ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

ବନ୍ତଳା, ୭ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଦୀର୍ଘ ୧୫ ଦିନ ହେଲାଣି ବିପଦସଙ୍କୁଳ ଅବସ୍ଥାରେ ରହିଛି। କାଳବୈଶାଖୀରେ ଏହି ଖୁଣ୍ଟ ମୂଳରୁ ଅଧା ଭାଙ୍ଗି ଯାଇଥିଲେ ଏହାକୁ ସେଠାରୁ ହଟାଯାଉନାହିଁ। ଗୋଟିଏ ପଟକୁ ନଇଁ ପଡିଥିବା ଖୁଣ୍ଟଟି ଯେ କୌଣସି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ଆଶଙ୍କାରେ ରହିଛନ୍ତି କଲେଜ ଛାତ୍ରୀଛାତ୍ର। ଏ ନେଇ ସେସୁ, ଏନ୍‌ଜେନ ନିକଟରେ ଅଭିଯୋଗ ସତ୍ତ୍ୱେ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ଦୈନିକ ହଜାର ହଜାର ଲୋକେ କଲେଜ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ କରୁଛନ୍ତି। ହେଲେ ପ୍ରାୟ ୧୫ ଦିନ ହେବ ବିପଦସଙ୍କୁଳ ଅବସ୍ଥାରେ ଥିବା ଖୁଣ୍ଟକୁ ସେଠାରୁ ହଟାଯାଉନାହିଁ। ଫଳରେ କୌଣସି ସମୟରେ ଖୁଣ୍ଟ ପଡି କ୍ଷୟକ୍ଷତି ହେବାର ଆଶଙ୍କା ଥିଲେ ହେଁ ବିଦ୍ୟୁତ କର୍ତ୍ତୃପକ୍ଷ ଚୁପ ହୋଇ ବସି ରହିଛନ୍ତି। ଏ ନେଇ ସେସୁ ଓ ଏନ୍‌ଜେନର କନିଷ୍ଠ ଯନ୍ତ୍ରୀଙ୍କ ସମେତ ଏନଜେନ ଅନୁଗୋଳ ଜିଲାର ମୁଖ୍ୟଙ୍କୁ ଅବଗତ କରାଯିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ତୁରନ୍ତ ଏହାକୁ ସେଠାରୁ ହଟାଯାଇ ନୂତନ ଖୁଣ୍ଟ ପୋତାଯିବାକୁ ଦାବି ହୋଇଛି।
କେବଳ କଲେଜ ନିକଟରେ ନୁହେଁ, ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟଗୁଡିକ ବିପଦ ସଙ୍କୁଳରେ ଥିବା, ପୁରୁଣା ତାରରେ ବିଦ୍ୟୁତ ସଂଯୋଗ, ଅଘୋଷିତ ବିଦ୍ୟୁତ୍‌ କାଟ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କେବଳ ବିଲ୍‌ ଆଦାୟକୁ ଗୁରୁତ୍ୱ ନ ଦେଇ ଉପଭୋକ୍ତାଙ୍କୁ ଠିକ୍‌ ଭାବେ ସେବା ପ୍ରଦାନ କରାଯିବାକୁ ଦାବି ହୋଇଛି। ଏ ସମ୍ପର୍କରେ ସେସୁ ବିଭାଗର ବନ୍ତଳା ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନିର୍ମଳ କୁମାର ମହନ୍ତ କୁହନ୍ତି, ବାରମ୍ବାର ଶରଧାପୁରଠାରେ ୩୩ କେଭି ତାରରେ ଜାଣିଶୁଣି ଦୁର୍ବୃତ୍ତମାନେ ଚେନ ପକାଇ ଅସୁବିଧା କରୁଥିଲେ ହେଁ ଅନୁଗୋଳ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏଲ୍‌ଟି ଲାଇନ, ବିଦ୍ୟୁତ୍‌ ଖୁଣ୍ଟ ବାବଦରେ ଏନ୍‌ଜେନ ଦାୟିତ୍ୱ ନେଇଛି। ଏ ବିଷୟରେ ଏନଜେନ ଜିଲା ମୁଖ୍ୟ ଚିତ୍ତରଞ୍ଜନ ରାଉତ କୁହନ୍ତି, କଲେଜ ନିକଟରେ ଖୁଣ୍ଟ ଭାଙ୍ଗିଥିବା ନେଇ ଅଭିଯୋଗ ଆସିଛି। ସେଠାରେ ତୁରନ୍ତ ବିଦ୍ୟୁତ ଖୁଣ୍ଟ ପୋତାଯିବ। ଏ ନେଇ ସ୍ଥାନୀୟ ଜେଇଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


All Right Reserved By

କେନ୍ଦୁପତ୍ର ବୋଝେଇ ଅଟୋ ଜବତ, ଜଣେ ଗିରଫ

ଛେଣ୍ଡିପଦା,୮।୬(ସ୍ବ.ପ୍ର)-ଛେଣ୍ଡିପଦା ବନାଞ୍ଚଳ ବ୍ରାହ୍ମଣବିଲ ଛକ ନିକଟରୁ ଶନିବାର ବନବିଭାଗ ଏକ କେନ୍ଦୁପତ୍ର ବୋଝେଇ ଅଟୋ ଜବତ କରିଛି। ଏହି ଘଟଣାରେ ଛେଣ୍ଡିପଦା ଥାନା କୋଶଳା ଶିମିଳିସାହିର...

ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ ହାତୀ

କଣିହାଁ/ ବଇଣ୍ଡା,୨୫।୬ (ଡି.ଏନ.ଏ.)ଅନୁଗୋଳ ଜିଲାର କଣିହାଁ ବନାଞ୍ଚଳ ଓ ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ ଲାଗି ରହିଛି। କଣିହଁ। ବନାଞ୍ଚଳ ଅଧୀନ ରେଙ୍ଗାଳି ଫରେଷ୍ଟ ସେକ୍ସନର...

ନାଲ୍‌କୋ ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନରେ ଫାଟ; ଏଏମ୍‌ଏସରେ ହେଲାନି କର୍ମକର୍ତ୍ତା ନିର୍ବାଚନ

ବଅଁରପାଳ, ୨୪।୬(ଡି.ଏନ.ଏ.) ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ସ୍ବୀକୃତି ପ୍ରାପ୍ତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜଦୁର ସଂଘ (ଏଏମ୍‌ଏସ୍‌)ରେ କିଛି ଦିନ ହେଲା ଫାଟ ସୃଷ୍ଟି ହୋଇଛି। ଏଥିଯୋଗୁ...

ଘର ଭାଙ୍ଗିଲା ହାତୀ

ବଇଣ୍ଡା, ୨୪ା୭(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ କଣ୍ଟେଇକୁଳିଆ ଗ୍ରାମରେ ମଙ୍ଗଳବାର ହାତୀ ଉପଦ୍ରବ କରି ବ୍ୟାପକ ଫସଲ ନଷ୍ଟ କରିବା ସହ କୁନା ସାହୁଙ୍କ...

ସାଇସ୍ବରୂପ, ପୀୟୂଷଙ୍କୁ ଏଲୋ ରେଟିଂ ମାନ୍ୟତା

ଢେଙ୍କାନାଳ ଅଫିସ, ୨୬।୭- ଢେଙ୍କାନାଳ ଶ୍ରେୟା ଚେସ୍‌ ଏକାଡେମୀର ଉଦୀୟମାନ ଖେଳାଳି ସାଇସ୍ବରୂପ ମିଶ୍ର ଏବଂ ପୀୟୂଷ କୁମାର ସାହୁଙ୍କୁ ଅନ୍ତର୍ଜାତୀୟ ଏଲୋ ରେଟିଂ ମାନ୍ୟତା...

୪ ଶିଶୁ ଶ୍ରମିକଙ୍କୁ ବିହାରରୁ ଉଦ୍ଧାର କରିବ ଶିଶୁ କଲ୍ୟାଣ ସମିତି

ପାରଳାଖେମୁଣ୍ଡି, ୧୯।୪ (ସ୍ବ.ପ୍ର.) – ଗଜପତି ଜିଲା ସଦର ପାରଳାଖେମୁଣ୍ଡିସ୍ଥିତ ଶିଶୁ କଲ୍ୟାଣ ସମିତି ପକ୍ଷରୁ ବିହାରରେ ଥିବା ୪ଜଣ ଶିଶୁ ଶ୍ରମିକଙ୍କୁ ଆଣିବା ପାଇଁ...

ଛେଣ୍ଡିପଦାରେ ଦନ୍ତା ତାଣ୍ଡବ: କଲେଜ ପାଚେରି ଭାଙ୍ଗିଲା, ବର୍ତ୍ତିଲେ ଜଗୁଆଳି

ଛେଣ୍ଡିପଦା,୧୯ା୭ (ସ୍ବ.ପ୍ର./ଡି.ଏନ.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ସନ୍ତରାବନ୍ଧ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ୩ଟି ହାତୀ ଉପଦ୍ରବ କରିବା ସହ ସ୍ଥାନୀୟ ମହର୍ଷି ମହାବିଦ୍ୟାଳୟ ପାଚେରି...

ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୫ ଘଡ଼ିଆଳ

ବନ୍ତଳା, ୨୧ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ଶୁକ୍ରବାର ଅପରାହ୍ନରେ ୫ଟି ଘଡିଆଳ କୁମ୍ଭୀର ଛଡାଯାଇଛି। ଏହି କୁମ୍ଭୀରଗୁଡିକୁ ନନ୍ଦନକାନନରୁ ସେଠାକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *