Posted inUncategorized

ମାଉସୀମା’ ମନ୍ଦିର ଆଗରେ ତିନିଠାକୁରଙ୍କ ରଥ

ରଣପୁର, ୭ା୭ (ସ୍ବ.ପ୍ର.): ଓଡ଼ିଶାର ଦ୍ୱିତୀୟ ଶ୍ରକ୍ଷେତ୍ର କୁହାଯାଉଥିବା ରଣପୁରଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ଶନିବାର ସମାପ୍ତ ହୋଇଛି । ସନ୍ଧ୍ୟାରେ ରଥରୁ ୩ଠାକୁରଙ୍କୁ ପୂଜା ପଣ୍ଡାମାନେ ପହଣ୍ଡି ବିଜେ କରାଇ ମାଉସୀମା’ ମନ୍ଦିରକୁ ନେଇଥିଲେ। ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଠାକୁରମାନେ ମାଉସୀମା’ ମନ୍ଦିରରେ ରହି ଭକ୍ତମାନଙ୍କୁ ଦର୍ଶନ ଦେବେ। ଘୋଷଯାତ୍ରା ଦିନ ରଣପୁର ଜଗନ୍ନାଥ ମନ୍ଦିରରୁ ଶ୍ରୀଜୀଉମାନେ ରଥାରୂଢ ହୋଇ ନଅଦିନ ପାଇଁ ନିଜର ଜନ୍ମମାଟି ମାଉସୀମା’ ମନ୍ଦିରକୁ ବାହାରିଥିଲେ। ହେଲେ କେବଳ ବଡଠାକୁର ବଳଭଦ୍ରଙ୍କ ରଥକୁ ଭକ୍ତମାନେ ଟାଣିନେଇ ମାଉସୀମା’ ମନ୍ଦିର ରଥଖଳାରେ ପହଞ୍ଚାଇଥିଲେ। ସେହିପରି ଶୁକ୍ରବାର ମହିଳା ଭକ୍ତମାନେ ମା’ ସୁଭଦ୍ରାଙ୍କ ରଥକୁ ଟାଣି ମାଉସୀମା’ ମନ୍ଦିର ନିକଟରେ ପହଞ୍ଚାଇଥିଲେ। ପରେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣିନେଉଥିବା ସମୟରେ ଚୈତନ୍ୟ ମଠ କାମନାଘର ସମ୍ମୁଖ ଏକ ଗୃହରେ ଲାଗିଯିବାରୁ ଏହା ଅଟକି ରହିଥିଲା। ରାତ୍ର ହୋଇଯିବାରୁ ରଥଟଣା କାର୍ଯ୍ୟ ବନ୍ଦ କରାଯାଇଥିଲା। ଶନିବାର ସକାଳେ ବଢେଇ ମହାରଣାମାନେ ସଜାଡିବା ପରେ ୧୦ଟାରେ ଭକ୍ତମାନେ ନନ୍ଦିଘୋଷ ରଥ ଟାଣି ମାଉସୀମା’ ମନ୍ଦିର ନିକଟରେ ପହଞ୍ଚାଇଥିଲେ ା ରଥାରୂଢ ତିନି ଠାକୁରଙ୍କୁ ଭକ୍ତମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଦର୍ଶନ କରିଥିଲେ ା ପରେ ଘଣ୍ଟ, ଘଣ୍ଟା, କାହାଳି, ହରିବୋଲ, ହୁଳହୁଳି ଧ୍ୱନିରେ ଶ୍ରୀଜୀଉମାନଙ୍କ ପହଣ୍ଡିକାର୍ଯ୍ୟ କରାଯାଇଥିଲା। ସେବାୟତମାନେ ପ୍ରଥମେ ସୁଦର୍ଶନ ପରେ ବଡ ଠକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ଗୋଟି ପହଣ୍ଡି କରାଇ ଗୁଣ୍ଡିଚା ମନ୍ଦିର ଭିତରକୁ ନେଇଥିଲେ ା ଶାନ୍ତିଶୃ୍‌ଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆସନ୍ତା ନବମୀ ପର୍ଯ୍ୟନ୍ତ ତିନିଠାକୁର ମାଉସୀମା’ ମନ୍ଦିରରେ ରହି ଭକ୍ତମାନଙ୍କୁ ଦର୍ଶନ ଦେବେ।


All Right Reserved By Dharitri.Com

Posted inUncategorized View All

ବାର୍‌ହା ମାଂସ ଜବତ, ଶିକାରୀ ଗିରଫ

ବୁଗୁଡ଼ା,୧୧ା୧(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ଜିଲିବା ଛକରେ ବାଲିପଦର ବନପାଳ ଓ ବନରକ୍ଷୀ ଶନିବାର ବାର୍‌ହା ମାଂସ ବିକ୍ରି କରୁଥିବା ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରିଛନ୍ତି। ସେ...

ଶିକ୍ଷକଙ୍କ କାଠଫାଳିଆ ମାଡ଼ରେ ଛାତ୍ର ଗୁରୁତର: ବହି ହଜିଯିବାରୁ ପିଟିଲେ

ଦିଗପହଣ୍ଡି,୨୬ା୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିରେଣି କୁମାର ସାହୁଙ୍କ କାଠଫାଳିଆ ମାଡ଼ରେ ଜଣେ ୭ମ ଶ୍ରେଣୀ...

ଦୈନନ୍ଦିନ ଜୀବନଶୈଳୀ ଓ ମସ୍ତିଷ୍କର କାର୍ଯ୍ୟଧାରା

ସନ୍ତୁଳିତ ଜୀବନଶୈଳୀ ଆମକୁ କେତେକାଂଶରେ ସୁସ୍ଥ ରଖିଥାଏ। ଯଦି ଜଣେ ବ୍ୟକ୍ତି ନିଜର ଜୀବନଶୈଳୀକୁ ଠିକ୍‌ ଭାବରେ ଆଗେଇ ନିଅନ୍ତି ତେବେ ତାଙ୍କର ମସ୍ତିଷ୍କ ଆହୁରି...

ନେପାଳରେ ଚିହ୍ନଟ ହେଲେ ପ୍ରଥମ କୋରୋନା ଭାଇରସ ରୋଗୀ

କାଠମାଣ୍ଡୁ,୨୪।୧: ଚାଇନାର ଉହାନ ସହରରୁ ଆସିଥିବା ଜଣେ ଛାତ୍ରଙ୍କ ନିକଟରେ କୋରୋନା ଭାଇରସ ପଜିଟିଭ ଥିବା ଚିହ୍ନଟ ହୋଇଛି। ନେପାଳ ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।...

ଆଲୁମିନିୟମ ପାର୍କ କ୍ଷତିଗ୍ରସ୍ତଙ୍କ ଜରୁରୀ ବୈଠକ : ଗ୍ରହଣ କରିବେ ଆନ୍ଦୋଳନାତ୍ମକ ପନ୍ଥା

ବଅଁରପାଳ, ୨୭।୬ (ଡି.ଏନ୍‌.ଏ.) – ଆଲୁମିନିୟମ ପାର୍କ ପାଇଁ ଅଧିଗ୍ରହଣ କରାଯାଇଥିବା ଗୋଚର ଜମି ବଦଳରେ ଇଡ୍‌କୋ କର୍ତ୍ତୃପକ୍ଷ ଏଯାଏ ଅନ୍ୟତ୍ର ଜମି ଦେବାକୁ ପଦକ୍ଷେପ...

ନବବଧୂଙ୍କ ମୁଣ୍ଡକୁ ହାଣି ହତ୍ୟା: ସ୍ବାମୀ, ଶାଶୁ ଅଟକ

ଗୋପାଳପୁର, ୧୧-୯:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ମନସୁର୍‌କୋଟା ଗ୍ରାମର ଜଣେ ନବବଧୂଙ୍କୁ ହତ୍ୟା କରାଯାଇଛି। ଅଧିକ ଯୌତୁକ ଦାବି ନେଇ ରବିବାର ରାତିରେ ନବବଧୂ ତଥା...

Leave a comment

Your email address will not be published. Required fields are marked *