Posted inଜାତୀୟ

ନିୟମ ଉଲ୍ଲଂଘନ କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ପରେ ସୁପ୍ରିମକୋର୍ଟ ନିଜ ଆଡୁ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିବା ଓ ଖଣ୍ଡପୀଠରେ ନିଜେ ସିଜେଆଇ ରହିବା ସର୍ବୋଚ୍ଚ ଅଦାଲତଙ୍କ ବିଚାର ପ୍ରକ୍ରିୟା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଆଇନଜୀବୀ ଉତ୍ସବ ବୈନ୍ସ ଦାଖଲ କରିଥିବା ସତ୍ୟପାଠକୁ ଗୁରୁତ୍ୱର ସହ ନେଇ ତାଙ୍କ ଅଭିଯୋଗ ଉପରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏଭଳି ଶୁଣାଣି ଦ୍ୱାରା ସୁପ୍ରିମକୋର୍ଟ ନିଜ ପ୍ରକ୍ରିୟା ଓ ନିୟମାବଳୀର ଉଲ୍ଲଂଘନ କରିଥିବା କୁହାଯାଉଛି।
ନିଜ ବିରୋଧରେ ଆସିଥିବା ମାମଲାର ଶୁଣାଣି ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହେବାକୁ ନେଇ ସର୍ବସାଧାରଣରେ ବିରୋଧାଭାସ ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟର ପୂର୍ବତନ ମହିଳା କର୍ମଚାରୀ ସିଜେଆଇଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ। ଗତ ୨୦ ତାରିଖ ଶନିବାର ଏହା ଉପରେ ଶୁଣାଣି ହୋଇଥିଲା। ଏହା ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରସ୍ତୁତ ଶୁଣାଣି ପ୍ରକ୍ରିୟାର ଉଲ୍ଲଂଘନ ବୋଲି ସର୍ବୋଚ୍ଚ ଅଦାଲତ ବାର୍‌ ଆସୋସିଏଶନ (ଏସ୍‌ସିବିଏ) ପକ୍ଷରୁ କୁହାଯାଇଛି।
ସୁପ୍ରିମକୋର୍ଟରେ ମାମଲା ଦାଏର ଓ ଶୁଣାଣି ପ୍ରକ୍ରିୟା ସର୍ବୋଚ୍ଚ ଅଦାଲତଙ୍କ ନିୟମାବଳୀ, ୨୦୧୩ ଦ୍ୱାରା ପରିଚାଳିତ ହୋଇଥାଏ। ସାଧାରଣତଃ ଅଫିସିଆଲ ଗେଜେଟ୍‌ରେ ପ୍ରକାଶିତ ଛୁଟିଦିନ ଏବଂ ଶନିବାର ଶୁଣାଣି ହୁଏ ନାହିଁ। ତେବେ କୌଣସି ଅସାଧାରଣ ଘଟଣାରେ ଶନିବାର ଶୁଣାଣି କରାଯିବାର ନିୟମ ରହିଛି। ତେବେ ଏଭଳି ଶୁଣାଣି ସମ୍ପର୍କରେ କିଏ ନିଷ୍ପତ୍ତି ନେବେ ତାହା ନିୟମାବଳୀରେ ଉଲ୍ଲେଖ ନ ଥିବାରୁ ଏହା ମାଷ୍ଟର ଅଫ୍‌ ରୋଷ୍ଟର ପ୍ରଧାନ ବିଚାରପତିଙ୍କ ଉପରେ ଛାଡିଦିଆଯାଇଛି।
ଯୌନଶୋଷଣ ଅଭିଯୋଗର ଶୁଣାଣି ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହୋଇଥିଲା ଯେଉଁଥିରେ ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ସଞ୍ଜୀବ ଖାନ୍ନା ରହିଥିଲେ। ତେବେ ଖଣ୍ଡପୀଠଙ୍କ ନିର୍ଦ୍ଦେଶନାମା ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟରେ ଅପ୍‌ଲୋଡ ହେଲାବେଳେ ଆଶ୍ଚର୍ଯ୍ୟଜନକ ଭାବେ ସେଥିରୁ ସିଜେଆଇଙ୍କ ନାଁକୁ ବାଦ୍‌ ଦିଆଯାଇଥିଲା। ଖଣ୍ଡପୀଠରେ ସିଜେଆଇ ଥିବାରୁ କୌଣସି ନିର୍ଦ୍ଦେଶନାମା ଜାରି ହେବ ନାହିଁ ବୋଲି ଶୁଣାଣି ବେଳେ କୁହାଯାଇଥିଲା। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ବିଚାରପତି ଶୁଣାଣିଠାରୁ ନିଜକୁ ଦୂରେଇ ରଖିବା କଥା ଏବଂ ତାହା ମଧ୍ୟ ରେକର୍ଡ ହେବା ଆବଶ୍ୟକ। ୨୦ ତାରିଖ ଶୁଣାଣି ବେଳେ ତାହା ଅନୁସରଣ କରାଯାଇ ନ ଥିଲା। ସେହିପରି ୨୩ ତାରିଖ ପାଇଁ କଜ୍‌ଲିଷ୍ଟରେ ମାମଲା ତାଲିକାଭୁକ୍ତ ହେବା ବେଳେ ଖଣ୍ଡପୀଠରେ ପରିବର୍ତ୍ତନ କରାଯାଇଥିଲା। ଜଷ୍ଟିସ୍‌ ଅରୁଣ ମିଶ୍ର, ରୋହିଙ୍ଗଟନ୍‌ ନରିମାନ ଏବଂ ଦୀପକ ଗୁପ୍ତାଙ୍କୁ ନେଇ କ’ଣ ପାଇଁ ନୂଆ ଖଣ୍ଡପୀଠ ଗଢ଼ାଗଲା ତାହା ମଧ୍ୟ ଅସ୍ପଷ୍ଟ ରହିଛି।
ଅନ୍ୟପକ୍ଷରେ ମାମଲାର ପକ୍ଷ ନ ଥାଇ ଉତ୍ସବ ବୈନ୍ସଙ୍କ ସତ୍ୟପାଠ ଦାଖଲ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କାରଣରୁ ମାମଲାର ପ୍ରକୃତ ପକ୍ଷ କିଏ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଉତ୍ସବଙ୍କ ସତ୍ୟପାଠକୁ ଶୁଣାଣି ପାଇଁ ଗ୍ରହଣ କରାଯିବା ସୁପ୍ରିମକୋର୍ଟଙ୍କ ଶୁଣାଣି ପ୍ରକ୍ରିୟାର ଆଉ ଏକ ଅନିୟମିତତା ବୋଲି କୁହାଯାଉଛି। ଉତ୍ସବଙ୍କ ସତ୍ୟପାଠ ରେଜିଷ୍ଟ୍ରିଙ୍କ ଦ୍ୱାରା କିପରି ତାଲିକାଭୁକ୍ତ ହେଲା ତାହା ଜଣାପଡିନି। ଯଦି ମାମଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେ କେହି ସତ୍ୟପାଠ ଦାଏର କଲେ ତାହାକୁ ଶୁଣାଣି ପାଇଁ ଗ୍ରହଣ କରାଯାଇପାରିବ କି ବୋଲି ପ୍ରଶ୍ନ ଉଠିଛି।


All Right Reserved By

ଜୁଲାଇ ୧୮ରେ କୁମାରସ୍ବାମୀ ସରକାରଙ୍କ ଶକ୍ତିପରୀକ୍ଷା

ବେଙ୍ଗାଲୁରୁ,୧୫।୭: କର୍ନାଟକ ରାଜନୀତି ପୁଣି ରୋଚକ ମୋଡରେ ପହଞ୍ଚିଛି। ସୋମବାର ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥାପ୍ରସ୍ତାବ ଆଗତ କରିବା ପରେ...

୫ ଘଣ୍ଟା ଡାଉନ୍‌ ରହିବା ପରେ ଏୟାର ଇଣ୍ଡିଆ ସର୍ଭର ପୁଣି କାମକଲା: ଦେଶ-ବିଦେଶରେ ଶହଶହ ଯାତ୍ରୀ ହଇରାଣ

ନୂଆଦିଲ୍ଲୀ, ୨୭।୪: ଏୟାର ଇଣ୍ଡିଆର ସର୍ଭର ଶନିବାର ଭୋର୍‌ ସାଢ଼େ ୩ଟାଠାରୁ ଡାଉନ୍‌ ରହିଥିଲା। ଫଳରେ ଦେଶ ବିଦେଶର ଶହଶହ ଯାତ୍ରୀ ହଇରାଣ ହୋଇଥିଲେ। ତେବେ...

ଅଭିମାନ କଲେ ସୁବ୍ରମଣ୍ୟମ ସ୍ବାମୀ: କହିଲେ, ମୋ ବିଚାରଧାରା ଶୁଣିବାକୁ ‘ନମୋ’ଙ୍କ ଆଗ୍ରହ ନାହିଁ

ନୂଆଦିଲ୍ଲୀ, ୧।୭:ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ କେନ୍ଦ୍ର ସରକାରଙ୍କ ପ୍ରତି ଥିବା ନିଜ ଅଭିମାନ ଜାହିର କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ବର୍ତ୍ତମାନ...

ବୋଫର୍ସ ତୋପ ଦୁର୍ନୀତି: ୧୦୬ ବିରୋଧୀ ଏମ୍‌ପି ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ,୨୪।୬: ବୋଫର୍ସ ତୋପକୁ ବିରୋଧ କରି ୩୦ ବର୍ଷ ତଳେ ୧୯୮୯ ଜୁନ୍‌ ୨୪ରେ ଲୋକ ସଭାର ୧୧୦ ବିରୋଧୀ ଏମ୍‌ପିଙ୍କ ମଧ୍ୟରୁ ୧୦୬ ଜଣ...

ଦ୍ୱିତୀୟ ଇନିଂସ୍‌ରେ ପ୍ରଥମେ ମାଲଦିଭିସ୍‌ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶାସନ ଭାର ସମ୍ଭାଳିବାକୁ ଯାଉଥିବା ବେଳେ ପ୍ରଥମେ ସେ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ମାଲଦିଭିସ୍‌ ଗସ୍ତ...

ମୋତିଲାଲ ଭୋରା ହୋଇପାରନ୍ତି କଂଗ୍ରେସର କାମଚଳା ଅଧ୍ୟକ୍ଷ

ନୂଆଦିଲ୍ଲୀ, ୩।୭: କଂଗ୍ରେସର ଅଧ୍ୟକ୍ଷ ପଦରୁ ବୁଧବାର ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ...

ପାକିସ୍ତାନ ଭଳି ପଡ଼ୋଶୀ କାହା ଭାଗ୍ୟରେ ନ ଜୁଟୁ: ରାଜନାଥ ସିଂ

ନୂଆଦିଲ୍ଲୀ,୮।୮: ଭାରତ ପ୍ରତି ପାକିସ୍ତାନର ଶତ୍ରୁତାପୂର୍ଣ୍ଣ ମନୋଭାବ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବଢ଼ିବାରେ ଲାଗିଛି। ଏହି ମର୍ମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି...

ଅମରନାଥ ଯାତ୍ରା: ୨୬ ବର୍ଷରେ ୧୪ ଆତଙ୍କବାଦୀ ଆକ୍ରମଣରେ ୬୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି

ଶ୍ରୀନଗର,୧।୭: ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳ ସୋମବାର କଶ୍ମୀରର ପହଲଗାମ୍‌ ବେସ୍‌ କ୍ୟାମ୍ପଠାରୁ ଯାତ୍ରା ଆରମ୍ଭ କରିଛନ୍ତି। ଗତ ୨୬ ବର୍ଷ ମଧ୍ୟରେ ଅମରନାଥ ଯାତ୍ରା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *