ପେଟ୍ରୋଲ,ଡିଜେଲ ମୂଲ୍ୟ ବଢିଲା

ନୂଆଦିଲ୍ଲୀ,୬-୭: ବଜେଟ ଯୋଜନା ମୁତାବକ ଇନ୍ଧନ ଉପରେ ଟିକସ ବୃଦ୍ଧି ହେବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଦର ଶୁକ୍ରବାର ୨.୫ ଟଙ୍କା ଏବଂ ଡିଜେଲ ଦର ୨.୩ ଟଙ୍କା ବଢିଥିବା ଜଣା ପଡିଛି। ଇନ୍ଧନ ଉପରେ ଉତ୍ପାଦ ଟିକସ ଏବଂ ଭିତ୍ତିଭୂମି ସେସ୍‌ ଲାଗୁ ହେବାରୁ ଏଭଳି ଦର ବୃଦ୍ଧି ଘଟିଛି। ଏହି କ୍ଷେତ୍ରରୁ ୨୮୦୦୦ କୋଟି ଟଙ୍କା ସଂଗ୍ରହ କରିବା ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲରେ ୨ ଟଙ୍କା ଲେଖାଏ ଟିକସ ଲାଗୁ କରିଛନ୍ତି। କେନ୍ଦ୍ରୀୟ ଉତ୍ପାଦ ଟିକସ, ସ୍ଥାନୀୟ ସେଲ୍‌ସ ଟିକସ ଏବଂ ଭ୍ୟାଟ ଲାଗୁ ହେବା ପରେ ପେଟ୍ରୋଲ ଦର ଲିଟର ପିଛା ୨.୫ ଟଙ୍କା ଏବଂ ଡିଜେଲ ଦର ୨.୩ ଟଙ୍କା ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଇଛି। ଶୁକ୍ରବାର ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୦.୫୧ ଟଙ୍କା ରହିଛି। ଏହା ମୁମ୍ବାଇରେ ୭୬.୧୫ ଟଙ୍କା ରହିଛି। ସେହିଭଳି ଦିଲ୍ଲୀରେ ଡିଜେଲ ଲିଟର ପିଛା ୬୪.୩୩ ଟଙ୍କା ଥିବା ବେଳେ ମୁମ୍ବାଇରେ ୬୭.୪୦ ଟଙ୍କା ରହିଛି। ସେହିଭଳି ଅଶୋଧିତ ତୈଳ ଆମଦାନୀ ଉପରେ ଟନ୍‌ ପିଛା ୧ ଟଙ୍କା ଟିକସ ଧାର୍ଯ୍ୟ ହୋଇଛି।


All Right Reserved By Dharitri.Com

ବିଏସ୍‌ଏନ୍‌ଏଲ୍‌, ଏମ୍‌ଟିଏନ୍‌ଏଲ୍‌କୁ ମିଳିପାରେ ୭୪ହଜାର କୋଟିର ପ୍ୟାକେଜ ପ୍ରସ୍ତାବ

ନୂଆଦିଲ୍ଲୀ,୪-୭: ଭାରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)କୁ...

ଆଇଟିସିର ନୂଆ ବି’ନାଚୁରାଲ ଉନ୍ମୋଚନ

ମୁମ୍ବାଇ,୧୫-୫: ପ୍ରମୁଖ କମ୍ପାନୀ ଆଇଟିସିର ଫୁଡ ଡିଭିଜନ ପକ୍ଷରୁ ଏହାର ବିନାଚୁରାଲ ରେଞ୍ଜରେ ଫ୍ରୁଟ ବେଭରେଜ ପ୍ରଡକ୍ଟ ବଜାରକୁ ଆସିଛି। ଏହା ପ୍ରିମିୟମ ଫ୍ରୁଟ ବେଭରେଜ...

ପିଆଜର ଦରବୃଦ୍ଧି ନେଇ ବଢ଼ିଲା ଚିନ୍ତା;୫୦ହଜାର ଟନ ଉଠାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ -୮: ଗରିବର ପରିବା କୁହାଯାଉଥିବା ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଚିନ୍ତିତ। ଦର ନିୟନ୍ତ୍ରଣ ଲାଗି ଏବେ କେନ୍ଦ୍ର ଖାଦ୍ୟ ଯୋଗାଣ...

ସରକାରଙ୍କୁ ପରାମର୍ଶ ଦେଲେ ରଘୁରାମ ରାଜନ

କରୋନା ଭାଇରସ ସମସ୍ୟାରୁ ବାହାରକୁ ବାହାରିକା ଲାଗି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଭଳି ସ୍ଥିତିରେ ସରକାର ବିଶେଷଜ୍ଞଙ୍କ...

ମାନୁଫାକ୍‌ଚରିଂ କ୍ଷେତ୍ରରେ ସୁଧାର ଆସୁଛି

ନୂଆଦିଲ୍ଲୀ,୧୧-୧ : ବଜେଟ ପୂର୍ବରୁ ଅର୍ଥବ୍ୟବସ୍ଥା ଏବଂ ସରକାରଙ୍କ ଲାଗି ଖୁସି ଖବର। ଦେଶର ମାନୁଫାକ୍‌ଚରିଂ କ୍ଷେତ୍ରରେ ସୁଧାର ଆସୁଥିବା ନଜରକୁ ଆସିଛି। ନଭେମ୍ବରରେ ଔଦ୍ୟୋଗିକ...

ପାନ୍‌-ଆଧାର ଲିଙ୍କ୍‌ ଅବଧି ୩୧ ଡିସେମ୍ବର ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୯ା୯: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ସଂଯୋଗ କରାଇବା ଅବଧିକୁ ଚଳିତ ବର୍ଷ ୩୧ ଡିସେମ୍ବର ଯାଏ ବଢାଯାଇଛି। ଏହାର ଲିଙ୍କ୍‌ କରାଇବା...

ଚାଇନା ବ୍ୟାଙ୍କ ଋଣ ପଇଠ ଲାଗି ଅନିଲ ଅମ୍ବାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩।୫: ଚାଇନା ବ୍ୟାଙ୍କଗୁଡ଼ିକୁ ୭୧୭ ନିୟୁତ ଡଲାର ୨୧ ଦିନ ମଧ୍ୟରେ ପଇଠ କରିବା ପାଇଁ ୟୁକେର କୋର୍ଟ ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ...

ଆଜି ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୫-୬: ବୁଧବାର ଇଦଉଲଫିତର ପଡୁ ଥିବାରୁ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦଶ, ଚଣ୍ଡୀଗଡ, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା,ଉତ୍ତରପ୍ରଦେଶ ଏବଂ...

Leave a comment

Your email address will not be published. Required fields are marked *