ଛତ୍ରପୁର ହସ୍ପିଟାଲରେ ଡାକ୍ତର ଅଭାବ

ଛତ୍ରପୁର,୬।୭(ଡି.ଏନ.ଏ)-ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲର ପରିମଳ ବ୍ୟବସ୍ଥା ସୁଦୃଢ କରିବା ସହ ରୋଗୀଙ୍କୁ ଉତ୍ତମ ସେବା ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ହସ୍ପିଟାଲରେ ୨୨ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ମାତ୍ର ୭ ଜଣ ଅଛନ୍ତି ବୋଲି ସୂଚନା ଦିଆଯାଇଥିଲା। ଏହାଫଳରେ ରୋଗୀ ସେବା ବିଶେଷ ଭାବେ ପ୍ରଭାବିତ ହେଉଛି। ହସ୍ପିଟାଲରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ବିଧାୟକ ବେହେରା କହିଥିଲେ। ବିଗତ ରୋଗୀ କଲ୍ୟାଣ ସମିତି ବୈଠକରେ କେଉଁ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ସେସମ୍ପର୍କରେ ଆଲୋଚନା ହୋଇଥିଲା। ଉକ୍ତ ହସ୍ପିଟାଲ ଉପରେ ଛତ୍ରପୁର ବ୍ଲକ, ଗଂଜାମ ବ୍ଲକ ଏବଂ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଲୋକେ ନିର୍ଭର କରୁଛନ୍ତି। ବର୍ତ୍ତମାନ ହସ୍ପିଟାଲରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟ ତୁରନ୍ତ ସାରିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ନିରାମୟ ଯୋଜନାରେ ଅତି ଆବଶ୍ୟକ ଔଷଧ ଷ୍ଟକ ଅଭାବରୁ ମିଳୁନି। ଅଧିକ ପରିମାଣ ଷ୍କକ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ହସ୍ପିଟାଲରେ ଇନ୍‌ଡୋର ରୋଗୀ ସଂଖ୍ୟା କମୁଥିବାରୁ ଉତ୍ତମ ସେବା ଯୋଗାଇଦେବାକୁ କୁହାଯାଇଥିଲା। ମୃତଦେହ ସଂରକ୍ଷଣ ରଖିବାକୁ ଥିବା ଫ୍ରିଜର ଅଚଳ ରହିଛି। ଏଣୁ ନୂଆ ଫ୍ରିଜର ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବାକୁ ବୈଠକରେ ସ୍ଥିର ହୋଇଛି। ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କୁ ଡିଜାଟାଲ ଏକ୍ସରେ ଫିଲ୍ମ ଦିଆଯାଉ ନ ଥିବା ଆଲୋଚନା ହୋଇଥିଲା। ଫଳରେ ରୋଗୀମାନେ ଅନ୍ୟ କୈାଣସି ଡାକ୍ତର କିମ୍ବା ହସ୍ପିଟାଲକୁ ଗଲେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ତଙ୍କୁ ସେମାନଙ୍କର ଏକ୍ସରେ ଫିଲ୍ମ ଏଣିକି ଦିଆଯିବ। ଜିଲାର ସଦର ମହକୁମାରେ ଉକ୍ତ ହସ୍ପିଟାଲ ହୋଇଥିଲେ ମଧ୍ୟ ମହାପ୍ରାଣାୟ ଗାଡି ନାହିଁ। ମୃତଦେହ ନେବାକୁ ବେସରକାରୀ ଗାଡି ଉପରେ ନିର୍ଭର କରିବାକୁ ପଡୁଛି। ଗ୍ରାସୀମ କମ୍ପାନୀକୁ ଏକ ଗାଡି ପ୍ରଦାନ କରିବା ପାଇଁ ଚିଠି ଲେଖାଯିବ। ଛତ୍ରପୁର ବ୍ଲକରେ ଖରାପ ହୋଇ ରହିଥିବା ଆମ୍ବୁଲାନ୍ସକୁ ଅଣାଯିବ। ବ୍ଲଡ ବ୍ୟାଙ୍କ ଷ୍ଟୋରେଜର ଲାଇସେନ୍ସ ଅବଧି ସରିଯାଇଛି। ଏହାର ଲାଇସେନ୍ସ ନବୀକରଣ କରି କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି। ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ଲକ ଅଧ୍ୟକ୍ଷ ଏମ୍‌ ଧନଞ୍ଜୟ ରେଡ୍ଡୀ, ସୁପରିଟେଣ୍ଡେଣ୍ଟ ଡା.କାହ୍ନୁଚରଣ ପାତ୍ର, ଡା. ଜିତେନ୍ଦ୍ର ମୋହନ ବେବର୍ତା, କମିଟି ସଦସ୍ୟ ସୁବୂର୍ଣ୍ଣମାଳା ବିଷୋଇ, ବିଜୟ ପଟ୍ଟନାୟକ, ବସନ୍ତ ମହାରଣା, କୃପାସିନ୍ଧୁ ପଣ୍ଡା, ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ବିଇସ ଅବିନାଶ ଶତପଥୀ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ତ୍ରୁଟି ଯୋଗୁ ଗଣନାରୁ ବାଦ୍‌ ପଡ଼ିଲା ୧୨ ଇଭିଏମ୍‌

ଦିଗପହଣ୍ଡି,୨୭ା୫(ଡି.ଏନ୍‌.ଏ.)-ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର ୪୦,୪୫୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୂର୍ଯ୍ୟ ୭୫,୦୧୬ ଭୋଟ ପାଇଥିବା...

ଜମା ସଂଗ୍ରହକୁ ଗୁରୁତ୍ୱ, ଋଣ ପ୍ରଦାନ ନୈରାଶ୍ୟଜନକ

ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ୨୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୨୬୨ ଶାଖାରେ କାରବାର ହେଉଛି । କେବଳ ଗ୍ରାହକଙ୍କଠାରୁ ଜମା (ଡିପୋଜିଟ) ସଂଗ୍ରହକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା...

ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା, ୩୮ ଗୁରୁତର

ବ୍ରହ୍ମପୁର ଅଫିସ,୨୯।୧: ତପ୍ତପାଣି ଘାଟିରେ ବୁଧବାର ବଡି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିବାବେଳେ ୩୮ଜଣ ଗୁରୁତର...

ବାସ୍କେଟବଲ୍‌ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବ୍ରହ୍ମପୁର ଅଫିସ୍‌,୭ା୬- ମଡର୍ଣ୍ଣ ୟୁଥ୍‌ କ୍ଲବ ତରଫରୁ ତଥା ବିଏମ୍‌ସି ସହଯୋଗରେ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଗ୍ରୀଷ୍ମକାଳୀନ ବାସ୍କେଟବଲ୍‌ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଯାପିତ...

ପାରିବାରିକ କଳହରୁ ଆତ୍ମହତ୍ୟା ଅଭିଯୋଗ

ହିଞ୍ଜିଳିକାଟୁ,୨୪।୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ରାଜାତୋଟା ସାହିର ଜଣେ ବ୍ୟକ୍ତି ମଙ୍ଗଳବାର ପରିବାରବର୍ଗଙ୍କ ଅନୁପସ୍ଥିତିରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ...

କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗ : ଏଡିଏମ୍‌ଙ୍କୁ ଭେଟିଲେ ଛତ୍ରପୁରର ବୁଦ୍ଧିଜୀବୀ

ଛତ୍ରପୁର,୨୧ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇ ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନକୁ ଅବଗତ କରିବାକୁ ଶନିବାର ବୁଦ୍ଧିଜୀବୀମାନେ...

ତଥ୍ୟ ସଂଗ୍ରହ କଲେ କେନ୍ଦ୍ରୀୟ ଟିମ୍‌: ମଜୁରି ବୃଦ୍ଧି, ଠିକ୍‌ ସମୟରେ ଅନୁଦାନ ଦେବାକୁ ପ୍ରସ୍ତାବ

ଛତ୍ରପୁର,୧୦ା୧୧(ଡି.ଏନ.ଏ.)- ଦୁଇଜଣିଆ କେନ୍ଦ୍ରୀୟ ଟିମ୍‌ ୨ଦିନ ଧରି ଗଞ୍ଜାମ ଜିଲାରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଜନସାଧାରଣ ଓ ମହିଳା ସଂଘଗୁଡିକ ସହ ଆଲୋଚନା କରିଥିଲେ।...

ଚିନ୍ମୟଙ୍କ ଅଭିଶପ୍ତ ଜିଭ

ବ୍ରହ୍ମପୁର ଅଫିସ୍‌,୨୩।୬-ପୁଅ ଜନ୍ମ ବେଳେ ଘରେ କେତେ ଆନନ୍ଦ । ସାହି ପଡ଼ିଶାରେ ମିଠା ବଣ୍ଟାଯାଇଥିଲା । ପ୍ରଥମ ସନ୍ତାନ, ଏଣୁ ଘରେ ଭୋଜିଭାତର ଆସର...

Leave a comment

Your email address will not be published. Required fields are marked *