ବଳକା ତେଲର ବ୍ୟବହାର କରୁଛନ୍ତି କି? ହୋଇପାରେ ଏହିସବୁ ରୋଗ

ଭାରତୀୟ ଖାଦ୍ୟରେ ତେଲର ଭୂମିକା ଯଥେଷ୍ଟ ଅଧିକ। ପକୁଡ଼ି ତିଆରିଠୁ ନେଇ ଛୁଙ୍କ ଲଗାଇବା ପର୍ଯ୍ୟନ୍ତ ସବୁଥିରେ ତେଲର ବ୍ୟବହାର ହୁଏ। ଏହା ଖାଦ୍ୟର ସ୍ବାଦ ଏବଂ ବାସ୍ନା ବଢ଼ାଇଥାଏ। ଅନେକଙ୍କ ଘରେ ଥରେ ବ୍ୟବହୃତ ତେଲ ବଳିଗଲେ ତାକୁ ବାରମ୍ବାର ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି, ବଳକା ତେଲର ପୁନଃଉପଯୋଗ ସ୍ବାସ୍ଥ୍ୟ ପାଇଁ କେତେ ବିପଜ୍ଜନକ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଯଦି ତେଲରେ ଥରେ କୌଣସି ଜିନିଷ ଫ୍ରାଏ କରିଦିଆଯାଏ, ତେବେ ତାକୁ ଅନ୍ୟ ବ୍ୟଞ୍ଜନରେ ବ୍ୟବହାର ଦ୍ୱାରା ପ୍ରି ରାଡିକାଲ୍ସ ଜନ୍ମ ନେଇଥାଏ। ଏହାଦ୍ୱାରା ଶରୀରରେ ଜ୍ୱଳନ, ଗ୍ୟାଷ୍ଟ୍ରିକ୍‌ ସାଙ୍ଗକୁ ଆହୁରି ଅନେକ ରୋଗ ଉପତ୍ନ୍ନ ହୁଏ। ଏହି ପ୍ରି ରାଡିକାଲ୍ସ ଶରୀରର ସୁସ୍ଥ କୋଷିକା ସହ ନିଜକୁ ଯୋଡ଼ିଦିଏ। ଏଥିରୁ ଅନେକ ସମୟରେ କ୍ୟାନସର୍‌ ଉପତ୍ନ୍ନ ହୋଇଥାଏ। ଏହାଛଡ଼ା ଶରୀରରେ ଖରାପ କୋଲେଷ୍ଟୋରଲ୍‌ ଜନ୍ମ ନେଇଥାଏ, ଯାହାଦ୍ୱାରା ଧମନୀରେ ରକ୍ତ ଜମାଟ ବାନ୍ଧିଯାଏ। ଯଦି ବଳକା ତେଲର ଉପଯୋଗ କରିବାକୁ ଚାହଁୁଛନ୍ତି, ତେବେ ଏହାକୁ ଥଣ୍ଡା ହେବା ପରେ ଏୟାର୍‌ଟାଇଟ୍‌ ଡବାରେ ବନ୍ଦ କରି କିଛିସମୟ ରଖିଦିଅନ୍ତୁ। ଏହାଦ୍ୱାରା ତେଲରେ ଥିବା ଫୁଡ୍‌ ପାର୍ଟିକିଲ୍ସ ବାହାରିଯାଏ।


All Right Reserved By Dharitri.Com

ସିଙ୍ଗାପୁର ବ୍ଲାକ୍‌ ପିପର ପ୍ରନ୍‌

ଚିଙ୍ଗୁଡ଼ି ଭିତରେ ରାଜା ଟାଇଗର ପ୍ରନ୍‌। ଚିଙ୍ଗୁଡ଼ି ଖାଉଥିବା ଲୋକଙ୍କର ଏହା ପ୍ରଥମ ପସନ୍ଦ। ଝୋଳ କରିବାଠୁ ନେଇ ଭାଜି ଖାଇବାର ସ୍ବାଦ ନିଆରା। ଟାଇଗର...

ଏସବୁ ଘରୋଇ ଉପାୟରେ କମିଥାଏ ଥଣ୍ଡା

ଥଣ୍ଡା ଧରିଥିଲେ କିଛି ଘରୋଇ ଉପାୟ ଅବଲମ୍ବନ କଲେ ଏହି ସମସ୍ୟା ଶୀଘ୍ର ଦୂର ହୋଇଥାଏ। ଜାଣନ୍ତୁ ଏ ସମ୍ପର୍କରେ… ୧. ପାଣିରେ ହଳଦୀ ଓ...

ଅଣ୍ଟା ଯନ୍ତ୍ରଣାର ଘରୋଇ ଉପଚାର

-ବସିବା ସମୟରେ ଏପରି ବସନ୍ତୁ ଯେମିତି ଆପଣଙ୍କୁ ଆରାମ ଲାଗିବା ସହ ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ। -ଉଠିବା ସମୟରେ ସତର୍କତାର ସହ ଉଠନ୍ତୁ।...

କେମିତି ବଢିବ ରୋଗ ପ୍ରତିରୋଧକ ଶକ୍ତି

ହାଭାର୍ଡ ଓ୍ବିଓ୍ବିରେ ଆଧୁନିକ ଚିକିତ୍ସାକୁ ନେଇ ଅଧ୍ୟୟନ କରୁଥିବା ଡାକ୍ତର ଓ୍ବିଲିୟମ ଲି ଏମିତି କିଛି ଖାଦ୍ୟ ପଦାର୍ଥ ସମ୍ପର୍କରେ ସୂଚନା ଦେଇଛନ୍ତି ଯାହା ଶରୀରର...

ହଳଦୀ ମିଶା କ୍ଷୀରପାନ ଅବସାଦ ଦୂରକରେ

ନୂଆଦିଲ୍ଲୀ: ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର...

ହୃଦ୍‌ରୋଗରୁ ଉପଶମ ଦେବ ଯୋଗ

ପ୍ରତିଦିନ ଯୋଗ, ପ୍ରାଣାୟମ କଲେ ତାହାର ସୁଫଳ କେତେ ମିଳେ ତାହା ଅନୁଭବୀ ହିଁ ଜାଣେ। ଏହାର ଉପକାରୀ ତାଲିକାରେ ଆଉ ଏକ କଥାକୁ ସାମିଲ...

ହାର୍ଟଆଟାକ୍‌ରୁ ଦୂରେଇ ରଖେ ଏହି ରସ…

ସକାଳେ ଅଧାକପ୍‌ କାକୁଡ଼ି ଜୁସ୍‌ ପିଇଲେ ଶରୀରର ବହୁ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଜଳ, ଶ୍ୱେତସାର,ସ୍ନେହସାର, ପୁଷ୍ଟିସାର, ତନ୍ତୁଜ ରହିଥାଏ। ଏହାଛଡ଼ା ଏଥିରେ...

ଓଟ୍ସ ଟିକି

ଆବଶ୍ୟକ ସାମଗ୍ରୀ: ଓଟ୍ସ ଏକ କପ୍‌, ପନିର ଅଧା କପ ଓ ଅଧାକପ କୋରା ହୋଇଥିବା ଗାଜର, ସିଝା ଚକଟା ଆଳୁ ଏକ କପ, ଧନିଆ...

Leave a comment

Your email address will not be published. Required fields are marked *