Posted inଖେଳ

ଅବସର ନେଇ ସ୍ପଷ୍ଟ କଲେ ସୋଏବ ମଲିକ

ଲଣ୍ଡନ,୭।୭(ଏଏଫ୍‌ପି)- ପାକିସ୍ତାନ ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୋଏବ ମଲିକ୍‌ ଅବସର ନେଇ ସୂଚନା ଦେଇଛନ୍ତି। ସେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବିଶ୍ୱକପ୍‌ରେ ସେ ଦଳରୁ ବାଦ୍‌ ପଡିଥିଲେ। ପାକିସ୍ତାନ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶୁକ୍ରବାର ବାଂଲାଦେଶକୁ ୯୪ ରନରେ ହରାଇଥିଲା ଓ ସେ ଏହି ମ୍ୟାଚ୍‌ରେ ଖେଳି ନ ଥିଲେ। ଫଳରେ ବିନା ଫେୟାରଓ୍ବେଲ ମ୍ୟାଚ୍‌ ଖେଳି ସେ ଅବସର ନେବା ସ୍ପଷ୍ଟ ହୋଇଛି। ବିଶ୍ୱକପ୍‌ ପରେ ଅବସର ନେବେ ବୋଲି ମଲିକ ଗତବର୍ଷ କହିଥିଲେ।
ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ୩୭ ବର୍ଷୀୟ ମଲିକ ଟି୨୦ ଫର୍ମାଟରେ ଖେଳ ଜାରି ରଖିବେ। ଅବସର ନେବା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଚଳିତ ବିଶ୍ୱକପ୍‌ରେ ସେ ୩ଟି ମ୍ୟାଚ୍‌ ଖେଳି ଦୁଇଥର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ଫଳରେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହାରିସ ସୋହେଲଙ୍କୁ ସାମିଲ କରାଯାଇଥିଲା। ଅବସର ନିଷ୍ପତ୍ତି ନିଶ୍ଚିତ ଭାବେ କଷ୍ଟକର। ଏହା ମୋତେ ଦୁଃଖ ଦେଇଛି। ଏବେ ପରିବାର ସହ ସମୟ ବିତାଇବାକୁ ସମୟ ପାଇବି। ଆସନ୍ତାବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଉପରେ ମନୋନିବେଶ କରିବି ବୋଲି ମଲିକ କହିଛନ୍ତି।
ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ବାଂଲାଦେଶକୁ ହରାଇଥିଲେ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିପାରିନାହିଁ। ପୂର୍ବରୁ ପାକିସ୍ତାନ ଇମ୍ରାନ ଖାଁଙ୍କ ନେତୃତ୍ୱରେ ୧୯୯୨ ବିଶ୍ୱକପ୍‌ ହାସଲ କରିଥିଲା। ୯ଟି ମ୍ୟାଚ୍‌ ଖେଳି ସାମାନ ୧୧ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଉନ୍ନତ ରନ୍‌ରେଟ୍‌ରେ ପଛରେ ପକାଇ ପାକିସ୍ତାନକୁ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିଥିଲା। ମଲିକ ୨୮୭ଟି ଦିନିକିଆ ଖେଳି ୯ଟି ଶତକ ସହ ୭,୫୩୪ ରନ ସଂଗ୍ରହ କରିଛନ୍ତି। ଗତ ୧୬ ତାରିଖରେ ସେ ଭାରତ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଶେଷଥର ପାଇଁ ଅଂଶଗ୍ରହଣ କରିଥିଲେ। ଅଫ୍‌ ସ୍ପିନର ହିସାବରେ ସେ ୧୫୮ଟି ଉଇକେଟ ମଧ୍ୟ ହାସଲ କରିଥିଲେ। ୪୧ ଦିନିକିଆରେ ସେ ପାକିସ୍ତାନର ନେତୃତ୍ୱ ନେଇଥିଲେ। ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇବାକୁ ଚାହିଁଥିଲି। କିନ୍ତୁ କଥା ଅଲଗା ହେଲା। ଫଳରେ ନିରାଶ ହୋଇଛି ବୋଲି ମଲିକ ସ୍ବୀକାର କରିଛନ୍ତି। ଗୋଟିଏ, ଦୁଇଟି ମ୍ୟାଚ୍‌ ପ୍ରଦର୍ଶନରୁ ଜଣେ ଖେଳାଳିଙ୍କ ଦକ୍ଷତା ମାପିବା ଠିକ୍‌ ନୁହଁ। କିନ୍ତୁ ମୋ ବଦଳରେ ଦଳରେ ସ୍ଥାନ ପାଇଥିବା ହାରିସ ସୋହେଲ ଭଲ ପ୍ରଦର୍ଶନ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ମଲିକ କହିଛନ୍ତି। ପାକିସ୍ତାନ ପାଇଁ ୨୦ ବର୍ଷ କ୍ରିକେଟ ଖେଳିବି ବୋଲି କେବେ ଭାବି ନ ଥିଲି। ଭଲ ଖେଳିବା ପାଇଁ ସବୁବେଳେ କଠିନ ପରିଶ୍ରମ କରିଆସିଛି ଓ ଫଳ ମଧ୍ୟ ପାଇଛି। ଦିନିକିଆ କ୍ୟାରିୟର ନେଇ ବେଶ୍‌ ସନ୍ତୁଷ୍ଟ। ଚାମ୍ପିୟନ୍ସ ଟ୍ରଫି ଜିତିବା ମୋ ଦିନିକିଆ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ବୋଲି ମଲିକ କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ରଣଜୀ ଗ୍ରାଉଣ୍ଡରେ ପଶିଲା ଶାପ

ନୂଆଦିଲ୍ଲୀ,୯।୧୨- ସୋମବାରଠାରୁ ଚଳିତ ସିଜନର ରଣଜୀ ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ହିଁ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି।...

ଇମ୍ରାନଙ୍କୁ ସେହ୍ବାଗଙ୍କ ଟାର୍ଗେଟ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି

ନୂଆଦିଲ୍ଲୀ,୪।୧୦: ହରଭଜନ ସିଂହ ଓ ମହମ୍ମଦ ଶାମିଙ୍କ ପରେ ଭାରତର ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ନିଜ...

ଏମ୍‌ପି ପଦ ପାଇବା ପରେ ଏବେ କମେଣ୍ଟ୍ରି କରିବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୬: କ୍ରିକେଟ ପଡ଼ିଆରୁ ରାଜନୀତିରେ ପାଦ ଦେଇଥିବା କ୍ରିକେଟର ଗୌତମ ଗମ୍ଭୀର ଏବେ କମେଣ୍ଟ୍ରି କରିବେ। ଜୁନ୍‌ ୯ ରବିବାର ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ସେ ଷ୍ଟାର...

କୋପା ଆମେରିକା: ସେମିରେ ବ୍ରାଜିଲ

ପୋର୍ତୋ ଆଲେଗ୍ରେ,୨୯।୬- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ପ୍ରଥମ ଦଳଭାବେ ବ୍ରାଜିଲ ସେମିଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଏହି ଦଳ ଶୁଟ୍‌ଆଉଟ୍‌ ଜରିଆରେ...

ଦୁଲୀପ ଟ୍ରଫି : ଅଙ୍କିତଙ୍କ ଶତକ ସତ୍ତ୍ୱେ ଇଣ୍ଡିଆ ରେଡ୍‌ ଅଗ୍ରଣୀ

ବେଙ୍ଗାଲୁରୁ, ୨୫।୮:  ଆଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେ.ଏସ୍‌.ସି.ଏ.) ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଆ ବ୍ଲୁ ବିପକ୍ଷ ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ରେଡ୍‌ ଅଗ୍ରଣୀ...

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫିଲ୍ଡିଂରେ ସୁଧାର ହେବା ଆବଶ୍ୟକ: ସର୍ଫରାଜ

ଟଣ୍ଟନ,୧୪।୬(ପି.ଟି.)-ଚଳିତ ବିଶ୍ୱକପ୍‌ରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ବିଶ୍ୱକପର ସବୁଠାରୁ ରୋମାଞ୍ଚକ ମ୍ୟାଚ୍‌ ରୂପେ ପରିଗଣିତ...

କ୍ରିକେଟ ବେଟିଂ: ୨ ଗିରଫ

ମୁମ୍ବାଇ,୨୪।୬: ଗତ ସପ୍ତାହରେ ଓ୍ବେଷ୍ଟଇଣ୍ଡିଜ-ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ-ସାଉଥ୍‌ ଆଫ୍ରିକା ମ୍ୟାଚ୍‌ ଚଳିତ ଆଇସିସି ବିଶ୍ୱକପ୍‌ର କ୍ରିକେଟ ବେଟିଂ ପାଇଁ ସବୁଠୁ ବଡ଼ ଦିନ ଥିଲା। ମୁମ୍ବାଇ...

ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଧୋନୀ ଯିବେନି

ମୁମ୍ବାଇ,୧୮।୭- ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ସହ ଯିବେନାହିଁ। ଏହି ଗସ୍ତରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ୩ଟି...

Leave a comment

Your email address will not be published. Required fields are marked *