Posted inଖେଳ

ଜୁଭେଣ୍ଟସ ଫେରିଲେ କିମ୍ବଦନ୍ତୀ ବଫନ

ରୋମ,୫।୭- ପୂର୍ବତନ ଇଟାଲିଆନ ଗୋଲକିପର ଗିଆନଲୁଇଗି ବଫନ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ସହ ଏକ ବର୍ଷୀୟା ଚୁକ୍ତି ଶେଷ କରିବା ପରେ ଜୁଭେଣ୍ଟସ କ୍ଲବକୁ ଫେରିଛନ୍ତି। ଏ ନେଇ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି। ୪୧ ବର୍ଷୀୟ ଗୋଲକିପର ପୂର୍ବରୁ ୧୭ ସିଜନରେ କ୍ଲବ ପାଇଁ ଖେଳିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଦଳ ୯ ଥର ସିରିଜ ଏ’ ଟାଇଟଲ ହାତେଇବା ସହ ୩ ଥର ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଖେଳିଥିଲା। ଗତ ବର୍ଷ ମେ’ରେ ବଫନ ଜୁଭେଣ୍ଟସ କ୍ଲବରୁ ଭାବବିହ୍ବଳ ବିଦାୟ ନେଇଥିଲେ। ସେ କେବଳ ଜଣେ ଅଧିନାୟକ ନ ଥିଲେ ଦଳର କିମ୍ବଦନ୍ତୀ ଓ ପରିଚୟ ଥିଲେ। ୨୦୦୬ ବିଶ୍ୱକପ୍‌ ଜିତିଥିବା ଇଟାଲି ଦଳର ସଦସ୍ୟଙ୍କ ନିକଟରେ ଫୁଟ୍‌ବଲ ଇତିହାସ ପ୍ରାୟ ସମସ୍ତ ସମ୍ମାନଜନକ ଟ୍ରଫି ରହିଛି। କିନ୍ତୁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ସେ ହାତେଇ ପାରିନାହାନ୍ତି।


All Right Reserved By Dharitri.Com

Posted inଖେଳ View All

ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୫।୮ (ସ୍ପୋଟର୍‌ସ ବ୍ୟୁରୋ)- ସୁଇଜରଲାଣ୍ଡସ୍ଥିତ ବାସେଲଠାରେ ଅନୁଷ୍ଠିତ ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ୍‌ଙ୍କ ବିଜୟ ଅଭିଯାନ ଜାରି ରହିଛି। ବ୍ୟାଡ୍‌ମିଣ୍ଟନର ଏହି...

କରୋନା ଭାଇରସ ପ୍ରଭାବ: ଭାରତୀୟ ମହିଳା ହକି ଦଳର ଚାଇନା ଗସ୍ତ ବାତିଲ

ନୂଆଦିଲ୍ଲୀ,୭।୨(ପି.ଟି.)- କରୋନା ଭାଇରସ ଯୋଗୁ ଭାରତୀୟ ମହିଳା ହକି ଦଳର ଚାଇନା ଗସ୍ତ ବାତିଲ କରାଯାଇଛି। ଏଥିଯୋଗୁ ହକି ଇଣ୍ଡିଆ (ଏଚ୍‌ଆଇ) ସମସ୍ୟାରେ ଘେରି ହୋଇଯାଇଛି।...

ମେସିଙ୍କ ଗୋଲରେ ବ୍ରାଜିଲକୁ ହରାଇଲା ଆର୍ଜେଣ୍ଟିନା

ରିୟାଦ,୧୬।୧୧- ଅନ୍ତର୍ଜାତୀୟ ବାସନ୍ଦାଦେଶ ପରେ ଫେରିଥିବା ଲିଓନେଲ ମେସିଙ୍କ ଗୋଲ ଯୋଗୁ ୧-୦ ଗୋଲରେ ବ୍ରାଜିଲକୁ ସୌଦି ଆରବରେ ହରାଇ ଦେଇଛି। ଦକ୍ଷିଣ ଆମେରିକା ଫୁଟ୍‌ବଲ...

ଜାପାନ ଓପନ୍‌: ସାଇ ପ୍ରଣୀଥ୍‌ଙ୍କ ବିଜୟ ଅଭିଯାନ

ଟୋକିଓ, ୨୩।୭ (ପି.ଟି.)- ଭାରତୀୟ ଶଟ୍‌ଲର ବି. ସାଇ ପ୍ରଣୀଥ୍‌ ଏଠାରେ ଚାଲିଥିବା ଜାପାନ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସକୁ ମୋନାଲିସାଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୧୨- କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ’କୁ ଜାତୀୟ ଟେବୁଲ ଟେନିସ ଚାମ୍ପିୟନ ତଥା ଅର୍ଜୁନ ପୁରସ୍କାର ବିଜୟିନୀ...

ସ୍କୁଲ ପିଲାଙ୍କ ସହ କ୍ରିକେଟ ଖେଳିଲେ କୋହଲି

ଇନ୍ଦୋର,୧୨।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ୧୪ ତାରିଖରେ ଆରମ୍ଭ ହେବ। ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଖେଳିବାକୁ...

ଓ୍ବାଟଲିଂଙ୍କ ଲଢୁଆ ଅର୍ଦ୍ଧଶତକ

ଗାଲେ, ୧୬ା୮ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି.ଜେ. ଓ୍ବାଟଲିଂଙ୍କ ଲଢୁଆ ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ...

ଭାରତ-ଭିଏତ୍‌ନାମ ମ୍ୟାଚ୍‌ ଡ୍ର

ହାନୋଇ (ଭିଏତ୍‌ନାମ), ୬।୧୧ (ପି.ଟି.): ଭାରତ ଓ ଭିଏତ୍‌ନାମ ମହିଳା ଫୁଟ୍‌ବଲ ଦଳ ମଧ୍ୟରେ ବୁଧବାର ଏଠାରେ ଖେଳାଯାଇଥିବା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଡ୍ର’ରେ...

Leave a comment

Your email address will not be published. Required fields are marked *