ପ୍ରଥମ ପତ୍ନୀଙ୍କ ଝିଅ ସହ ନଜର ଆସିଲେ ଆମିର: ଫଟୋ ଭାଇରାଲ

ମୁମ୍ବାଇ: ବିବାଦରୁ ସବୁବେଳେ ଦୂରେଇ ରହୁଥିବା ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଏବେ କିନ୍ତୁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ନିକଟରେ ସେ ତାଙ୍କର ପ୍ରଥମ ପତ୍ନୀଙ୍କ କନ୍ୟା ଇରା ଖାଁଙ୍କ ସହ ଏକ ଫଟୋରେ ନଜର ଆସିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅସଲ କଥା ହେଲା ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଇରା ଏହି ଫଟୋକୁ ଶେୟାର କରିଛନ୍ତି। ନିକଟରେ ସେ ମିଶାଲ କୁପଲାନି ନାମକ ଜଣେ ଯୁବକଙ୍କ ସହ ଏକ ଫଟୋ ଶେୟାର କରିଥିବା ବେଳେ ସେ ତାଙ୍କର ବୟଫ୍ରେଣ୍ଡ ବୋଲି ଆଲୋଚନା ହେଉଥିଲା। ହେଲେ ଏହା ସ୍ପଷ୍ଟ ହୋଇ ନ ଥିଲା। ଏବେ କିନ୍ତୁ ଇରା ପିତା ଆମିରଙ୍କ ସହ ଯେଉଁ ଫଟୋ ଶେୟାର କରିଛନ୍ତି ତାହା ଅନେକଙ୍କ ପସନ୍ଦ ଆସିଥିବା ବେଳେ କେତେଜଣ ଏହାକୁ ନେଇ ଟ୍ରୋଲ୍‌ ମଧ୍ୟ କରିଛନ୍ତି। ସେ ଯାହା ହେଉ ୨୨ ବର୍ଷୀୟା ଇରା ଏବେ ପାଠପଢାରେ ବ୍ୟସ୍ତ ଥିବା ବେଳେ ସେ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି। ହେଲେ ଆମିର କୁହନ୍ତି ଇରା ନିର୍ଦ୍ଦେଶନାରେ ରୁଚି ରଖନ୍ତି ଅଭିନୟରେ ନୁହେଁ। ଅବଶ୍ୟ ମଝିରେ ମଝିରେ ଇରା ପିତାଙ୍କ ସହ ସମୟ କାଟିବାକୁ ଭଲପାଆନ୍ତି। ଯଦିଓ ପ୍ରଥମ ପତ୍ନୀଙ୍କଠାରୁ ଆମିର ଅଲଗା ହୋଇଯାଇଛନ୍ତି ପିଲାମାନଙ୍କୁ କିନ୍ତୁ ସେ ଖୁବ୍‌ ଭଲପାଆନ୍ତି।


All Right Reserved By Dharitri.Com

କରଣଙ୍କ ପାଦ ଛୁଇଁଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ତାଙ୍କ କ୍ୟାରିୟରରେ ଆଗକୁ ବଢ଼ିବାରେ ଲାଗିଛନ୍ତି। ଏବେ ସେ ଅନ୍ୟମାନଙ୍କଠାରୁ କମ୍‌ ବଜେଟରେ କାମ କରୁଛନ୍ତି ବୋଲି କୁହାଯାଉଛି।...

ବ୍ରେକ୍‌ଫାଷ୍ଟରୁ ଡିନର ପର୍ଯ୍ୟନ୍ତ କେଉଁ ଅଭିନେତ୍ରୀଙ୍କ କ’ଣ ପସନ୍ଦ? ଜାଣନ୍ତୁ…

ସୁସ୍ଥ ଏବଂ ସୁନ୍ଦର ଚେହେରା ପାଇଁ ବଲିଉଡ୍‌ର ଅଭିନେତ୍ରୀମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ଦୀପିକା ପାଦୁକୋନ୍‌ ହୁଅନ୍ତୁ କି ଆଲିଆ ଭଟ୍ଟ। ବ୍ରେକ୍‌ଫାଷ୍ଟରୁ...

ବୋଲ୍ଡ ଡ୍ରେସ୍‌ ପାଇଁ ଟ୍ରୋଲ ହେଲେ ପ୍ରିୟଙ୍କା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ନିକ୍‌ ଜୋନାସ୍‌ଙ୍କ ହାତ ଧରିବା ପରଠାରୁ ନିଜର ବେଶପୋଷାକ, ଚାଲିଚଳନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଚଳିତବର୍ଷ ଆରମ୍ଭରୁ ସେ ଟ୍ରୋଲ...

ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ୍‌

ମୁମ୍ବାଇ: ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ ହୋଇସାରିଥିବାବେଳେ ଏହା ସୋସିଆଲ ମିଡିଆ ୟୁଜର୍ସଙ୍କୁ ଅନୁପ୍ରେରିତ କରିଛି। ସବୁଠୁ...

ଖେଳାଳିଙ୍କ ଜର୍ସି ଉପରେ ମତ ଦେଇ ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ, ୧।୭: ବଲିଉଡ ଅଭିନେତ୍ରୀ ହ୍ୟୁମା କ୍ୟୁରେସୀ ଭାରତୀୟ କ୍ରିକେଟ ଦଳର ଜର୍ସି ଉପରେ ମତ ଦେଇ ଟ୍ରୋଲ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ...

ଶବାନାଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୯: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମିଙ୍କୁ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଧନ୍ୟବାଦ ଦେଇଛନ୍ତି। ଟୁଇଟ୍‌ କରି କେଜରିଓ୍ବାଲ ଡେଙ୍ଗୁ ନିରାକରଣ...

ବିଗ୍‌ ବସ୍‌-୧୩ରେ ନଜର ଆସିବେ ଇନ୍ସପେକ୍ଟର ଦୟା

ମୁମ୍ବାଇ,୩୦।୫: ବିଗ୍‌ ବସ୍‌ ସିଜିନ୍‌ ୧୩ ପାଇଁ କଣ୍ଟେଷ୍ଟେଣ୍ଟଙ୍କ ତାଲିକା ଧିରେ ଧିରେ ସାମ୍‌ନାକୁ ଆସିଛି। ଏହି ତାଲିକାରେ ଦେବଲିନା ଭଟାଚାର୍ଯ୍ୟ, ଅଙ୍କିତା ଲୋଖାଣ୍ଡେ, କରନ...

ବଲିଉଡ୍‌ର ଦାମୀ ହିରୋ

ମୁମ୍ବାଇ: ସଲ୍‌ମାନ ଖାନ୍‌ ହୁଅନ୍ତୁ ବା ଶାହରୁଖ୍‌ ଖାନ୍‌, ଆମୀର ଖାନ୍‌ ହୁଅନ୍ତୁ ବା ହ୍ରିତିକ୍‌ ରୋଶନ, ଏହି ହିରୋମାନେ ଦଶନ୍ଧି ଧରି ବଲିଉଡ୍‌ରେ ନିଜର...

Leave a comment

Your email address will not be published. Required fields are marked *