ପୋଲିସ ପର୍ବତରାଣୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସର୍ବୋଚ୍ଚରେ ପହଞ୍ଚାଇଥାଏ। ସଫଳତା ପାଉଥିବା ବ୍ୟକ୍ତି ସର୍ବଦା ଆଗକୁ ବଢ଼ିବା ଲାଗି ଉଦ୍ୟମ କରିବା ହେଉଛି ସକାରାତ୍ମକ ଚିନ୍ତାଧାରା। ନିକଟରେ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ଅପର୍ଣ୍ଣା କୁମାର ସେଭେନ୍‌ ସମିଟ୍‌ ଚ୍ୟାଲେଞ୍ଜ ଅତିକ୍ରମ କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସାତ ମହାଦେଶରେ ଅବସ୍ଥିତ ପ୍ରତ୍ୟେକଟି ସର୍ବୋଚ୍ଚ ଶୃଙ୍ଗ ଆରୋହଣ କରାଯିବା ପରେ ତାହା ‘ସେଭେନ୍‌ ସମିଟ୍‌ ଚ୍ୟାଲେଞ୍ଜ’ ଅତିକ୍ରମ କରିବାର ଆଖ୍ୟା ପାଇଥାଏ। ଉତ୍ତର ଆମେରିକାର ଆଲାସ୍କାର ଶୀର୍ଷ ଶୃଙ୍ଗ ଦେନାଲିରେ ୩୦ ଜୁନ୍‌ରେ ପହଞ୍ଚତ୍ ଅପର୍ଣ୍ଣା ପ୍ରଥମ ଆଇପିଏସ୍‌ ଅଫିସର ଭାବେ ଏଭଳି ଗୌରବ ଅର୍ଜନ କରିପାରିଛନ୍ତି। ସେଠାରେ ସେ ତ୍ରିରଙ୍ଗା ପତାକା ଉଡ଼ାଇବା ପରେ ଏବେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ସେ ଯୁବପିଢ଼ିଙ୍କ ପାଇଁ ଆଇକନ୍‌ ପାଲଟି ଯାଇଛନ୍ତି।
୨୦୦୨ ବ୍ୟାଚ୍‌ ଉତ୍ତରପ୍ରଦେଶ କ୍ୟାଡରର ଆଇପିଏସ୍‌ ଅଧିକାରୀ ଅପର୍ଣ୍ଣା କୁମାର ଇଣ୍ଡୋ ତିବ୍ବତ ବର୍ଡର ପୋଲିସ (ଆଇଟିବିପି)ର ଡିଆଇଜି ଭାବେ ଡେରାଡୁନ୍‌ର ନର୍ଥ ଫ୍ରଣ୍ଟିୟରରେ କାର୍ଯ୍ୟରତ ଅଛନ୍ତି। ପିଲାଟି ବେଳୁ ଭଲ ପଢ଼ିବା ସହ ଦୁଃସାହସିକ କ୍ରୀଡ଼ା ପ୍ରତି ତାଙ୍କର ଆକର୍ଷଣ ରହି ଆସିଥିଲା। ଆଇପିଏସ୍‌ ଅଫିସର ଚାକିରି ପାଇ ୨୦୦୨ରେ ମସୌରିରେ ତାଲିମ ନେବା ପୂର୍ବରୁ ବେଙ୍ଗାଲୁରୁର ଏହି ମହିଳା କେବେ ବି ବରଫ ପାହାଡ଼ ଦେଖି ନ ଥିଲେ। ହେଲେ ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି ଗିରିଶୃଙ୍ଗରେ ପହଞ୍ଚିବା ଲାଗି ସୁଯୋଗ ସୃଷ୍ଟି କରିଥିଲା। ଦୁଇ ସନ୍ତାନର ଜନନୀ ପ୍ରଥମେ ଏଭରେଷ୍ଟ ଚଢ଼ିବାକୁ ଚେଷ୍ଟା କରିଥିଲେ। ୨୦୧୪ ଓ ୨୦୧୫ରେ ସେହି ଲକ୍ଷ୍ୟରେ ସେ ସଫଳ ହୋଇ ନ ଥିଲେ। ୨୧ ମେ ୨୦୧୬ରେ ସେ ଏଭରେଷ୍ଟ ଆରୋହଣ କରିବା ପରେ ପଛକୁ ଫେରି ଚାହିଁ ନାହାନ୍ତି। ସାତ ମହାଦେଶର ଗୋଟିଏ ପରେ ଗୋଟିଏ ଶୃଙ୍ଗ ଅତିକ୍ରମ କରିବା ପରେ ୧୫ ଜୁନ୍‌ ୨୦୧୯ରେ ସେ ଆଲାସ୍କାର ଶୀର୍ଷ ଶୃଙ୍ଗ ଦେନାଲି ଅଭିମୁଖେ ଯାତ୍ରା କରିଥିଲେ। ସ୍ବାମୀ ସାହରନପୁର ଡିଭିଜନାଲ୍‌ କମିଶନର ସଞ୍ଜୟ କୁମାର ତାଙ୍କୁ ବିଜୟଯାତ୍ରା କାମନା କରି ସବୁ ପ୍ରକାର ସହଯୋଗ କରିଥିଲେ। ଜୁଲାଇ ୧୦ରେ ତାଙ୍କ ଅଭିଯାନ ଶେଷ ହେବାକୁ ଥିବା ବେଳେ ଯଥେଷ୍ଟ ପୂର୍ବରୁ ଅପର୍ଣ୍ଣା ତାହାକୁ ଅତିକ୍ରମ କରିଯାଇଥିଲେ। ମାଇନସ୍‌ ୪୦ଡିଗ୍ରୀ ତାପମାତ୍ରା ସହ ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ବହୁଥିବା ଥଣ୍ଡା ପବନକୁ ଭ୍ରୂକ୍ଷେପ ନ କରି ସେ ଯେଉଁ ଦୁଃସାହସିକତାର ପରିଚୟ ଦେଲେ ତାହା ଯୁବ ପର୍ବତାରୋହୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି। ସେଭେନ୍‌ ସମିଟ୍‌ ଚ୍ୟାଲେଞ୍ଜ ସହ ଦକ୍ଷିଣ ମେରୁ ବିଜୟିନୀ ହୋଇଥିବା ଅପର୍ଣ୍ଣାଙ୍କ ଅନ୍ୟତମ ଲକ୍ଷ୍ୟ ରହିଛି ଉତ୍ତର ମେରୁ। ସେ ଖୁବ୍‌ଶୀଘ୍ର ଲକ୍ଷ୍ୟ ପୂରଣ କରିବେ ବୋଲି ଆଶାବାଦୀ ଅଛନ୍ତି।
ଅପର୍ଣ୍ଣାଙ୍କ ସଫଳତା ଦେଖି ଆଇଟିବିପିର ସଦସ୍ୟମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଦେଶର ପ୍ରଥମ ଆଇପିଏସ୍‌ ଅଫିସର ଭାବେ ଅପର୍ଣ୍ଣାଙ୍କ ଏଭଳି କୀର୍ତ୍ତିମାନ ରଚନା ତାଙ୍କୁ ପୋଲିସ ପର୍ବତରାଣୀ ଆଖ୍ୟା ଦେଇଛି। ଦେଶର ବିଭିନ୍ନ ବର୍ଗର ଲୋକେ ତାଙ୍କ ଉପରେ ପ୍ରଶଂସା ଅଜାଡ଼ି ଦେଇଛନ୍ତି। ବାସ୍ତବିକ୍‌ ତାଙ୍କ କୃତିତ୍ୱ ଅନ୍ୟ ମହିଳା ପର୍ବତାରୋହୀଙ୍କୁ ସଶକ୍ତ କରିବା ଦିଗରେ ବାଟ ଦେଖାଇବ।


All Right Reserved By

ପାଲା ସନ୍ଧ୍ୟା

ରମେଶ ନନ୍ଦ ରାମହରିପୁରରେ ବାର୍ଷିକ ମହୋତ୍ସବ। ଯଜ୍ଞାନୁଷ୍ଠାନ ଚାଲିଛି। ସନ୍ଧ୍ୟା ବେଳକୁ ବାଦୀ ପାଲା। ଆଜିର ପାଲା ସନ୍ଧ୍ୟାରେ ଓଡ଼ିଶାର ବିଶିଷ୍ଟ ଗାୟକ ଶାର୍ଦ୍ଦୁଳ କେଶରୀ...

ଏଇ ଭାରତରେ

ଗୁଜରାଟରେ ଏପ୍ରିଲ ୨୨ରେ ଏକ ବିବାହ ଉତ୍ସବ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ନିମନ୍ତ୍ରଣପତ୍ର ମଧ୍ୟ ବଣ୍ଟା ସରିଛି। ତେବେ ଏହା ସାଧାରଣ ବିବାହ ନୁହେଁ।...

ବନ୍ଧୁତାର ମହତ୍ତ୍ୱ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଇଂରେଜ କବି ହେନ୍‌ରି ଅଷ୍ଟିନ ଡବସନ୍‌ କହିଥିଲେ, ଯଶ ହେଉଛି ଏପରି ଏକ ଖାଦ୍ୟ ଯାହା କେବଳ ମୃତବ୍ୟକ୍ତି ଖାଇଥାନ୍ତି। (Fame...

ବାୟୁ ପ୍ରଦୂଷଣର ବିଷମ ପରିଣତି

ଡ. ଦେବାନନ୍ଦ ବେଉରା ପରିବେଶର ଅନ୍ୟତମ ଅଙ୍ଗ ବାୟୁମଣ୍ଡଳ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ମଧ୍ୟରେ ପୃଥିବୀକୁ ଘେରି ରହିଛି। ବିଭିନ୍ନ ବାଷ୍ପର ଆନୁପାତିକ ମିଶ୍ରଣର ପରିପ୍ରକାଶ...

ହ୍ବିଶିଲ୍‌ବ୍ଲୋୟରଙ୍କୁ ସମର୍ଥନ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଭାରତୀୟ ବନସେବା ଅଧିକାରୀ ତଥା ହ୍ବିଶିଲ୍‌ବ୍ଲୋୟର (ଦୁର୍ନୀତିଧରାଳି) ସଞ୍ଜୀବ ଚତୁର୍ବେଦୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। କେନ୍ଦ୍ରମନ୍ତ୍ରୀମାନଙ୍କ ବିରୋଧରେ କରାଯାଇଥିବା ଦୁର୍ନୀତି...

ସାହିତ୍ୟର ସତ୍ୟପାଠ

ମାୟାଧର ନାୟକ ରୁଷିଆର ମହାନ୍‌ କଥାକାର ଗର୍କୀଙ୍କ ବିଶ୍ୱବିଖ୍ୟାତ ଉପନ୍ୟାସ ‘ମଦର୍‌’। ଏ ଉପନ୍ୟାସର ମହାନାୟିକା ବାଟ ଚାଲିବାରେ ବିଶ୍ୱାସ କରୁଥିବା ସେଇ ମା’, ଯିଏ...

ଏଇ ଭାରତରେ

ଶ୍ରାବଣ ମାସ ପାଖେଇ ଆସୁଥିବା ବେଳେ ଏହି ସମୟରେ ହଜାର ହଜାର ଶିବଭକ୍ତ କାଉଡି ଯାତ୍ରାରେ ବାହାରିବେ। କାଉଡିଆଙ୍କ ବିଶ୍ରାମ ପାଇଁ ପଥ ପାର୍ଶ୍ୱରେ ଠାଏ...

ଭବ ଭୟ ଓ ଜୀବନ

ଡ. ରମେଶ ଚନ୍ଦ୍ର ପରିଡ଼ା ଜନ୍ମର ଠିକ୍‌ ପରକ୍ଷଣଠାରୁ ଆମ ଜୀବନସ୍ରୋତ ନିଃଶବ୍ଦରେ ବହି ଚାଲିଥାଏ ମୃତ୍ୟୁର କରାଳ ଲହରିକୁ ଭେଟିବା ପାଇଁ। ଏହି ଅବସରରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *