ପାଟକୁରାରେ ଭାଜପା ନିଜସ୍ବ ଢଙ୍ଗରେ ଲଢ଼ି ଜିତିବ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୭।୭(ବ୍ୟୁରୋ): ପାଟକୁରା ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଜେଡି ରଣନୀତି ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଦଳର ମାଳମାଳ ବିଧାୟକ ପାଟକୁରାରେ ବର୍ତ୍ତମାନ ଡେରା ପକାଇ ସାରିଛନ୍ତି। ଏପରି ସ୍ଥିତିରେ ଭାଜପା ମଧ୍ୟ ପଛରେ ରହିବାକୁ ଚାହୁଁନାହିଁ। ହେଲେ ରାଜ୍ୟ ସଭା ଉପନିର୍ବାଚନରେ ପ୍ରାର୍ଥତ୍ତ୍ୱକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟ ଯେପରି ବୁଝାମଣା ହେଲା ତାହା ବର୍ତ୍ତମାନ ରାଜ୍ୟ ରାଜନୀତିକୁ ଏକ ପ୍ରକାର ଭିନ୍ନ ଦିଗକୁ ନେଇଯାଇଛି। ତଥାପି ମଧ୍ୟ ପାଟକୁରା ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ, ନିର୍ବାଚନରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର ନିଶ୍ଚିତ ବିଜୟୀ ହେବେ ା ତାଙ୍କ ପ୍ରତି ନିର୍ବାଚନମଣ୍ଡଳୀ ଲୋକମାନଙ୍କ ସମବେଦନା ରହିଛି। ନିଜସ୍ବ ଢଙ୍ଗରେ ନିର୍ବାଚନ ଲଢିବାକୁ ଭାଜପା ରଣନୀତି ପ୍ରସ୍ତୁତ କରିଥିବା ଧର୍ମେନ୍ଦ୍ର କହିଛନ୍ତି। ସେପଟେ କଂଗ୍ରେସ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଦଳ ପକ୍ଷରୁ କେତେଜଣଙ୍କୁ ପାଟକୁରା ନିର୍ବାଚନ ପ୍ରଚାର ଦାୟିତ୍ୱ ଦିଆଯିବାକୁ ଯୋଜନା ଚାଲିଛି।


All Right Reserved By

୫-ଟି ସଚିବଙ୍କ ରାୟଗଡ଼ା ଗସ୍ତ: ରୋଗୀଙ୍କ ସମସ୍ୟା ପଚାରି ବୁଝିଲେ, ଡାଇଲୋସିସ୍‌ ୱାର୍ଡ କାନ୍ଥ ନଷ୍ଟ ନେଇ ବିରକ୍ତି

ରାୟଗଡ଼ା ଅଫିସ ,୧୦ା୯- ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ରାୟଗଡ଼ା ଗସ୍ତ କରିଛନ୍ତିି । ସେ କଳାହାଣ୍ଡିରୁ ଏକ ହେଲିକେପ୍ଟର ଯୋଗେ ଆସି ରାୟଗଡ଼ାର...

୫ ଡାକ୍ତରଖାନାକୁ ‘ଲକ୍ଷ୍ୟ’ ମାନ୍ୟତା

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ରାଜ୍ୟର ୫ ଡାକ୍ତରଖାନାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ‘ଲକ୍ଷ୍ୟ’ ମାନ୍ୟତା ମିଳିଛି। ସେଗୁଡ଼ିକ ହେଲା...

‘ରଙ୍ଗବତୀ’ରେ ‘ଡାଲ୍‌ଖାଇ’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶୁକ୍ରବାର ଭଞ୍ଜକଳାମଣ୍ଡପରେ ପଶ୍ଚିମ ଓଡ଼ିଶା ଲୋକନୃତ୍ୟ...

ଏସ୍‌ଓଜିର କୋମ୍ବିଂ ଅପରେଶନ୍‌: ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବ

ଖପ୍ରାଖୋଲ, ୫।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡ଼ରେ ଶନିବାର ସକାଳେ ଏସ୍‌ଓଜିର କୋମ୍ବିଂ ଅପରେଶନ୍‌ ବେଳେ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ପୋଲିସ...

ରାଜଧାନୀରେ ଏସ୍‌ଏଚ୍‌ଜି ଜଳସେବା ଶିବିର ପ୍ରହସନ: ଗୋଟିଏ ଦିନ ଖୋଲି ବନ୍ଦ ହୋଇଗଲା

ଭୁବନେଶ୍ୱର, ୧୮ା୪ (ବ୍ୟୁରୋ): ଅସହ୍ୟ ତାତି। ହଟହଟା ହେଉଛନ୍ତି ଯାତ୍ରୀ। ଲଗାତାର ଦୁଇଦିନ ଧରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ୱରରେ ଦେଖିବାକୁ ମିଳିଛି...

ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଲାଗି ଆଉ ଏକ ପଦକ୍ଷେପ: ଏଣିକି ରୋଗୀଙ୍କଠାରୁ ଫୋନ୍‌ ଯୋଗେ ମତାମତ ନେବ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ବିଗତ ଦିନରେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ସକାଶେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ପୁଣି ଏଭଳି ଏକ ପଦକ୍ଷେପ...

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଭାଜପା ଉତ୍ସାହିତ

ଭୁବନେଶ୍ୱର, ୨୦ା୫(ବ୍ୟୁରୋ): ସାଧାରଣ ନିର୍ବାଚନ-୨୦୧୯ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୩ ଦିନ ପରେ ଭୋଟ ଗଣତି ହେବ। ପୂର୍ବ ୩ ଥର ଭଳି ଏଥର...

ଆଜି ପହଞ୍ଚିବ କଳ୍ପନାଙ୍କ ମରଶରୀର: କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ଘଣ୍ଟା ରହିବ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚତ୍ବ। ଶୁକ୍ରବାର ସନ୍ଧ୍ୟାରେ ଆସିବାର ଥିଲା, ହେଲେ କାଠମାଣ୍ଡୁରୁ ମରଶରୀର ନେଇ ଆସିଥିବା ବିମାନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *