ରଣବୀରଙ୍କ ଫିଲ୍ମ ‘୮୩’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ର ସିମ୍ବା ଷ୍ଟାର ଶନିବାର ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ବତନ୍ତ୍ର ଦିବସରେ ରଣବୀର ସିଂହ ତାଙ୍କର ଅପ୍‌କମିଂ ଫିଲ୍ମ ‘୮୩’ର ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି। ଏହି ଫିଲ୍ମରେ ଭାରତୀୟ କ୍ରିକେଟର ତଥା ହରିୟାଣାର ହରିକେନ କପିଲ ଦେବଙ୍କ ଲୁକ୍‌ର ପ୍ରଥମ ଫଟୋକୁ ରଣବୀର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ରଣବୀର ଅବିକଳ ଅଧିନାୟକ କପିଲ ଦେବଙ୍କ ଭଳି ଦେଖାଯାଉଛନ୍ତି। ତାଙ୍କ ଆଖିରେ କପିଲଙ୍କ ଭଳି ଜୋଶ୍‌ ଦେଖିବାକୁ ମିଳିଛି। ଫିଲ୍ମ ‘୮୩’ ହେଉଛି ୧୯୮୩ ବିଶ୍ୱକପ୍‌ କ୍ରିକେଟର କାହାଣୀ ଉପରେ ଆଧାରିତ। ଯେଉଁ ବର୍ଷ ଭାରତ ବିଶ୍ୱକପ୍‌ ଜିତିଥିଲା। ଆଉ ସେତେବେଳେ ଭାରତୀୟ ଦଳର ଅଧିନାୟକ ଥିଲେ କପିଲ ଦେବ। ତାଙ୍କ ନେତୃତ୍ୱରେ ଦଳ କେମିତି ବିଶ୍ୱକପ ଜିତିଲା ତାକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି।

ଏଥିରେ ରଣବୀର କପିଲଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ଦୀପିକାଙ୍କୁ କପିଲଙ୍କ ପତ୍ନୀ ରୋମି ଦେବୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ନିଜ ଚରିତ୍ରକୁ ଜୀବନ୍ତ କରିବା ଲାଗି କପିଲଙ୍କ ଗେଟ୍‌ଅପ୍‌, ଚାଲିଚଳଣ, କଥାବାର୍ତ୍ତା ଆଦିକୁ ଶିଖିବା ପାଇଁ ଫୁଲ ଦମ୍‌ରେ ଲାଗି ପଡ଼ିଛନ୍ତି ରଣବୀର। ଫିଲ୍ମର ଶୁଟିଂ ପାଇଁ ରଣବୀର ଓ ଦୀପିକା ଏବେ ଇଂଲଣ୍ଡରେ ଅଛନ୍ତି। କପିଲଙ୍କ ଚରିତ୍ରକୁ ଭଲଭାବରେ ଆପଣାଇବା ପାଇଁ ରଣବୀର ତାଙ୍କ ଘରେ ୧୦ ଦିନ ପର୍ଯ୍ୟନ୍ତ ରହିଥିଲେ। ଏଥିସହ ପୂର୍ବତନ କ୍ରିକେଟର ବଲବିନ୍ଦର ସିଂହ ସନ୍ଧୁଙ୍କଠାରୁ ରଣବୀର ଓ ତାଙ୍କ ଟିମ୍‌ ଟ୍ରେନିଂ ନେଇଥିଲେ। ଫିଲ୍ମର ପ୍ରଡକ୍ସନ ଭାର କବିର ଖାଁ ଓ ଦୀପିକା ପାଦୁକୋନ ସମ୍ଭାଳୁଥିବା ବେଳେ ୨୦୨୦ ଏପ୍ରିଲ ୧୦କୁ ଏହି ଫିଲ୍ମ ପରଦାକୁ ଆସିବ ବୋଲି ସୂଚନା ମିଳିଛି।


All Right Reserved By Dharitri.Com

‘କବିର ସିଂ’ଙ୍କୁ ପଛରେ ପକାଇଲା ‘ଓ୍ବାର’, ମାତ୍ର ୭ ଦିନରେ କଲା ୨୦୦ କୋଟି ବ୍ୟବସାୟ

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ ହୋଇଥିଲା ଟାଇଗର ଶ୍ରଫ୍‌ ଏବଂ ହ୍ରିତିକ ରୋଶନ ଅଭିନୀତ ଫିଲ୍ମ ‘ଓ୍ବାର’। ଇତି ମଧ୍ୟରେ ଏହାର ସାତ ଦିନ ବିତି...

ରିଷି କପୁରଙ୍କୁ ଭେଟିଲେ ନିତା-ମୁକେଶ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ବେଶ୍‌ କିଛି ଦିନ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ବଲିଉଡ୍‌ର ବହୁ...

ଫିଲ୍ମ ‘ଗଲି ବୟ୍‌’ ଓସ୍କାର ଏଣ୍ଟ୍ରି ପରେ ଏମିତି କହିଲେ ଆଲିଆ, ରଣବୀର

ଓସ୍କାର ୨୦୨୦ ପାଇଁ ଫିଲ୍ମ ‘ଗଲି ବୟ’କୁ ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ ମନୋନୀତ କରାଯାଇଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂହ...

ଖୁବ୍‌ଶୀଘ୍ର ପାଟଣାଗଡ଼

ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ନେଇ ପ୍ରଯୋଜକ ଶ୍ରୀଧର ମାର୍ଥା ନିର୍ମାଣ କରିଥିଲେ ଓଡ଼ିଆ ସିନେମା ‘ପାଟଣାଗଡ଼’। କିନ୍ତୁ ଶୁଟିଂ ସମୟରେ କେତେକ ଆଇନଗତ କାରଣରୁ...

କରୋନା ପାଇଁ ସହାୟତାର ହାତ ବଢାଇଲେ ଅକ୍ଷୟ, ବରୁଣ ଧନ୍ୟବାଦ ଦେଲେ ମୋଦି

ମୁମ୍ବାଇ,୨୯।୩: କରୋନା ଭାଇରସ ଏବେ ବିଶ୍ୱକୁ ତା କବଳକୁ ନେଇଯିବା ଫଳରେ ସବୁଠି ଲକ୍‌ ଡାଉନ୍‌ ପରିସ୍ଥିତି। ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧...

ରଣବୀର ସିଂଙ୍କୁ ଭୁଲିଗଲେ ଦୀପିକା

ବଲିଉଡ୍‌ର ମୋଷ୍ଟ ପପୁଲାର କପଲ୍‌ ହେଉଛନ୍ତି ଦୀପିକା ପାଦ୍ୟୁକୋନ୍‌ ଓ ରଣବୀର ସିଂ। ଦୁହେଁ ସୋସିଆଲ୍‌ ମିଡିଆରେ ବେଶ୍‌ ଆକ୍ଟିଭ୍‌ ମଧ୍ୟ। ନିକଟରେ ଏକ ଇଭେଣ୍ଟ୍‌ରେ...

ଆଲିଆଙ୍କ ପରେ ଜ୍ୟାକ୍‌ଲିନ୍‌ ଲଞ୍ଚ କଲେ ୟୁଟ୍ୟୁବ୍‌ ଚ୍ୟାନେଲ୍‌

କିଛିଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘Aliabe’ ଲଞ୍ଚ କରିଥିଲେ। ଏବେ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି।...

୨୫ରେ ‘ମାଲ ମହୁ ଜୀବନ ମାଟି’ର ଟ୍ରେଲର ରିଲିଜ୍‌

ଭୁବନେଶ୍ୱର,୨୩-୧୦(ବ୍ୟୁରୋ):ଓଡ଼ିଆ ଚଳଚ୍ଚିତ୍ର ‘ମାଲ ମହୁ ଜୀବନ ମାଟି’ ନଭେମ୍ବର ୮ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ତୋଷ ନୋହିଲା ମୋର...

Leave a comment

Your email address will not be published. Required fields are marked *