ଭୁବନେଶ୍ୱର,୨୮।୩(ବ୍ୟୁରୋ): ଶେଷରେ ଭାଜପାକୁ ପ୍ରତ୍ୟାବର୍ତ୍ତନ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ତାଙ୍କ ମାନଭଞ୍ଜନ କରିବାରେ ସଫଳ ହେଲେ ଦଳୀୟ ନେତା। ପୂର୍ବରୁ ସେ ଭାଜପାକୁ ଫେରିବେ ବୋଲି ଆକଳନ କରାଯାଉଥିବା ବେଳେ ଗୁରୁବାର ସେ ଦଳକୁ ଫେରିଥିବା ନିଜେ ସ୍ପଷ୍ଟ କରିଛନ୍ତି।

ପୂର୍ବାହ୍ନରେ ବିଜୟଙ୍କ ବାସଭବନରେ ଦଳ ପ୍ରଭାରୀ ଅରୁଣ ସିଂହ ଓ ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଜୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘ ମୁଁ ଭାଜପାକୁ ଫେରିଲି। ଓଡ଼ିଶାରେ ନୂତନ ପରିବର୍ତ୍ତନ ଲାଗି ଆମେ ନୂଆ ଅଭିଯାନରେ ବାହାରିଛୁ। ପୁରୁଣା କଥା ଭୁଲି ନୂଆ ସଙ୍କଳ୍ପ ନେଇ କାର୍ଯ୍ୟ କରିବୁ । କେଉଁଠୁ ନିର୍ବାଚନ ଲଢ଼ିବି ତାହା ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ତେବେ ବିଜୟଙ୍କ ଘର ଲେଉଟାଣି ପରେ କେନ୍ଦ୍ରାପଡ଼ା ରାଜନୀତି ସରଗରମ ହୋଇ ଉଠିଛି। ଭାଜପାର ଏହି ତୁଙ୍ଗ ନେତା ଗତଥର ମହାକାଳପଡ଼ା ଆସନରୁ ଲଢ଼ି ପରାସ୍ତ ହୋଇଥିବା ବେଳେ ଏଥର ସେ ପାଟକୁରାରୁ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପ୍ରକାଶଯେ, ୨୦୧୮ ନଭେମ୍ବର ୩୦ରେ ବିଜୟ ଭାଜପାରୁ ଇସ୍ତଫା ଦେଇଥିଲେ। ମାତ୍ର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇ ନ ଥିଲା। ତାଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣିବା ଲାଗି ଭାଜପାର କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ନେତାମାନେ ଗତ କିଛି ଦିନ ଧରି ତାଙ୍କ ସହ ଯୋଗାଯୋଗ କରିଆସୁଥିଲେ। ବୈଜୟନ୍ତ ଓ କନକ ବର୍ଦ୍ଧନ ସିଂ ଦେଓ ମଧ୍ୟ ତାଙ୍କୁ ଭେଟି ଆଲୋଚନା କରିଥିଲେ। ଶୁକ୍ରବାର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ ବିଜୟ ସେଥିରେ ଯୋଗଦେବେ। ଏଥିସହ ସେଠାରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହେବେ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ଜାଣନ୍ତି ଭୋଜିଭାତ ପରେ ମିଠା କାହିଁକି ଖାଇବାକୁ ଦିଆଯାଏ

ସାଧାରଣତଃ ଭୋଜିଭାତ ଶେଷରେ ମିଠା ଖାଇବାକୁ ଦିଆଯାଏ। କୁହାଯାଏ, କିଛି ଖାଇବା ପରେ ପାଟି ମିଠା କରିବା ଦରକାର। କିନ୍ତୁ କ’ଣ ପାଇଁ ଖାଇବା ଶେଷରେ...

କିଡ୍‌ନୀ ଆକ୍ରାନ୍ତଙ୍କ ଚିକିତ୍ସା, ପାଣି ଯୋଗାଣ ଦାବି, ଏଡିଏମଙ୍କୁ ଭେଟିଲା ଗାଁ କମିଟି

ଛତ୍ରପୁର,୩।୬(ଡି.ଏନ.ଏ.)-ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ ପି.ଲକ୍ଷ୍ମୀପୁର ଗାଁରେ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିକି ଏଥିରେ କେତେଜଣଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଅଭିଯୋଗ...

ଜେଟ୍‌ ଏୟାରଓ୍ବେଜ୍‌ର ବିଡିଂରେ ସାମିଲ ହେବେ ହିନ୍ଦୁଜା ଭ୍ରାତା

ନୂଆଦିଲ୍ଲୀ,୨୨-୫: ଆର୍ଥିକ ସଙ୍କଟ କାରଣରୁ ସାମୟିକ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ବିଡିଂରେ ହିନ୍ଦୁଜା ଭ୍ରାତା ଭାଗ ନେବେ। ଚଳିତ ସପ୍ତାହରେ...

ଉତ୍ତରାଧିକାରୀ ନିଷ୍ପତ୍ତି ନେବେ ଦଲାଇଲାମା

ଧର୍ମଶାଳା,୧୬ା୭(ଆଇଏଏନ୍‌ଏସ୍‌)-ତିବ୍ବତର ଆଧ୍ୟାତ୍ମିକ ନେତା ଦଲାଇଲାମା ନିଜେ ତାଙ୍କର ଉତ୍ତରାଧିକାରୀ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ତାଙ୍କର ଉତ୍ତରାଧିକାରୀ ଜଣେ ସୁନ୍ଦରୀ ମହିଳା ହେବ ବୋଲି...

ଏସ୍‌ବିଆଇ ଋଣ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୮-୮: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିିଆଇ ବୁଧବାର ଋଣ ଉପରେ ସୁଧ ହାର ୦.୧୫% ହ୍ରାସ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟକୁ...

ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ: ପଏଣ୍ଟ ଭାଗ କଲେ ପାକିସ୍ତାନ, ଶ୍ରୀଲଙ୍କା

ବ୍ରିଷ୍ଟଲ,୮।୬(ପି.ଟି.)- ସ୍ଥାନୀୟ କାଉଣ୍ଟି କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଚଳିତ ବିଶ୍ୱକପ୍‌ର ୧୧ତମ ମ୍ୟାଚ୍‌ ପ୍ରବଳ ବର୍ଷା ଯୋଗୁ ବାତିଲ ହୋଇଛି। ଏହି ମ୍ୟାଚ୍‌ରେ ପାକିସ୍ତାନ...

ବିହାରରେ ଏନ୍‌ଡିଏ ଆଗରେ ମେଣ୍ଟ ପଛରେ

ପାଟନା,୨୩।୫: ବିହାରର ୩୫ଟି ଯାଗ ଲୋକ ସଭା ଆସନରେ ଏନ୍‌ଡିଏ ଏବେ ସୁଦ୍ଧା ଅଗାରେ ଥିବା ସୂଚନା ମିଳିଛି। ଏଠାରେ ମେଣ୍ଟ କେବଳ ପାଟଳିପୁତ୍ର ଆସନରେ...

ଆଜିର ଅର୍ଥନୀତି/ ଅର୍ଥନୀତିକୁ ଝଟକା

ମୋଟର ଯାନ ସଂଶୋଧନ ଅଧିନିୟମ, ୨୦୧୯ ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଓ ଚଢ଼ା ଜରିମାନା ଆଦାୟ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।...

Leave a comment

Your email address will not be published. Required fields are marked *