ପ୍ରେମ, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ୨ ଗିରଫ

ଗଞ୍ଜାମ,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟର ଅଶ୍ୱିନି ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧୁରଚୁଅଁା ଗ୍ରାମର ଜନାର୍ଦ୍ଦନ ନାହାକ ଓରଫ ଦନା (୪୧) ଓ ସହଯୋଗୀ ଉକ୍ତ କଲେଜର ପୂର୍ବତନ ଛାତ୍ର ବୁରୁଡ଼ି ଗ୍ରାମର ଦୀପକ ନାହାକ (୧୮)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଗୁରୁବାର ଖବରଦାତା ସମ୍ମିଳନୀରେ ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ଏହି ସୂଚନା ଦେଇଛନ୍ତି। ପ୍ରେମ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ଡିପିଓ ସ୍ପଷ୍ଟ କରିଛନ୍ତି।
ଏସ୍‌ଡିପିଓଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ଡେମୋନଷ୍ଟ୍ରେଟର ଅଶ୍ୱିନୀ ଦୀର୍ଘଦିନ ହେଲା ପରିବାରଠାରୁ ଅଲଗା ହୋଇ ରମ୍ଭା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ। ନିକଟରେ ଦନା ଜଣେ ମହିଳାଙ୍କ ସହ ରହୁଥିଲେ। ସମ୍ପୃକ୍ତ ମହିଳାଙ୍କ ସହ ଅଶ୍ୱିନୀଙ୍କର ସମ୍ପର୍କ ନିବିଡ ହୋଇଥିଲା। ଏହାକୁ ଦନା ବାରଣ କରିବାରୁ ପ୍ରାୟ ମାସେ ତଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହିଦିନଠାରୁ ଦନା ଅଶ୍ୱିନୀଙ୍କୁ ହତ୍ୟା କରିବାକୁ ସ୍ଥିର କରିଥିଲା। ଅଶ୍ୱିନୀଙ୍କ ସହ ଦୀପକଙ୍କର ଭଲ ସମ୍ପର୍କ ଥିବା ସେ ଜାଣି ପାରିଥିଲେ। ଅଶ୍ୱିନୀଙ୍କୁ ହତ୍ୟା କରିବାକୁ ଦୀପକଙ୍କୁ ମୋଟା ଅଙ୍କର ଅର୍ଥଲୋଭ ଦେଖାଇ ରାଜି କରାଇଥିଲେ। ଗତ ୨୯ରେ ଦନା ଓ ଦୀପକ ଯୋଜନା ପ୍ରସ୍ତୁତ କରିଥିଲେ। ଦୀପକ ନିଜ ମୋବାଇଲଫୋନ ବ୍ୟବହାର ନକରି ଅନ୍ୟଏକ ମୋବାଇଲଫୋନରେ ଅଶ୍ୱିନୀଙ୍କୁ ଫୋନ କରି ଡାକିଥିଲେ। ସେ ପହଞ୍ଚତ୍ବା ପରେ ଉଭୟ ଏକ ଢାବାରେ ମଦ୍ୟପାନ କରିଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏବେଳେ ଏକ ବୁଲେଟ ଯୋଗେ ଉଭୟେ ବାହାରିଥିଲେ। ବିରୁଳିଗଡ଼ ରାସ୍ତା ପଣସଢ଼ଇ ସାଉକାର ପୋଖରୀ ପୂର୍ବରୁ ଦନା ଅପେକ୍ଷା କରିଥିଲା। ଅଶ୍ୱିନୀ ପହଞ୍ଚତ୍ବା କ୍ଷଣି ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ପରେ ଅଭିଯୁକ୍ତ ଦ୍ୱୟ ଦୁର୍ଘଟଣାର ରୂପ ଦେବାକୁ ମୃତଦେହକୁ ଗାଡ଼ି ପାଖରେ ଫୋପାଡ଼ି ମୃତକଙ୍କ ମୋବାଇଲ ଫୋନ ନେଇ ଚାଲି ଯାଇଥିଲେ। ମୃତ ଅଶ୍ୱିନୀଙ୍କ ଫୋନ କଲ ଯାଞ୍ଚବେଳେ ଶେଷ କଲ ଦୀପକର କରିଥିବା ପୋଲିସ ଜାଣିପାରିଥିଲା। ପରେ ଦୀପକକୁ ବୁରୁଡିରୁ କାବୁ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ପ୍ରେମ ସମ୍ପର୍କକୁ ନେଇ ହତ୍ୟା କରିଥିବା ସ୍ବୀକାର କରିଥିଲେ ବୋଲି ଏସ୍‌ଡିପିଓ ଦାସ ସୂଚନା ଦେଇଛନ୍ତି। ସେମାନଙ୍କ ଠାରୁ ମୋବାଇଲ, ବାଇକ ଓ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ ଜବତ କରାଯାଇଥିବା ଛତ୍ରପୁର ଆଇଆଇସି ଛଟରାଏ କହିଛନ୍ତି।
ପ୍ରକାଶ ଯେ, ଗତ ୨୯ ସକାଳେ ବିରୁଳିଗଡ଼ ରାସ୍ତା ପଣସଢ଼ଇ ସାଉକାର ପୋଖରୀ ନିକଟ ରାସ୍ତା କଡରେ ଏକ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ରମ୍ଭା ଥାନାକୁ ଖବର ଦେଇଥିଲେ। ଛତ୍ରପୁର ଏସ୍‌ଡିପିଓ ଏବଂ ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛଟରାଏ ଘଟଣାସ୍ଥଳକୁ ଆସିବା ପରେ ମୃତକଙ୍କ ପରିଚୟ ମିଳିଥିଲା। ସେ ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟର ଅଶ୍ୱିନୀ ବୋଲି ଜଣାପଡ଼ିଥିଲା। ମୃତକଙ୍କ ଭାଇ ରେବନଙ୍କ ଏତଲା ପ୍ରକାରେ ନଂ.୧୨୭/୧୯ରେ ମାମଲା ରୁଜୁ କରି ପାଲିସ ତଦନ୍ତ ଚଳାଇଥିଲା।
(((((ଫଟୋ-ବିଏମ-୪-୬-ଗିରଫ ଦୁଇ ଅଭିଯୁକ୍ତ।


All Right Reserved By Dharitri.Com

ସରକାରୀ କ୍ୱାର୍ଟର୍ସ ପଛରୁ ୨ ବୋମା ଜବତ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍‌-୯ସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟ ସରକାରୀ କ୍ୱାର୍ଟର୍ସ ନଂ.୨ଆରଏ୨୫ ପଛରୁ ପୋଲିସ ଦୁଇଟି ଅଫୁଟା ବୋମା ଜବତ କରିଛି।...

ଚଳନ୍ତା କାର୍‌ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ, ୭।୧୧: ଚଳନ୍ତା କାରରେ ବଳାତ୍କାର କରି ଜଣେ ଯୁବତୀଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲିଗଲେ ଦୁର୍ବୃତ୍ତ। ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ...

ଗାଳ୍ପିକ ଅମରେଶଙ୍କୁ ‘କହ୍ନେଇ କଥା ପୁରସ୍କାର’

ବାଲେଶ୍ୱର ଅଫିସ, ୧୧।୬- ଓଡ଼ିଆ କଥା ସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧାରୀ ଗାଳ୍ପିକ ସ୍ବର୍ଗତ କହ୍ନେଇଲାଲ୍‌ ଦାସଙ୍କ ସ୍ମୃତିରେ ପ୍ରଦତ୍ତ ‘କହ୍ନେଇ କଥା ପୁରସ୍କାର’ ଚଳିତବର୍ଷ ପାଇଁ...

ଜାତୀୟ କୃମିନାଶକ ଦିବସ ପାଇଁ ସମନ୍ବୟ କମିଟି ବୈଠକ: ଅଗଷ୍ଟ ୮ରେ ପିଲାଙ୍କୁ ଦିଆଯିବ କୃମିନାଶକ ଔଷଧ

ଭୁବନେଶ୍ୱର, ୧୨ା୭(ବ୍ୟୁରୋ): ମାଟିରୁ ଶରୀରକୁ କୃମି ସଂକ୍ରମଣ ହୋଇଥାଏ। ବିଶ୍ୱରେ ୨୪୧ ନିୟୁତରୁ ଅଧିକ ଶିଶୁ କୃମିଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଓଡ଼ିଶାରେ ପ୍ରାୟ ୩୬ ପ୍ରତିଶତ...

ମାର୍କେଟ ବିଲ୍ଡିଂ ଘଟଣା: ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ ଗିରଫ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ରବିବାର ମୁଖ୍ୟ ଅଭିଯୁକ୍ତ...

କେନ୍ଦ୍ରାପଡ଼ାରେ ଭୋଟ ଗଣତି ଆରମ୍ଭ

କେନ୍ଦ୍ରାପଡ଼ା ଅଫିସ,୨୩ା୫ : କେନ୍ଦ୍ରାପଡ଼ା ଲୋକସଭା ଓ ଏହାର ୪ଟି ବିଧାନସଭା (କେନ୍ଦ୍ରାପଡା, ରାଜନଗର, ଆଳି ଓ ମହାକାଳପଡ଼ା) ନିର୍ବାଚନମଣ୍ଡଳୀର ଭୋଟ ଗଣତି ଗୁରୁବାର ସକାଳ...

ଭତ୍ତା ବଣ୍ଟନରେ ଅନିୟମିତତା ଅଭିଯୋଗ: ଖଇରା ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ

ଖଇରା,୪।୧୦(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ବଣ୍ଟନରେ ଅନିୟମିୟତା ଅଭିଯୋଗରେ...

ଘରୋଇ କଳହକୁ ନେଇ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

ଚୌଦ୍ୱାର, ୧୫।୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହି ପାଖ ଗୋପୀନାଥ ପଡ଼ାରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା...

Leave a comment

Your email address will not be published. Required fields are marked *