Posted inଜାତୀୟ

ଇଭିଏମ୍‌ରେ ପଦ୍ମଫୁଲ ତଳେ ଭାଜପା ଲେଖାଯାଇଥିବା ଅଭିଯୋଗ ଆଣିଲା ବିରୋଧି

ନୂଆଦିଲ୍ଲୀ,୨୮।୪: ଇଭିଏମ୍‌ରେ ଭାରତୀୟ ଜନତା ପାର୍ଟି ଚିହ୍ନ ପଦ୍ମତଳେ ଭାଜପା ଲେଖାଯାଇଥିବା ଅଭିଯୋଗ ଆଣିଥିଲେ ବିରୋଧି। ଯାହାର ଏବେ ଜବାବ ରଖିଛନ୍ତି ନିର୍ବାଚନ କମିଶନ। ସେ କହିଛନ୍ତି ଇଭିଏମ୍‌ ୨୦୧୩ରେ ଅପ୍‌ଡେଟ୍‌ ହୋଇଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ତେଣୁ ଏହା ସେବେଠାରୁ ରହିଛି। ହେଲେ ଏହାକୁ ନେଇ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ ଓ ଅନ୍ୟ ନେତାମାନେ ଦାବି କରିଛନ୍ତି କି ଇଭିଏମ୍‌ ବଦଳା ଯାଉ ନଚେତ୍‌ ସବୁ ଚିହ୍ନ ତଳେ ଦଳର ନାମ ଉଲ୍ଲେଖ କରାଯାଉ। ସୂଚନାଯୋଗ୍ୟ, ଶନିବାର କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଗଭି, ଅହମ୍ମଦ ପଟେଲ, ଟିଏମ୍‌ସି ନେତା ଦିନେଶ ତ୍ରିବେଦୀ ଆଦିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଶନିବାର ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଏହି ଅଭିଯୋଗ ଆଣିଥିଲେ।


All Right Reserved By Dharitri.Com

ସବୁ ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌: ଶଶି ଥରୁର

ନୂଆଦିଲ୍ଲୀ,୨୦।୫: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ସୋମବାର ସମସ୍ତ ଏକ୍‌ଜିଟ୍‌ ପୋଲ୍‌ର ଆକଳନକୁ ଭୁଲ୍‌ ବୋଲି କହିଛନ୍ତି। ସେ କହିଛନ୍ତି, ମେ ୨୩ ପର୍ଯ୍ୟନ୍ତ...

ନୂଆବର୍ଷରେ କଶ୍ମୀରବାସୀଙ୍କୁ ସରକାରଙ୍କ ଉପହାର: ମଧ୍ୟରାତ୍ରୀରୁ ଆରମ୍ଭ ହେବ ଏସ୍‌ଏମ୍‌ଏସ୍‌ ସେବା

ଶ୍ରୀନଗର,୩୧।୧୨: ନୂଆବର୍ଷରେ ସରକାର କଶ୍ମୀରବାସୀଙ୍କୁ ଏକ ଉପହାର ଭେଟି ଦେବାକୁ ଯାଉଛନ୍ତି। ମଙ୍ଗଳବାର ମଧ୍ୟ ରାତ୍ରୀରୁ ଘାଟିରେ ପୁଣିଥରେ ଏସ୍‌ଏମ୍‌ଏସ୍‌ ସେବା ଆରମ୍ଭ କରାଯିବ। ଡିସେମ୍ବର...

ମୁମ୍ବାଇ ମାରାଥନରେ ଭାଗନେଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୧୯।୧: ରବିବାର ସକାଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୭ତମ ମୁମ୍ବାଇ ମାରାଥନକୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଏହି ଡ୍ରିମ୍‌ ରନ୍‌ରେ ଯୋଗ ଦେବାକୁ...

ଦିଲ୍ଲୀ ଭଳି ଉତ୍ତର ପ୍ରଦେଶରେ ବି ଲାଗୁ ହୋଇପାରେ ଅଡ୍‌ ଇଭିନ୍‌ ନମ୍ବର

ଲକ୍ଷ୍ନୌ,୪।୧୧: ଦେଶରେ ବାୟୁ ପ୍ରଦୂଷଣ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ବିଷାକ୍ତ ଧୂଆଁ ଯୋଗୁ ଲୋକମାନଙ୍କୁ ନିଃଶ୍ୱାସ ନେବାରେ...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ବିଭିନ୍ନ କାରଣରୁ କେତେକଙ୍କ କ୍ଷେତ୍ରରେ ରକ୍ତଚାପ ଦେଖାଯାଇଥାଏ। ଆୟୁର୍ବେଦରେ ରକ୍ତଚାପରୁ ଦୂରେଇ ରହିବା ପାଇଁ ଅନେକ ସହଜ ଘରୋଇ ଉପଚାର ସମ୍ପର୍କରେ...

କଥା ହେଉ ହେଉ ହୃଦ୍‌ଘାତରେ ଯୁବକଙ୍କ ମୃତ୍ୟୁ: ସିସିଟିଭିରେ ରେକର୍ଡ ହେଲା ଭିଡିଓ

ଡେରାଡୁନ,୧।୧୦: ଘର ବାହାରେ ଠିଆହୋଇ କଥା ହେଉଥିବା ସମୟରେ ହଠାତ୍‌ ଯୁବକଙ୍କ ଚାଲିଗଲା ଜୀବନ। ସିସିଟିଭିରେ ରେକର୍ଡ ହେଲା ମୃତ୍ୟୁବେଳର ଭିଡିଓ। ଏଭଳି ବିଚଳିତ କରିଦେବା...

ମୋଦି ସରକାରଙ୍କୁ ସୋନିଆଙ୍କ ଟାର୍ଗେଟ:ଆତଙ୍କର ପରିବେଶ ସୃଷ୍ଟି କରି ନ ଥିଲେ ରାଜୀବ

ନୂଆଦିଲ୍ଲୀ,୨୩ା୮(ପି.ଟି.):୧୯୮୪ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବୃହତ୍‌ ଜନାଦେଶ ପାଇ କ୍ଷମତାସୀନ ହୋଇଥିଲେ। ହେଲେ ସେ ତାକୁ ନେଇ କେବେ ଆତଙ୍କର ପରିବେଶ ସୃଷ୍ଟି...

ଦଶହରାରେ ରାଫାଲ୍‌ ସହିତ ଶସ୍ତ୍ର ପୂଜନ କରିବେ ରାଜନାଥ

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୮ରେ ଦଶହରା ଏବଂ ବାୟୁସେନା ଦିବସ ଗୋଟିଏ ଦିନରେ ପଡୁଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୋର୍ଡିଅକ୍ସ୍‌ ନିକଟରେ ମେରିନିକ୍‌ଠାରେ...

Leave a comment

Your email address will not be published. Required fields are marked *