Posted inଜାତୀୟ

ପ୍ରେମିକାକୁ ଆଲିଙ୍ଗନ କରି ବୋମା ଲାଗାଇଲେ ପ୍ରେମିକ ଉଭୟଙ୍କ ମୃତ୍ୟୁ

ଥିରୁଭାନନ୍ତପୁରମ,୨୮।୪: କେରଳର ଓ୍ବାୟନାଡରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର। ଏଠାରେ ଏକ ବିବାହିତ ପ୍ରେମି ଯୁଗଳ ବୋମା ବିସ୍ଫୋରଣ କରି ନିଜକୁ ଉଡାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଓ୍ବାୟନାଡର ନୟକଟ୍ଟିରେ ରହୁଥିବା ୪୫ ବର୍ଷୀୟ ବେନ୍ନି ସେହି ଗାଁର ୩୮ ବର୍ଷୀୟା ବିବାହିତା ଅମଲାଙ୍କୁ ପ୍ରେମ କରୁଥିଲେ। ଏମାନଙ୍କ ମଧ୍ୟରେ ଅବୈଧ ପ୍ରେମ ସମ୍ପର୍କ ରହିଥିଲା। ହେଲେ ଏମାନେ ଏକାଠି ରହିବା ସମ୍ଭବ ନ ହେବା ଜାଣି ଅମଲାଙ୍କ ସ୍ବାମୀ ଶୁକ୍ରବାର ନମାଜ ପଢିବାକୁ ଯିବା ସମୟରେ ବେନ୍ନି ନିଜ ଦେହରେ ଏକ ହାତ ତିଆରି ବୋମା ଲଗାଇ ଅମଲାଙ୍କ ପାଖେ ପହଞ୍ଚିଥିଲେ। ଏହାପରେ ସେ ଅମଲାଙ୍କୁ ଆଲିଙ୍ଗନ କରି ବୋମାଟିକୁ ବିସ୍ଫୋରଣ କରାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପ୍ରେମି ଯୁଗଳଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରି ଘଟଣାର ଯାଞ୍ଚ ଆରମ୍ଭ କରିଛି।


All Right Reserved By

ବନ୍ଧୁ ପାଇଁ ଉପହାର

ଆଜି ହେଉଛି ବନ୍ଧୁତା ଦିବସ। ଏହାକୁ ପାଳନ କରିବା ପାଇଁ ଆଗରୁ ପ୍ଲାନିଂ ସରିଥିବ। କେହି କେହି ଉପହାର ବି ଆଣି ରଖିଥିବେ। ତେବେ ଯେଉଁମାନେ...

ସୋମବାର ଇଦ୍‌: ଜମ୍ମୁ-କଶ୍ମୀରରେ ଲୋକଙ୍କ ଘର ପାଖରେ ସରକାର ପହଞ୍ଚାଉଛନ୍ତି ପନିପରିବା

ଶ୍ରୀନଗର,୧୧।୮: ସୋମବାର ଇଦ୍‌ ଥିବାରୁ ଜମ୍ମୁ-କଶ୍ମୀରରେ ଲୋକଙ୍କ ସୁବିଧା ପାଇଁ ସରକାର ଲୋକମାନଙ୍କ ଘର ପାଖରେ ପନିପରିବା ପହଞ୍ଚାଉଛନ୍ତି। ଲୋକଙ୍କର ଯେଭଳି କୌଣସି ଅସୁବିଧା ନ...

ଦିଲ୍ଲୀ ପାଇଁ ଘୋଷଣାପତ୍ର ଜାରି କଲା ଏଏପି

ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀ ପାଇଁ ଗୁରୁବାର ଆମ ଆଦ୍‌ମୀ ପାର୍ଟି(ଏଏପି) ତା’ର ଘୋଷଣାପତ୍ର ଜାରି କରିଛି। ଦଳ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀ...

୬୨ରେ ଭାଜପା ଏବଂ ୩୦ରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ସକାଳ ସାଢ଼େ ୮ ଟା ସୁଦ୍ଧା ଭାଜପା ୬୨ଟି...

ଖେଚୁଡି ପ୍ରସ୍ତୁତିଠାରୁ ଆରମ୍ଭ କରି ରୁଟି ବେଲି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୫।୫: ଲୋକସଭା ନିର୍ବାଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଉଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତକାର ଏବେ...

ଯେସାକୁ ତେସା: ‘ଜୟ ହିନ୍ଦ୍‌’, ‘ଜୟ ବାଂଲା’ଲେଖି ୨୦ ଲକ୍ଷ ପୋଷ୍ଟକାର୍ଡ ମୋଦିଙ୍କ ପାଖକୁ ପଠାଇବ ଟିଏମ୍‌ସି

କୋଲକାତା,୪।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାଜପା ମଧ୍ୟରେ ଲାଗି ରହିଥିବା କନ୍ଦଳ ଥମିବାର ନାଁ ନେଉନି। ଭାଜପାର ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ନେଇ...

ଫିଲ୍ମୀ ଷ୍ଟାଇଲ୍‌ରେ ହାତୀକୁ ଚୁମ୍ବନ କରିବାକୁ ଉଦ୍ୟମ: ହସ୍ପିଟାଲରେ ପହଞ୍ଚିଲେ ଯୁବକ

କୋଲାର,୨।୫: ନିଶାରେ ମାତାଲ ଥିବା ୨୪ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଲା ହାତୀକୁ ଚୁମ୍ବନ ଦେବା ଉଦ୍ୟମ। ଚୁମ୍ବନ ଦେବାକୁ ହାତୀ ନିକଟରେ ପହଞ୍ଚିବା ତାର...

ଦିଲ୍ଲୀର ଡିଜିଏଚ୍‌ଏସ୍‌ କୋଠାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୫।୭: ଦିଲ୍ଲୀର କାରକାରଦୁମା ଅଞ୍ଚଳରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ହେଲ୍‌ଥ ସର୍ଭିସ (ଡିଜିଏଚ୍‌ଏସ୍‌) କାର୍ଯ୍ୟାଳୟ ଥିବା ସୁଉଚ୍ଚ ଅଟାଳିକାରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *