Posted inଖେଳ

ମଲିକଙ୍କ ପାଇଁ ସାନିଆ ଗର୍ବିତ

କରାଚୀ,୬।୭: ଭେଟେରାନ ପାକିସ୍ତାନ ଅଲ୍‌ରାଉଣ୍ଡର ଶୋଏବ ମଲିକ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେଇଛନ୍ତି। ଲଡର୍‌ସଠାରେ ପାକିସ୍ତାନ ତା’ର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇବା ପରେ ମଲିକ ଏହି ଘୋଷଣା କରିଛନ୍ତି। ତାଙ୍କ ପତ୍ନୀ ତଥା ଭାରତୀୟ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ଟୁଇଟର ଯୋଗେ ମଲିକଙ୍କ ପାଇଁ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି। ଏକ ଭାବବିହୂଳପୂର୍ଣ୍ଣ ପୋଷ୍ଟରେ ଲେଖିଛନ୍ତି, ପୂର୍ବତନ ପାକିସ୍ତାନ ଅଧିନାୟକଙ୍କ ଲାଗି ଏହା ନୂଆ ଆରମ୍ଭ। ପ୍ରତ୍ୟେକ ଗଳ୍ପର ଶେଷ ଅଛି। କିନ୍ତୁ ଜୀବନରେ ପ୍ରତ୍ୟେକ ଅନ୍ତରେ ନୂଆ ଆରମ୍ଭ ରହିଛି। ତୁମେ ୨୦ ବର୍ଷ ଧରି ଦେଶ ପାଇଁ ଖେଳିଛ। ଏଥିପାଇଁ ମୁଁ ଓ ପୁଅ ଇଝାନ ଗର୍ବିତ। କ୍ରିକେଟ ବିଶ୍ୱକପ୍‌ର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ ମଲିକଙ୍କୁ ସାଥୀ ଖେଳାଳି ଗାର୍ଡ ଅଫ୍‌ ଅନର ଦେଉଛନ୍ତି। ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ ୩୭ ବର୍ଷୀୟ କ୍ରିକେଟରଙ୍କ ଅନ୍ତିମ ଦିନିକିଆ ଥିଲା। ସେ ୨୮୭ଟି ମ୍ୟାଚ୍‌ ଖେଳି ୩୪.୫୫ ଆଭରେଜ୍‌ରେ ୭,୫୩୪ ରନ୍‌ କରିଛନ୍ତି। ତାଙ୍କ କ୍ୟାରିୟରରେ ୯ ଶତକ ଓ ୩୩ ଅର୍ଦ୍ଧଶତକ ରହିଛି। ସେ ୧୫୮ ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ତୀରନ୍ଦାଜ ଦୀପିକାଙ୍କୁ ରୌପ୍ୟ

ଟୋକିଓ,୧୭।୭(ପିଟି)- ଦେଶର ଶୀର୍ଷ ର଼୍ୟାଙ୍କ ତୀରନ୍ଦାଜ ଦୀପିକା କୁମାରୀ ବୁଧବାର ୨୦୨୦ ଟୋକିଓ ଅଲିମ୍ପିକ୍‌ ଗେମ୍ସର ଟେଷ୍ଟ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। କୋରିଆର ୧୮...

ଭାରତର ପରାଜୟ ପରେ ଜୀବନ ହାରିଲେ ଦର୍ଶକ

ନୂଆଦିଲ୍ଲୀ, ୧୨।୭- ଚଳିତ ଆଇସିସି ବିଶ୍ୱକପର ଏକ ହାଇଭୋଲଟେଜ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି। ଏହି...

ଫାଇନାଲରେ ରାଙ୍କୀରେଡ୍ଡୀ-ଶେଟ୍ଟି

ବ୍ୟାଙ୍କକ୍‌,୩।୮(ପି.ଟି.)- ସାତ୍ୱିକସାଇରାଜ ରାଙ୍କୀରେଡ୍ଡୀ ଓ ଚିରାଗ ଶେଟ୍ଟି ଶନିବାର ଥାଇଲାଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ପ୍ରଥମ...

ଦକ୍ଷିଣ ଏସୀୟ କ୍ରୀଡ଼ା ଝିଲ୍ଲୀ, ସ୍ନେହାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୬।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ଦୁଇ ପ୍ରତିଭା ସମ୍ପନ୍ନ ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ଓ ସ୍ନେହା ସୋରେନ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ପାଇଛନ୍ତି। ନେପାଳର...

ପ୍ରଜନେଶଙ୍କ ବିଜୟ ଅଭିଯାନ

ଲସ୍‌ କାବୋସ (ମେକ୍ସିକୋ), ୩୦।୭ (ପି.ଟି.)- ଭାରତର ଶ୍ରେଷ୍ଠ ସିଙ୍ଗଲ୍ସ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଅନୁଷ୍ଠିତ ଏଟିପି ଲସ୍‌ କାବୋସ ଇଭେଣ୍ଟରେ ବିଜୟରୁ...

ହନୁମା, ରାହାନେଙ୍କ ଅର୍ଦ୍ଧଶତକ, ମ୍ୟାଚ ଡ୍ର

ଆଣ୍ଟିଗୁଆ,୨୦।୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ‘ଏ’ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତଭାବେ ଶେଷ ହୋଇଛି। ମ୍ୟାଚର ଅନ୍ତିମ...

ୟୁଏସ୍‌ ଓପନ ଟେନିସ

ଶ୍ରେଷ୍ଠ ସିଡ୍‌ ମାନ୍ୟତା ପାଇଥିବା ନୋଭାକ ଜୋକୋଭିଚ୍‌ ଓ ନାଓମି ଓସାକା ଏଥର ମଧ୍ୟ ୟୁଏସ୍‌ ଓପନ ଟାଇଟଲ ବଜାୟ ରଖିବେ ବୋଲି ଆଶା କରାଯାଉଛି।...

ଧୋନୀଙ୍କ ଗ୍ଲୋଭ୍ସରେ ସ୍ବତନ୍ତ୍ର ଚିହ୍ନ

ସାଉଥାମ୍ପଟନ, ୬।୬- ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁଧବାର ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ବତନ୍ତ୍ର ଗ୍ଲୋବ୍ସ...

Leave a comment

Your email address will not be published. Required fields are marked *