Posted inଜାତୀୟ

ଦ୍ୱିତୀୟ ବିବାହ କରୁଥିବା ଯୁବକଙ୍କୁ ବେଦୀରେ ଚପଲରେ ପିଟିଲେ ପ୍ରଥମ ସ୍ତ୍ରୀ

ଲକ୍ଷ୍ନୌ,୨୮।୪: ଉତ୍ତରପ୍ରଦେଶ ଗାଜିଆବାଦ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦ୍ୱିତୀୟ ବିବାହ କରୁଥିବା ଜଣେ ଯୁବକଙ୍କୁ ବେଦୀରେ ଚପଲରେ ପିଟିଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀ। ନୀତିନ ବର୍ମା ନାମକ ଜଣେ ଯୁବକ ସ୍ଥାନୀୟ ସିହାଣି ଗେଟ୍‌ ଥାନା ଅଞ୍ଚଳରେ ବିବାହ କରିବାକୁ ଆସିଥିବାବେଳେ ଏହା ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରଥମ ସ୍ତ୍ରୀଙ୍କ ପ୍ରମାଣ ଆଧାରରେ ବିବାହ ଉତ୍ସବକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମିରଠ ବ୍ରହ୍ମପୁରୀ ଅଞ୍ଚଳରେ ରହୁଥିବା ସୋନିଆଙ୍କ ସହିତ ୪ ବର୍ଷ ତଳେ ନୀତିନଙ୍କର ବିବାହ ହୋଇଥିଲା। ତେବେ ଦୁଇଜଣଙ୍କ ମଧ୍ୟରେ ଲଗାତାର ଗଣ୍ଡଗୋଳ ଲାଗି ରହିଥିଲା। ଏନେଇ ସୋନିଆ ସ୍ଥାନୀୟ ଥାନାରେ ମଧ୍ୟ ମାମଲା ଦାଏର କରିଥିଲେ। ପୋଲିସ ଅଭିଯୁକ୍ତ ନୀତିନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।


All Right Reserved By Dharitri.Com

ମୋଦି ସାହସିକତାର ପଦକ୍ଷେପ ନେଇଛନ୍ତି: ମୋହନ ଭାଗବତ

ନୂଆଦିଲ୍ଲୀ, ୫।୮:କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀର ପାଇଁ ସମ୍ବିଧାନରେ ଥିବା ସ୍ବତନ୍ତ୍ର ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ସରକାରରଙ୍କ ଏହି ନିଷ୍ପତ୍ତିକୁ...

ଗୋଟିଏ ପିଆଜର ଦାମ୍‌ ୬୦ଟଙ୍କା: କିଣିବାକୁ ଗ୍ରାହକ ଆଗ୍ରହୀ

ସିରସା,୧୪।୧୨: ଦେଶର ବିଭିନ୍ନ ରାଜ୍ୟରେ ଏବେ ପିଆଜ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଏହାର ବର୍ଦ୍ଧିତ ମୂଲ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ...

ଖାଦ୍ୟ ନଷ୍ଟ ନ କରିବା ପାଇଁ ଖାଇବା ଥାଳିରେ ଲେଖା ଯାଉଛି ସଚେତନତା ବାର୍ତ୍ତା

ଜୟପୁର,୧୫।୭: ଖାଦ୍ୟ ନଷ୍ଟ ନ କରିବା ପାଇଁ ରାଜସ୍ଥାନରେ ଏକ ନିଆରା ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏନେଇ ଯୋଧପୁରର ମାହେଶ୍ୱରୀ ଏବଂ ଘାଞ୍ଚି...

ଇ-ସିଗାରେଟ ନିଷିଦ୍ଧ ବିଲ୍‌ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ଇ-ସିଗାରେଟ ଏବଂ ଅନୁରୂପ ସାମଗ୍ରୀ ଉତ୍ପାଦନ, ବିକ୍ରି ଓ ଆମଦାନୀ ବନ୍ଦ କରିବା ଲାଗି ଶୁକ୍ରବାର ଲୋକ ସଭାରେ ବିଲ୍‌ ଆଗତ ହୋଇଛି। ଇଲେକ୍ଟ୍ରୋନିକ୍‌...

ଯାଦୁ କୌଶଳ ଦେଖାଇବା ସମୟରେ ଗଙ୍ଗା ନଦୀରେ ବୁଡ଼ିଗଲେ ଯାଦୁକର

କୋଲକତା,୧୭।୬: ଜଣେ ଯାଦୁକରଙ୍କୁ ଯାଦୁ କୌଶଳ ଦେଖାଇବା ମହଙ୍ଗା ପଡ଼ିଛି। ସେ ଗଙ୍ଗା ନଦୀରେ ବୁଡ଼ି ଯାଇଛନ୍ତି। ଉଦ୍ଧାରକାରୀ ଦଳ ତାଙ୍କର ସନ୍ଧାନ ଜାରି ରଖିଛନ୍ତି।...

ସିକିମ୍‌ରେ ତୁଷାରପାତ: ୧୭୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ନୂଆଦିଲ୍ଲୀ,୨୯ା୧୨: ସିକିମ୍‌ର ନାଥୁ ଲା ଠାରେ ପ୍ରବଳ ତୁଷାରପାତ ଯୋଗୁ ଫସିରହିଥିବା ୧୭୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ଭାରତୀୟ ସେନା ଉଦ୍ଧାର କରିଛି। ପାଖାପାଖି ୩୦୦ ଟ୍ୟାକ୍ସିରେ...

ସରକାର ଚାହିଁଲେ ପିଓକେ ଭାରତରେ ମିଶିଯିବ: ସେନା ମୁଖ୍ୟ

ନୂଆଦିଲ୍ଲୀ,୧୧।୧: ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ବଣେ ଶନିବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସରକାର ଯଦି ନିର୍ଦ୍ଦେଶ ଦିଅନ୍ତି ତେବେ ପାକ୍‌ ଅଧିକୃତ କଶ୍ମୀର(ପିଓକେ)କୁ...

ରାଜଧାନୀରେ ଖବରଦାତାଙ୍କୁ ଗୁଳି

ନୂଆଦିଲ୍ଲୀ,୨୩।୬: ରାଜଧାନୀ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭ ନିକଟରେ ମିତାଲି ଚନ୍ଦୋଲା ନାମକ ଜଣେ ଖବରଦାତାଙ୍କୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଗୁଳି କରିଥିବା ସୂଚନା...

Leave a comment

Your email address will not be published. Required fields are marked *