କଡ଼ା ପହରା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍‌

ଚମ୍ପୁଆ, ୨୯ା୪(ଡି.ଏନ.ଏ.)- ଗତ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ବୁଥ୍‌ରୁ ଇଭିଏମ୍‌ ଅଣାଯାଇ  ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ସ୍ଥାନୀୟ  ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ ଚମ୍ପୁଆ ଓ ପାଟଣା ନିର୍ବାଚନମଣ୍ଡଳୀର ଇଭିଏମ୍‌ ରଖାଯାଇଥିବାରୁ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଆତଯାତ ରୋକିବା ସହ ଏହାକୁ ସୁରକ୍ଷା ଦେବା ଲାଗି କଡ଼ା ପହରା ବ୍ୟବସ୍ଥା କରାଯାଇଛି। ଉକ୍ତ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ଲାଗି  ସଶସ୍ତ୍ର ସୀମା ସୁରକ୍ଷାବଳର ୧ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ବଳମାନେ ଷ୍ଟ୍ରଙ୍ଗରୁମର ସମ୍ମୁଖ ଭାଗ ଏବଂ ଛାତ ଉପରେ ସଜାଗ ରହି ୨୪ ଘଣ୍ଟା ସୁରକ୍ଷା ପ୍ରଦାନ କରୁଛନ୍ତି।  ଚମ୍ପୁଆ ଏସଡିପିଓ ହରିହର ପାଣି ଓ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ସୁରକ୍ଷା ଦାୟିତ୍ୱ ତଦାରଖ  କରୁଛନ୍ତି।  ଗତ ଦୁଇଦିନତଳେ କେନ୍ଦୁଝର ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ କେନ୍ଦୁଝରଠାରେ ଜନୈକ ସନ୍ଦିଗ୍ଧ ବ୍ୟକ୍ତି ଧରାପଡିବା ପରେ ଚମ୍ପୁଆଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଥାନା ଅଧିକାରୀ ପ୍ରଧାନ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ପଲିଥିନ୍‌ ତଳେ ତିନି ଭାଇଭଉଣୀ

ସଜନାଗଡ଼, ୧୪।୧୨(ଡି.ଏନ.ଏ.)-ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଏହାର ସଫଳ...

ପ୍ରସିଦ୍ଧ ଚନ୍ଦନେଶ୍ୱର ପୀଠ ଉତ୍ସବମୁଖର

ଭୋଗରାଇ,୧୫।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ଭୋଗରାଇ ସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଚନ୍ଦନେଶ୍ୱର ଶୈବପୀଠ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଶ୍ରାବଣ ପୂର୍ଣ୍ଣିମା ପାଳିତ...

ଆତଙ୍କ ଖେଳାଉଛନ୍ତି ଝାଡ଼ଖଣ୍ଡ ହାତୀ

ସଜନାଗଡ଼, ୧୭ା୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ପାଦଦେଶରେ ଥିବା ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୨୮ ଝାଡ଼ଖଣ୍ଡ ହାତୀ ଓ ୫ ଛୁଆ ହାତୀ...

ଶୋଇଥିଲାବେଳେ ଜଳିଗଲେ ବ୍ୟକ୍ତି

ବାଲେଶ୍ୱର ଅଫିସ୍‌, ୩।୧୨: ବାଲେଶ୍ୱର ଜିଲା ସଦର ଥାନା ଅଧୀନସ୍ଥ ସୁନ୍ଧୁରି ଛକରେ ଥିବା ଏକ କୋଠା ଘରେ ସୋମବାର ବିଳମ୍ବିତ ରାତିରେ ହଠାତ୍‌ ନିଆଁ...

ଆରମ୍ଭ ହେଲା ‘ଗୁଞ୍ଜନ’: ନାଚ, ଗୀତ ସାଙ୍ଗକୁ ଟେରାକୋଟା ଶିକ୍ଷା

ବାଲେଶ୍ୱର ଅଫିସ, ୬।୬-ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟ ନେଇ ବାଲେଶ୍ୱରର ଏକ ସାମାଜିକ ଅନୁଷ୍ଠାନ ‘ଫାମାସ’ ପକ୍ଷରୁ ଷ୍ଟେଶନ ରାସ୍ତାରେ ଥିବା...

ଅବସରପ୍ରାପ୍ତ ପାରାମେଡିକାଲ କର୍ମୀଙ୍କ ନିଯୁକ୍ତିକୁ ବିରୋଧ: ମହିଳା ସ୍ବାସ୍ଥ୍ୟକର୍ମୀ ସଂଘର ଧାରଣା

ବାଲେଶ୍ୱର ଅଫିସ, ୧୮।୧୦-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବସରପ୍ରାପ୍ତ ପାରାମେଡିକାଲ କର୍ମୀଙ୍କ ପୁନଃ ନିଯୁକ୍ତିକୁ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ ବିରୋଧ...

ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ

ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱରର ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି।...

ନଦୀ ଖୋଳା, ପୋଲ ନିର୍ମାଣରେ ଅନିୟମିତତା

ଖଇରା, ୨୩।୬(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୋଚିଆକୋଇଲି ଦେଇ ଯାଇଥିବା ଢଙ୍କଣ ନଦୀ ଖୋଳା ଓ ଅନ୍ୟ ୩ ପୋଲ ନିର୍ମାଣରେ ଅନିୟମତତା...

Leave a comment

Your email address will not be published. Required fields are marked *