛି। ଏଥିରେ ମୃତାହତଙ୍କ ସଂଖ୍ୟା...

ଗଁଦିଆରୁ ଆରମ୍ଭ ହେଲା ଗ୍ରୀନ କରିଡର

ଢେଙ୍କାନାଳ ଅଫିସ, ୭।୭ – ହାତୀ ଉପଦ୍ରୁତ ଢେଙ୍କାନାଳରେ ହସ୍ତୀଙ୍କୁ ସୁରକ୍ଷା ଦେବାକୁ ଆରମ୍ଭ ହୋଇଛି ‘ଗ୍ରୀନ କରିଡ଼ର’। ୭୦ତମ ବନ ମହୋତ୍ସବ ଅବସରରେ ଶନିବାର...

ଢେଙ୍କାନାଳ ଲୋକ ସଭା ଆସନ ୫ମ ରାଉଣ୍ଡ ସୁଦ୍ଧା ମହେଶ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୫ୟ ରାଉଣ୍ଡ ଭୋଟଗଣତି ଶେଷ ହୋଇଛି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ୨ଲକ୍ଷ ୫୧ହଜାର ୩୨୦ ଖଣ୍ଡ...

ତାଳଚେରରେ ବ୍ରଜକିଶୋର ୧୧୧୦୭ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୧୧୧୦୭ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌...

କିଶୋରନଗରରେ ବଢୁଛି ଚୋରା ମଦ କାରବାର: ଅବକାରୀ ବିଭାଗ ନୀରବ, ସାଧାରଣରେ ଅସନ୍ତୋଷ

ବଇଣ୍ଡା,୧୮।୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ଥାନା ବାମୁର, କିଶୋରନଗର, ବାଟିମୁଣ୍ଡା, ସଞ୍ଜାମୁରା, ହିମିତିରା, ଅଙ୍ଗପଡ଼ା, ତୁରୁଡା, ରଣିଆକଟା ଆଦି ବିଭିନ୍ନ ଗ୍ରାମରେ ଚୋରା ମଦ କାରବାର ବୃଦ୍ଧି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *