Posted inଖେଳ

ବୋଟାସ ଜିତିଲେ ଆଜରବୈଜାନ ଗ୍ରାଁ ପ୍ରି

ବାକୁ, ୨୯ା୪ (ଏଏଫ୍‌ପି)-ମର୍ସିଡିଜ୍‌ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ଭାଲଟେରି ବୋଟାସ ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ରେସ୍‌ ଜିତିଛନ୍ତି। ଏଥିସହିତ ସେ ୨୦୧୯ ଡ୍ରାଇଭର୍ସ ଟାଇଟଲ ରେସ୍‌ରେ ପ୍ରଥମ ସ୍ଥାନକୁ ଫେରିଛନ୍ତି। ଏଠାରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ରେସ୍‌ରେ ବୋଟାସ ଦ୍ୱିତୀୟ ସ୍ଥାନରେ ଥିବା ହାମିଲଟନଙ୍କଠାରୁ ୧.୫ ସେକେଣ୍ଡ ଆଗରେ ରହିଥିଲେ। ଫଳରେ ମର୍ସିଡିଜ ସିଜନ ଓପନିଂରେ କ୍ରମାଗତ ଚତୁର୍ଥ ଥର ପାଇଁ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିପାରିଛନ୍ତି। ପୂର୍ବରୁ ଫେରାରୀ ପ୍ରଥମ ଟିମ୍‌ ଭାବେ ଏହି ସଫଳତା ୧୯୫୨ରେ ହାସଲ କରିଥିଲା। ବୋଟାସଙ୍କର ଚଳିତ ସିଜନରେ ଏହା ହେଉଛି ଦ୍ୱିତୀୟ ଟାଇଟଲ। ରେସ୍‌ରେ ଟପ୍‌ ୧୦ରେ ରହିଥିବା ଅନ୍ୟ ଡ୍ରାଇଭରମାନେ ଯଥାକ୍ରମେ ହେଲେ-ସେବାଷ୍ଟିଆନ ଭେଟେଲ (ଫେରାରି), ମାକ୍ସ ଭର୍ଷ୍ଟାପେନ୍‌(ରେଡବୁଲ୍‌), ଚାର୍ଲସ ଲେକଲେର୍କ (ଫେରାରି), ସର୍ଗିଓ ପେରେଜ(ରେସିଂ ପଏଣ୍ଟ), କାର୍ଲୋସ ସେଞ୍ଜ୍‌ ଜୁନିୟର(ମ୍ୟାକ୍‌ଲରେନ), ଲାଣ୍ଡୋ ନୋରିସ(ମ୍ୟାକ୍‌ଲରେନ), ଲାନ୍ସ ଷ୍ଟ୍ରୋଲ୍‌(ରେସିଂ ପଏଣ୍ଟ), କିମି ରାଇକୋନେନ (ଆଲ୍‌ଫା ରୋମିଓ)।


All Right Reserved By

Posted inଖେଳ

ଭାରତୀୟ ବିଶ୍ୱକପ୍‌ ଦଳକୁ ଶକ୍ତ ଧକ୍କା

ଲଣ୍ଡନ,୨୫।୫(ପିଟି)- ଆଇସିସି ବିଶ୍ୱକପ୍‌କୁ ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ପୂର୍ବରୁ ଭାରତୀୟ ଦଳକୁ ଏକ ଧକ୍କା ଲାଗିଛି। ଅଲରାଉଣ୍ଡର ବିଜୟ ଶଙ୍କର ଆହତ...

ଇଂଲଣ୍ଡ ପାଇଁ ନେଟ୍ସରେ ଅର୍ଜୁନଙ୍କ ବୋଲିଂ

ଲଣ୍ଡନ,୨୫।୬(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ଖେଳାଳି ଜୋରଦାର ଅଭ୍ୟାସ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଅଭ୍ୟାସ ସେସନ ଅବସରରେ ନେଟ୍ସରେ...

ବିପଦରେ ସଚିନଙ୍କ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୧।୬- କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ରେକର୍ଡକୁ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରମାଗତ ଭାବେ ଭାଙ୍ଗି ଚାଲିଛନ୍ତି। ଗତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ...

ସନ୍ଦେହରେ ଦନଞ୍ଜୟ, ଓ୍ବିଲିୟମସନଙ୍କ ବୋଲିଂ ଆକ୍ସନ

ଦୁବାଇ, ୨୦।୮ (ପି.ଟି.)- ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଶ୍ରୀଲଙ୍କା ଅଫ୍‌-ସ୍ପିନର ଅକିଲ ଦନଞ୍ଜୟଙ୍କ ବୋଲିଂ ଆକ୍ସନ ସନ୍ଦେହ ଘେରକୁ ଆସିଛି। ଗାଲେଠାରେ ଘରୋଇ...

ଓ୍ବାର୍ନରଙ୍କ ବ୍ୟାଟ୍‌ରେ ସେନ୍‌ସର

ଲଣ୍ଡନ,୯ା୬(ପି.ଟି.): ଅଷ୍ଟ୍ରେଲିଆ ଓପନର ଡେଭିଡ୍‌ ଓ୍ବାର୍ନର ବିଶ୍ୱକପ୍‌ରେ ଘାତକ ବୋଲରଙ୍କ ସମ୍ମୁଖୀନ ହେବା ପାଇଁ ବ୍ୟାଟ୍‌ରେ ଏକ ନୂଆ ଯନ୍ତ୍ରର ବ୍ୟବହାର କରିଛନ୍ତି। ସେ ଭାରତ...

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଏହି ମନ୍ତ୍ର ଦେଲେ ଇମ୍ରାନ

ଇସଲମାବାଦ୍‌, ୭।୬: ୨୦୧୯ କ୍ରିକେଟ ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଖେଳାଳିଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପୂର୍ବତନ ଖେଳାଳି ତଥା ପ୍ରଧାନମନ୍ତ୍ରୀ ଇମ୍ରାନ...

ଇର୍ଫାନ, ୧୦୦ ଅନ୍ୟ କ୍ରିକେଟରଙ୍କୁ ଜମ୍ମୁ-କଶ୍ମୀର ଛାଡିଯିବାକୁ କୁହାଗଲା

ନୂଆଦିଲ୍ଲୀ,୪।୮: ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ ଓ ୧୦୦ ଅନ୍ୟ କ୍ରିକେଟରଙ୍କୁ ଜମ୍ମୁ-କଶ୍ମୀର ଯଥାଶୀଘ୍ର ଛାଡିଯିବାକୁ କୁହାଯାଇଛି। କାଶ୍ମୀର ଉପତ୍ୟାକାରେ ଦେଖାଦେଇଥିବା ହିଂସା ଜନିତ ଅସ୍ଥିରତାକୁ...

ଅବସର ନେଇ ଧୋନୀ କିଛି କହିନାହାନ୍ତି: କୋହଲି

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ଅବସର ତଥା ତାଙ୍କ ଭବିଷ୍ୟତ ଯୋଜନା ନେଇ କିଛି ସୂଚନା ଦେଇ ନାହାନ୍ତି ବୋଲି ଅଧିନାୟକ ବିରାଟ କୋହଲି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *