Posted inଜାତୀୟ

୧ ଲକ୍ଷ ଝିଅଙ୍କ ବିବାହ କରାଇବେ ଯୋଗୀ ସରକାର

ଲକ୍ଷ୍ନୌ,୬।୭: ସାମୁହିକ ବିବାହ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକ୍ଷେ ଗରିବ ଝିଅଙ୍କ ବିବାହ କରିବାକୁ ସ୍ଥିର କରିଛନ୍ତି। ତେବେ ଏହି ବିବାହକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି ସୂଚନା ମିଳିଛି। ସରକାର ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ବିବାହ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବିବାହ ମୁହୂର୍ତ୍ତକୁ ଦେଖି ୪ଟି ତିଥି ସ୍ଥିର କରାଯିବ। ସମାଜ କଲ୍ୟାଣ ବିଭାଗ ୨୦୧୯-୨୦ ବର୍ଷରେ ଏକ ଲକ୍ଷ ଯୋଡିଙ୍କ ବିବାହ କରିବାକୁ ଲକ୍ଷ୍ୟ ରଖିଛି। ଏହାର ମୁଖ୍ୟ ସଚିବ ମନୋଜ କୁମାରଙ୍କ ତରଫରୁ ଫିଲ୍ଡ ଅଫିସରମାନଙ୍କୁ ଏହାର ସୂଚନା ଦିଆଯାଇଛି। ସମସ୍ତ ଜିଲାଧିକାରୀଙ୍କୁ ଏହା ଉପରେ ବିଶେଷ ଦୃଷ୍ଟି ଦେଇ ଆୟୋଜନକୁ ସଫଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ଜିଲାରୁ ଅବିବାହିତ ଗରିବ ଝିଅଙ୍କ ସମ୍ପର୍କରେ ରିପୋର୍ଟ ମଗାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଏହି ସାମୁହିକ ବିବାହରେ ଯୋଗୀ ସରକାର ଗୋଟିଏ ବିବାହ ପାଇଁ ୩୫ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇ ୫୧ ହଜାର କରାଯାଇଛି। ତେବେ ଗତବର୍ଷ ଫେବୃୟାରୀ ୯ରେ ସାମୁହିକ ବିବାହ ମାଧ୍ୟମରେ ୧୦ ହଜାର ଗରିବ ଝିଅଙ୍କ ବିବାହ ଲକ୍ଷ୍ୟ ରଖାଯାଇଥିବା ବେଳେ ଶେଷ ବେଳକୁ କିନ୍ତୁ ୧୫ ହଜାର ଯୋଡାଙ୍କର ବିବାହ କରାଯାଇଥିଲା। ଏଥର ଏହି ସାମୁହିକ ବିବାହରେ ଯୋଗୀ ସରକାରଙ୍କର ସମସ୍ତ ମନ୍ତ୍ରୀ, ଏମ୍‌ପି ଓ ବିଧାୟକ ଯୋଗ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।


All Right Reserved By Dharitri.Com

ସୁଷମାଙ୍କୁ ଭାଜପା ଦେଲା ଅନ୍ତିମ ବିଦାୟ: ଦଳୀୟ ପତାକା ଢ଼ାଙ୍କିଲେ ଶାହ

ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଭାଜପା କାର୍ଯ୍ୟାଳୟରେ ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୁଷମାଙ୍କ ମରଶରୀର...

୮ ରାଜ୍ୟରେ ହିନ୍ଦୁଙ୍କୁ ମିଳୁ ଅଳ୍ପସଂଖ୍ୟକ ମାନ୍ୟତା: ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୦।୨: ଦେଶର ୮ ରାଜ୍ୟରେ ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା ଦେବାକୁ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ଏନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯେଉଁ...

କର୍ନାଟକ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ: ୧୦ ଅଯୋଗ୍ୟ ବିଧାୟକଙ୍କୁ ମିଳିଲା ମନ୍ତ୍ରୀ ପଦ

ବେଙ୍ଗାଲୁରୁ,୬।୨: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଗୁରୁବାର ହୋଇଛି। ଉପନିର୍ବାଚନ ଜିତିଥିବା କଂଗ୍ରେସ-ଜେଡିଏସ୍‌ର ୧୦ ଅଯୋଗ୍ୟ ବିଧାୟକଙ୍କୁ ଏଥର ମନ୍ତ୍ରୀ ପଦ ମିଳିଛି।...

ପିଏମ୍‌ସି ବ୍ୟାଙ୍କ ଦୁର୍ନୀତି: ୨୧ ହଜାରରୁ ଅଧିକ ଭୂତ ଖାତା

ମୁମ୍ବାଇ,୬।୧୦: ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ(ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇଛି। ମୁମ୍ବାଇ ପୋଲିସର ଅପରାଧ ଶାଖା ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି। ବ୍ୟାଙ୍କରେ...

ପାଟନାରେ ବନ୍ଦ ଘରେ ବିସ୍ଫୋରଣ: ତଦନ୍ତ ଜାରି

ପାଟନା,୧୦।୨: ବିହାର ପାଟନାରେ ଏକ ବନ୍ଦ ଘରେ ସୋମବାର ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।...

ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ

ଶ୍ରୀନଗର/ନୂଆଦିଲ୍ଲୀ, ୪ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ଅତିରିକ୍ତ ସେନା ପ୍ରେରଣ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି। କେନ୍ଦ୍ର ସରକାର ରାଜ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ବିରୋଧୀ...

ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବ ରେଲଓ୍ବେ

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲଓ୍ବେ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବା ଲାଗି...

ବାଲ୍‌ ଠାକ୍‌ରେଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜନୀତି

ମୁମ୍ବାଇ,୧୮ା୧୧(ପି.ଟି.): ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀରେ ରବିବାର ଉଭୟ ଭାଜପା ଓ ଶିବସେନା ନେତାମାନେ ଶିବାଜୀ ପାର୍କ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି...

Leave a comment

Your email address will not be published. Required fields are marked *