ଆଜି ଗର୍ଭଗୃହ ଯାଞ୍ଚ କରିବେ ବିଶେଷଜ୍ଞ

ପୁରୀ ଅଫିସ,୬ା୭: ଘୋଷଯାତ୍ରାରେ ଯାଇ ଏବେ ଆଡ଼ପମଣ୍ଡପରେ ମହାପ୍ରଭୁ। ନଅଦିନ ବ୍ୟାପୀ ଜନ୍ମବେଦିରେ ଅବସ୍ଥାନ କରିବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯିବ। ଗର୍ଭଗୃହର ପ୍ରଥମ ଓ ଦ୍ୱିତୀୟ ମହଲା ଯାଞ୍ଚ ଲାଗି ଶୁକ୍ରବାର ଭାରା ବନ୍ଧା କାମ ସରିଛି। ଯାଞ୍ଚ କରିବାକୁ ଥିବା କମିଟି ମଧ୍ୟରେ ରୁର୍‌କିସ୍ଥିତ ସେଣ୍ଟ୍ରାଲ ମାଇନିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ(ସିବିଆର୍‌ଆଇ)ର ବିଶେଷଜ୍ଞମାନେ ସାମିଲ ଅଛନ୍ତି। ଶନିବାର ପୂର୍ବାହ୍ନ ୧୦ଟାରେ ଏହି ଯାଞ୍ଚ ହେବ। ସିବିଆର୍‌ଆଇର ବିଶେଷଜ୍ଞ ଅଞ୍ଚଲ ମିତ୍ତଲ, ଏଏସ୍‌ଆଇର ଅଧୀକ୍ଷଣ ଯନ୍ତ୍ରୀ (ଦିଲ୍ଲୀ) ଅତୁଲ କୁଲକର୍ଣ୍ଣିଙ୍କ ସମେତ ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର୍‌ କମିଟି, ଶ୍ରୀମନ୍ଦିର ଅଧିକାରୀ ଓ ଇଞ୍ଜିନିୟର, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଅନୁଧ୍ୟାନ କରିବେ। ଜଗମୋହନ ପୋର୍ଟାଲ ଫ୍ରେମ୍‌ରେ ଲାଗିଥିବା ଲୋଡ୍‌ସେଲ, ନାଟମଣ୍ଡପ ବିମ୍‌ରେ ଲାଗିଥିବା ସେନ୍‌ସର ସ୍ଥିତି ପରଖିବେ। ଏତଦ୍‌ବ୍ୟତୀତ ଗର୍ଭଗୃହ ବାୟୁ ସଞ୍ଚାଳନ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରାଯିବ। ଭୋଗ ମଣ୍ଡପ ଚଟାଣ ଓ ରୋଷଘର କାମ ମଧ୍ୟ ହେବ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ବଢୁଛନ୍ତି ରୋଗୀ, ନାହିଁ ଡାଏଲିସିସ୍‌ ମେଶିନ୍‌

ବ୍ରହ୍ମପୁର ଅଫିସ୍‌,୨ା୭-ଗଞ୍ଜାମ ଏବଂ ଏହାର ଆଖାପାଖ ଜିଲାଗୁଡ଼ିକରେ ବିଗତ କିଛି ବର୍ଷ ହେଲା କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶାର...

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଘଟଣା : କିମ୍ସ ହସ୍ପିଟାଲ କର୍ତ୍ତୃପକ୍ଷ ୨.୫ ଲକ୍ଷ ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଚିକିତ୍ସାରେ ଗୁରୁତର ଅବହେଳା ଯୋଗୁ କିମ୍ସ ହସ୍ପିଟାଲରେ ଜଣେ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ମୃତକଙ୍କ...

ଅକ୍ଟୋବର ୪,୧୪ରେ ଖଣି ନିଲାମ ନେଇ ବିଜ୍ଞପ୍ତି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୪ ଏବଂ ୧୪ରେ ପର୍ଯ୍ୟାୟକ୍ରମେ ୨୦ଟି ଖଣି ପାଇଁ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇବ। ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ...

କଟକ ସିରିଏଲ୍‌ ହତ୍ୟା ଘଟଣାରେ ଗୃହସଚିବଙ୍କୁ ନୋଟିସ:କ’ଣ ପଦକ୍ଷେପ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ, ୨୪।୯: କଟକ ସିରିଏଲ୍‌ ହତ୍ୟା ଘଟଣାରେ ସୋମବାର ହାଇକୋର୍ଟ ରାଜ୍ୟ ଗୃହ ସଚିବଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା...

ହାତୀ ପାଇଁ ବିପଦ ରକେଟ ବାଣ:ଆଇନ ଉଲ୍ଲଂଘନ, ଡବ୍ଲ୍ୟୁଏସ୍‌ଓ ଲେଖିଲା ଚିଠିି

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):ଫସଲ ଖାଇବାକୁ ଆସୁଥିବା ହାତୀଙ୍କୁ ଘଉଡ଼ାଇବା ପାଇଁ ଲୋକେ ନିଆଁ ହୁଳା ଦେଖାଇବା ସହ ରକେଟ୍‌ ବାଣ ବ୍ୟବହାର କରୁଛନ୍ତି। ଅନୁଗୋଳ ବନଖଣ୍ଡ ତାଳଚେର...

ଟ୍ରାକ୍‌ରେ ପାଣି: ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌ ବାତିଲ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ଟ୍ରେନ୍‌ ଲାଇନ୍‌ରେ ପାଣି ଚାଲିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ...

୧୫ ଗ୍ରାମ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧା ଅବକାରୀ ସ୍କ୍ବାଡ୍‌ ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନାର ଭାଲିଆବାଡିରେ ବୁଧବାର ପୂର୍ବାହ୍ନରେ ଅବକାରୀ ବିଭାଗ ଚଢ଼ାଉ କରି ୧୫ ଗ୍ରାମ ବ୍ରାଉନସୁଗାର...

ଲଗାଣ ବର୍ଷାରେ ବଡ଼ଚଣାରେ ଜନଜୀବନ ପ୍ରଭାବିତ: ବ୍ୟାପକ ଫସଲ ଜଳମଗ୍ନ

ଚଣ୍ଡିଖୋଲ,୮ା୮(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ବୁଧବାର ବର୍ଷା ଲାଗିରହିଛି। ଫଳରେ ବଡ଼ଚଣା ବ୍ଲକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର,...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *