Posted inUncategorized

ସେବା, ସମର୍ପଣ ଦ୍ୱାରା ରାଷ୍ଟ୍ରର ଉତ୍‌ଥାନ ସମ୍ଭବ

ବରଗଡ଼ ଅଫିସ୍‌, ୫।୭-ବରଗଡ଼ରେ ଓଡ଼ିଶା ପ୍ରାନ୍ତ ଭାରତ ବିକାଶ ପରିଷଦର ନୂତନ ଶାଖା ଉଦ୍‌ଘାଟିତ ହୋଇଛି। ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ସୁରେଶ ଜୈନ ଓ ସହ ସାଧାରଣ ସମ୍ପାଦକ ଡଃ ବାଲ୍ମିକୀ କୁମାରଙ୍କ ଉପସ୍ଥିତିରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗ ବୌଦ୍ଧିକ ମଣ୍ଡପରେ ଏକ ସମାବେଶ ହୋଇଥିଲା। ଏଥିରେ ଓଡ଼ିଶାପ୍ରାନ୍ତ ଉପସଭାପତି ତଥା ବରଗଡ଼ ମହିଳା କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ପୂଜାରୀ, ଓଡ଼ିଶାପ୍ରାନ୍ତ ପୃଷ୍ଠପୋଷକ ଡ. ରାଜକୁମାର ବଡ଼ପଣ୍ଡା, ପ୍ରାନ୍ତୀୟ ସଂଯୋଜକ ଶ୍ୟାମସୁନ୍ଦର ଶର୍ମା, ସମ୍ବଲପୁର ଶାଖା ସଭାପତି ବିନୋଦ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜିଲା ସଞ୍ଚାଳକ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ ସଭାପତିତ୍ୱ କରିଥିଲେ। ପ୍ରକାଶ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅବସରପ୍ରାପ୍ତ ଅତିରକ୍ତ ତହସିଲଦାର ସୁରେନ୍ଦ୍ର ମୋହନ ଚାନ୍ଦ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଫେସର ପୂଜାରୀ ଭାରତ ବିକାଶ ପରିଷଦ ଉପରେ ଅବଗତ କରାଇଥିଲେ। ସମ୍ପର୍କ, ସହଯୋଗ ଏବଂ ସଂସ୍ଥାର ସେବା, ସମର୍ପଣ ଦ୍ୱାରା ସମାଜ ତଥା ରାଷ୍ଟ୍ରର ଉତ୍‌ଥାନ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ। ପରେ ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ଜୈନ ବରଗଡ଼ ଶାଖାର ନୂତନ ଭାବେ ଘୋଷିତ ସଭାପତି ସୁରେନ୍ଦ୍ର ମୋହନ ଚାନ୍ଦ ଓ ସମ୍ପାଦକ ପ୍ରକାଶ କୁମାର ପଟ୍ଟନାୟକଙ୍କୁ ପରିଷଦର ଚାର୍ଟର ପ୍ରଦାନ ପୂର୍ବକ ବରଗଡ଼ ଶାଖା ଉଦଘାଟନ କରି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଶାଖା ସଭାପତି ଚାନ୍ଦ, ସମ୍ପାଦକ ପଟ୍ଟନାୟକ ଏବଂ କୋଷାଧ୍ୟକ୍ଷ ବିଷ୍ଣୁପ୍ରସାଦ ଅଗ୍ରୱାଲ ଶପଥ ପାଠ କରିଥିଲେ।


All Right Reserved By Dharitri.Com

Posted inUncategorized View All

‘ବିଜୟକୁ ଚିହ୍ନିବା ବ୍ୟକ୍ତି ଆଗକୁ ବଢ଼ିଥାଏ’

ଭୁବନେଶ୍ୱର, ୨୧।୧୨(କ୍ରୀଡ଼ା ପ୍ରତିନିଧି)- ”କଠିନ ପରିଶ୍ରମ କରି ଯେଉଁ କାର୍ଯ୍ୟ କରାଯାଏ ତାହାର ଫଳ ଭଗବାନ ଦେଇଥାନ୍ତି। କୌଣସି କଠିନ ପରିସ୍ଥିତି ସାମ୍‌ନାକୁ ଆସିଲେ ତାହାକୁ...

କେନାଲ ଅବରୋଧ କରି ଗୃହ ନିର୍ମାଣ : ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ତିର୍ତ୍ତୋଲ,୨୫ା୬(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତର ଶାରଳାରୋଡ ବଜାର ଶେଷମୁଣ୍ଡରେ କେନାଲ ଅବରୋଧ କରି ଜଣେ ବ୍ୟକ୍ତି ସ୍ଥାୟୀ ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି।...

ଅସୁରକ୍ଷିତ ଷ୍ଟାଡିୟମ ପୁରୁଣା ଗ୍ୟାଲେରି : ରକ୍ଷଣାବେକ୍ଷଣ କରିବାକୁ ଦାବିପତ୍ର

ଅନୁଗୋଳ ଅଫିସ, ୧୦।୮ – ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସ୍ବାଧୀନତା ଦିବସ ପାଳନ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କିନ୍ତୁ ମହାଆଡମ୍ବରରେ ପାଳନ ହେବାକୁ...

ସମ୍ପାଦକୀୟ/ ଅରୁଚିକର

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯ରେ ବାକ୍‌ ସ୍ବାଧୀନତା ବିଷୟରେ ଉଲ୍ଲେଖ କରାଯାଇଛି। ଜଣେ ବ୍ୟକ୍ତି ବିନା ଭୟରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିପାରିବେ। କିନ୍ତୁ ନିର୍ଦ୍ଦିଷ୍ଟ...

ଆଖି ଲାଗିଯିବାରୁ ଗଛରେ ପିଟିହେଲା ପରିବା ବୋଝେଇ ଅଟୋ, ଚାଳକ ଗୁରୁତର

ପରଜଙ୍ଗ,୧୭।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ବୁଧବାର ଭୋରରେ ଏକ ପରିବା ବୋଝେଇ ଅଟୋ...

ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଦିଦି: କହିଲେ ସବୁ ହାରିବା ବ୍ୟକ୍ତି ବିଫଳ ନୁହେଁ

କୋଲକାତା,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଭାଜପା ପୁଣି ଥରେ ବାଜିମାତ୍‌ କରିଥିବା ସ୍ପଷ୍ଟ ହେଉଛି। ହେଲେ ପୂର୍ବରୁ ପଶ୍ଚିମବଙ୍ଗରେ ନିଜର ଦବ୍‌ଦବା ଜାହିର...

Leave a comment

Your email address will not be published. Required fields are marked *