ରହସ୍ୟଘେରରେ ଆଦିତ୍ୟଙ୍କ ମୃତ୍ୟୁ

ବାରିପଦା ଅଫିସ,୨୯।୪- ବାରିପଦା ସହର ୨୫ ନମ୍ବର ୱାର୍ଡ ଛାଞ୍ଚ ଅଞ୍ଚଳର ଆଦିତ୍ୟ ନାରାୟଣ ପଣ୍ଡା ନାମକ ଜଣେ ଯୁବକଙ୍କୁ  ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ହରିଶ୍ଚନ୍ଦ୍ର ପଣ୍ଡା ରବିବାର ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଆଦିତ୍ୟଙ୍କ ପତ୍ନୀ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,  ତାଙ୍କ ସ୍ବାମୀ  ରାତିରେ ନିଃଶ୍ୱାସ ନେଇ ନ ପାରି ତଳେ ପଡି ଯାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଉକ୍ତ ଘଟଣା ଏବେ ରହସ୍ୟଘେରରେ ରହିଛି। ଟାଉନ ଥାନା ପୋଲିସ ଅଧିକ  ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ କଥା  ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ।

ପୋଲିସ ସୂଚନା ଅନୁଯାୟୀ ଆଦିତ୍ୟ ପୋଷ୍ଟାଲ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ୨୦୧୧ରେ ସେ ପ୍ରେମ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ  ଅନ୍ୟ ଜାତିର ହୋଇଥିବାରୁ ଘରେ ଅଶାନ୍ତି  ଲାଗି ରହୁଥିଲା।  ଆଦିତ୍ୟ ଓ ତାଙ୍କ ବାପା ହରିଶ୍ଚନ୍ଦ୍ର ଏକାଠି ରହୁ ନ ଥିଲେ। ଘର ଛାଡି ନିକଟସ୍ଥ ଅନ୍ୟ ଏକ ଘରେ ହରିଶ୍ଚନ୍ଦ୍ର ଭଡାରେ ରହୁଥିଲେ। ଶନିବାର ରାତିରେ ପୁଅର ଚିତ୍କାର ଶୁଣି ସେଠାକୁ ଯାଇ ତାଙ୍କ ତଣ୍ଟି  ଓ ନାକରୁ ରକ୍ତ ବାହାରୁଥିବା ଦେଖି ଏକ ଅଟୋ ଯୋଗେ ବାରିପଦା ମେଡିକାଲକୁ  ନେଇ ଆସିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ   ଏହା ଏକ ହତ୍ୟାକାଣ୍ଡ ବୋଲି ସେ ଦର୍ଶାଇଥିବା ବେଳେ  ଆଦିତ୍ୟଙ୍କ ସ୍ତ୍ରୀ ଏହାକୁ ଅସ୍ବୀକାର କରିବା ଘଟଣାକୁ ରହସ୍ୟାବୃତ କରିଛି।


All Right Reserved By Dharitri.Com

ବରାହ, ନୃସିଂହ ବେଶରେ ଶ୍ରୀଜୀଉ

ନୀଳଗିରି, ୯।୭(ଡି.ଏନ.ଏ.)-ନୀଳଗିରିସ୍ଥିତ ମାଉସୀମା’ ମନ୍ଦିରରେ ବିଜେ ଶ୍ରୀଜୀଉ ମଙ୍ଗଳବାର ବରାହ ଓ ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ଗହଳରେ ରଥରେ...

ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ

ତିହିଡ଼ି, ୮।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ପାଳିଆବିନ୍ଧା ଅଞ୍ଚଳର ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ...

ଅଂଶୁଘାତ ପ୍ରତିକାର ପାଇଁ ନାହିଁ କୌଣସି ବ୍ୟବସ୍ଥା

ହାଟଡିହୀ୧୧ା୫(ସ୍ବ.ପ୍ର.): ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିଲାବେଳେ ହାଟଡିହୀ ସରକାରୀ  ଡାକ୍ତରଖାନାରେ ଅଂଶୁଘାତ ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା ନାହିଁ। ଲୋକେ ନାନା ଅସୁବିଧାର...

ଅସହାୟ ୬ ଅନାଥ ଭଉଣୀ ଭାଇ

ବଡ଼ସାହି,୨୧ା୧୦(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ମୁଖ୍ୟାଳୟଠାରୁ ମାତ୍ର ୫ କି.ମି. ଦୂର ବଳଭଦ୍ରପୁର ଗ୍ରାମରେ ଦୁଇ ପରିବାରର ୬ ଅନାଥ ପିଲା ଏବେ ଅସହାୟ ଅବସ୍ଥାରେ ଦିନ...

ଶହେ ବର୍ଷର ବିଦ୍ୟାଳୟ କାନ୍ଥ ଭୁଶୁଡିଲା

ବାହାନଗା, ୨୬ା୧୦(ଡି.ଏନ.ଏ.)-ଲଘୁଚାପ ଜନିତ ଲଗାଣ ବର୍ଷାରେ ବାହାନଗା ବ୍ଲକ ଅଭଣା ପଞ୍ଚାୟତର ବରଜଦେଉଳି ଗ୍ରାମରେ ଥିବା ଶହେ ବର୍ଷର ପୁରୁଣା ଉନ୍ନୀତ ଉ.ପ୍ରା.ବିଦ୍ୟାଳୟର କାନ୍ଥ ଭୁଶୁଡି...

ଦୁଇ ଟନ୍‌ରୁ ଊର୍ଦ୍ଧ୍ୱ ଚୋରା କୋଇଲା ଜବତ: ଜଣେ ଗିରଫ

ପଦ୍ମପୁର,୬।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମରା ବନ୍ଦରରୁ କୋଇଲା ପରିବହନ ହେଉଥିବା ବେଳେ ବ୍ୟାପକ ଚୋରା ଚାଲାଣ ହୋଇଛି। ଗୁରୁବାର ସକାଳୁ ତିହିଡି ଅଞ୍ଚଚଳର ଏକ ପିକ୍‌ଅପ୍‌...

ମୋହରିରଙ୍କ ଚାଳିଆ ଭଙ୍ଗା ଘଟଣା: ଅତିରିକ୍ତ ଜିଲାପାଳଙ୍କ ତଦନ୍ତ ଆରମ୍ଭ

ସଜନାଗଡ଼, ୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରିରେ ମୋହରିରଙ୍କ ଚାଳିଆ ଭଙ୍ଗା ନେଇ ପୂର୍ବରୁ ତୁମ୍ବିତୋଫାନ ଉଠିଥିଲା। ଘଟଣାକୁ ନେଇ ନୀଳଗିରି ତହସିଲଦାର ଓ ବିଧାୟକ ସାମ୍ନାସାମ୍ନି ହେବା...

ଶଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁ

ଔପଦା, ୧୦।୧୦(ଡି.ଏନ.ଏ.)-ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ଅଘାଶୂଳ ଗ୍ରାମର ବୈକୁଣ୍ଠ ଦାସ (୩୫) ନାମକ ଯୁବକଙ୍କ ଶ୍ୱଶୁର ଘରେ ମୃତ୍ୟୁ ହୋଇଛି। ଶ୍ୱଶୁର ଘର ଲୋକଙ୍କ...

Leave a comment

Your email address will not be published. Required fields are marked *