Posted inଜାତୀୟ

ଶିବଭକ୍ତଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଶ୍ରୀନଗର,୫।୭: ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ୪୫ ଦିନ ଯାଏଁ ଏହି ଯାତ୍ରା ଚାଲିବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଆଇଟିବିପି ଯବାନ। ଏହାରି ଭିତରେ ଅମରନାଥକୁ ଯାଉଥିବା ବାଲାଟଲ ରାସ୍ତାରେ ଯାତ୍ରୀମାନେ ଯାତ୍ରା କରୁଥିବା ସମୟରେ ଦେବଦୂତ ସାଜିଥିବା ଯବାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଯାଉଥିବା ସମୟରେ ହଠାତ୍‌ ପାହାଡ଼ରେ ଭୂସ୍ଖଳନ ହୋଇଥିଲା। ଆଉ ବଡ଼ ବଡ଼ ପଥର ଖଣ୍ଡ ଖସି ଯାତ୍ରୀଙ୍କ ଆଡ଼କୁ ଦ୍ରୁତ ଗତିରେ ମାଡି ଆସୁଥିବା ବେଳେ ସୁରକ୍ଷାରେ ମୁତୟନ ଥିବା ଆଇଟିବିପି ଯବାନ ଏହି ପଥରଗୁଡିକୁ ଅଟକାଉଥିବା ଦେଖିବାକୁ ମିଳିଛି। ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶ୍ରଦ୍ଧାଳୁମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଆଲୋଚନା ହେଉଛି। ତେବେ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଯବାନଙ୍କ ଏହି ସାହସିକତା ପାଇଁ ପୂରା ଦେଶ ପ୍ରଶଂସା କରିବା ସହ ଗର୍ବ କରିଛି। ଅଗଷ୍ଟ ୧୫ରେ ଏହି ଅମରନାଥ ଯାତ୍ରା ଶେଷ ହେବ।


All Right Reserved By Dharitri.Com

ଭାରତରେ ଇରାନ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୧୫ା୧(ପି.ଟି.): ଇରାନର ବହିର୍ବ୍ୟାପାର ମନ୍ତ୍ରୀ ଜଭାଦ୍‌ ଜରିଫ୍‌ ୩ ଦିନିଆ ଭାରତ ଗସ୍ତରେ ଆସି ମଙ୍ଗଳବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଇରାନ-ଆମେରିକା ମଧ୍ୟରେ ତିକ୍ତତା ବଢ଼ୁଥିବାବେଳେ ଜରିଫ୍‌ଙ୍କ...

ଏହି ସବୁ କାରଣରୁ ଅଟକି ରହିଥାଏ ଆପଣଙ୍କ ସଫଳତା, ଆଉ ପିଛା ଛାଡିନଥାଏ ଦୁର୍ଭାଗ୍ୟ

ଅଧିକାଂଶ ସମୟରେ ଅନେକ ବ୍ୟକ୍ତିମାନେ ବାରମ୍ବାର ପ୍ରୟାସ ଜାରି କରିବା ସତ୍ତ୍ବେ ମଧ୍ୟ ସଫଳତା ପାଇ ନ ଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରର...

ଦିଲ୍ଲୀ ରଣକ୍ଷେତ୍ର: ଟେକାମାଡ଼ କଲେ ଛାତ୍ର, ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୧୬ା୧୨ : ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦେଳାନ ରବିବାର ମଧ୍ୟରାତ୍ରିରେ ଉଗ୍ରରୂପ ଧାରଣ କରିଛି। ଜେଏମ୍‌ଆଇୟୁରୁ ଆରମ୍ଭ ହୋଇଥିବା ବିକ୍ଷୋଭଜନିତ ହିଂସା ବିଭିନ୍ନ ଅଞ୍ଚଳକୁ ବ୍ୟାପିବା...

ଶାହଙ୍କୁ ଭେଟିଲେ ଯୋଗୀ: ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ନୂଆଦିଲ୍ଲୀ,୧୭।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ତାଙ୍କ ସହିତ ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ମଧ୍ୟ ଶାହଙ୍କୁ ସାକ୍ଷାତ୍‌...

କନଷ୍ଟେବଳଙ୍କ ସାହସିକତା: ଅଣ୍ଟାଏ ବନ୍ୟା ପାଣିରେ ୨ବାଳିକାଙ୍କୁ ଦେଢ କିଲୋମିଟର କାନ୍ଧରେ ବୋହିଲେ

ଗାନ୍ଧିନଗର,୧୧।୮: ଗୁଜରାଟରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ପ୍ରତିଦିନ ଏଠାକାର ଉଦ୍ଧାରକାରୀ ଦଳଙ୍କର କିଛି ନା କିଛି ହୃଦୟସ୍ପର୍ଶୀ ଫଟୋ ଓ...

ଘନେଇଲା କଶ୍ମୀର ପ୍ରସଙ୍ଗ: ରାଜନାଥ ରଖିଲେ ଉତ୍ତର; କଂଗ୍ରେସ ସଦସ୍ୟଙ୍କ ଗୃହତ୍ୟାଗ

ନୂଆଦିଲ୍ଲୀ,୨୪।୭: କଶ୍ମୀର ପ୍ରସଙ୍ଗ ବୁଧବାର ପୁଣି ଘନେଇଛି। ଏହାକୁ ନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଲୋକ ସଭାରେ ଉତ୍ତର ରଖିଥିଲେ ମଧ୍ୟ ବିରୋଧୀ କଂଗ୍ରେସ ସଦସ୍ୟ...

ଆମ ପାଇଁ ପାକିସ୍ତାନରେ ନିର୍ବାଚନ ଜିତିବା ସହଜ ହେବ, କାହିଁକି ଏମିତି କହିଥିଲେ ଅଟଳ ବିହାରୀ ବାଜପେୟୀ

ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡିଛି। ଭାରତ ସହ କେଉଁପଟେ ରାଗ ସୁଝାଇବ ତାହା ଚିନ୍ତା କରୁଛି ପାକିସ୍ତାନ। କିନ୍ତୁ...

ଅରୁଣ ଜେଟ୍‌ଲୀଙ୍କ ନାଁରେ ନାମିତ ହେବ କୋଟଲା ଷ୍ଟାଡିୟମ

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ବଦଳାଯାଇ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ନାମରେ ନାମିତ...

Leave a comment

Your email address will not be published. Required fields are marked *