ଲେମନ ଗାର୍ଲିକ ଫିଶ୍‌

ସୁଲଭ ଦରରେ ସୁସ୍ବାଦୁ ଖାଦ୍ୟ ପାଇଁ ରେଶମ ସହର ବ୍ରହ୍ମପୁର ବେଶ୍‌ ପରିଚିତ। ତେଣୁ ରାଜ୍ୟ ତଥା ବାହାରୁ ଗଞ୍ଜାମ ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ ସହରର ବିଭିନ୍ନ ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରିଥାନ୍ତି। ଗ୍ରାହକଙ୍କ ଚାହିଦା ଅନୁଯାୟୀ ସହରରେ ରହିଥିବା ରେଷ୍ଟୁରାଣ୍ଟଗୁଡିକ ମଧ୍ୟ ବିଭିନ୍ନ ନୂତନ ଡିଶ୍‌ ପ୍ରସ୍ତୁତ କରୁଛନ୍ତି। ପର୍ଯ୍ୟଟକ ତଥା ବାହାରୁ ଆସୁଥିବା ଗ୍ରାହକଙ୍କ ମନପସନ୍ଦ ମୁତାବକ ଓଡିଆ ଖାଦ୍ୟ ସମେତ ଅନ୍ୟ ରାଜ୍ୟ ତଥା ଦେଶର ଖାଦ୍ୟକୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଗ୍ରାହକଙ୍କୁ ଆକର୍ଷିତ କରିବାକୁ ରାଜ୍ୟ ତଥା ଅନ୍ୟ ଦେଶର ସ୍ବତନ୍ତ୍ର କାରିଗରଙ୍କ ଦ୍ୱାରା ଉଭୟ ଅମିଷ ଓ ନିରାମିଷର ବିଭିନ୍ନ ଡିଶ୍‌ ପ୍ରସ୍ତୁତ କରୁଛନ୍ତି। ଏଭଳି ଏକ ରେଷ୍ଟୁରାଣ୍ଟ ହେଉଛି ବ୍ରହ୍ମପୁରର ଟାଟାବେଞ୍ଜ ଛକ ନିକଟସ୍ଥ ଏସ୍‌ବିଆଇ ହାଇଟେକ ବ୍ରାଞ୍ଚ ପାର୍ଶ୍ୱରେ ରହିଥିବା ବ୍ରୋକୋଲି ରେଷ୍ଟୁରାଣ୍ଟ। ନିରାମିଷ ତଥା ଆମିଷର ବିଭିନ୍ନ ଦେଶୀୟ ଓ ବିଦେଶୀ ଡିଶ୍‌ ପାଇଁ ଏହି ରେଷ୍ଟୁରାଣ୍ଟ ସହରରେ ସ୍ବଳ୍ପ ସମୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହାର ଚାହିଦାଯୁକ୍ତ ଖାଦ୍ୟ ତଥା ଡିଶ୍‌ ମଧ୍ୟରୁ ଲେମନ ଗାର୍ଲିିକ ଫିଶ୍‌୍‌ ଡିଶ୍‌କୁ ଲୋକେ ବେଶ୍‌ ପସନ୍ଦ କରିଥାନ୍ତି। ଏହି ଡଶ୍‌ର ପ୍ଲେଟ ପିଛା ମୂଲ୍ୟ ୧୯୯ ଟଙ୍କା ରହିଛି। ଏହି ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ରେଷ୍ଟୁରାଣ୍ଟର କୁକ୍‌ ମୌସମ୍‌ ଥାପା କହନ୍ତି…..

ଆବଶ୍ୟକ ସାମଗ୍ରୀ
ବାସା ଫିଶ୍‌ (କଣ୍ଟା ନ ଥିବା ଏକ ସାମୁଦ୍ରିକ ମାଛ)- ୬ ଖଣ୍ଡ
ରସୁୁଣ -୨୦ ଗ୍ରାମ
ଲେମ୍ବୁ ଜୁସ୍‌-ଏକ ଚାମଚ
ରେଡ୍‌ ୟେଲୋ କ୍ୟାପ୍‌ସିକମ-୧୦ ଗ୍ରାମ
ପିଆଜ-୨୦ ଗ୍ରାମ
ଗ୍ରିନ୍‌ କ୍ୟାପ୍‌ସିକମ- ୫ ଗ୍ରାମ
ଲୁଣ-ଅଧା ଚାମଚ
ଧଳା ସୋରିଷ – ଅଧା ଚାମଚ
ଚିନି-ଏକ ଚାମଚ
ତେଲ-ଏକ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବାସା ଫିଶ୍‌କୁ ଭଲ ଭାବେ ଧୋଇ ଛୋଟ ଛୋଟ ପିସ୍‌ କରିରଖିବେ। ଚୁଲା ଉପରେ କଡେଇ ବସାଇ ଏକ ଚାମଚ ତେଲ ପକାଇବେ। ତେଲ ଗରମ ହେବା ପରେ ରସୁୁଣ, କଟା ପିଆଜ, ରେଡ୍‌ ୟେଲୋ କ୍ୟାପ୍‌ସିକମକୁ ପକାଇ କିଛି ସମୟ ଫ୍ରାଏ କରିବେ। ଭଲଭାବେ ଫ୍ରାଏ ହେବା ପରେ ସେଥିରେ ଆବଶ୍ୟକ ପରମାଣର ଚିନି, ଲୁଣ, ଧଳା ସୋରିଷ ପକାଇ ଫ୍ରାଏ କରିବେ। ଏହାପରେ ସେଥିରେ ଲେମ୍ବୁ ଜୁସକୁ ପକାଇବେ। ପୂର୍ବରୁ ପ୍ରସ୍ତୁତ ହୋଇଥିବା ବାସା ଫିଶ୍‌କୁ ପକାଇ ଫ୍ରାଏ କରିବେ। ଏକ ମିନିଟ ପରେ ତାହାକୁ ପ୍ଳେଟକୁ ବାହାର କରି ସବୁଜ କ୍ୟାପ୍‌ସିକମ୍‌ ଓ ପିଆଜ ସଜାଇ ଖାଇବାକୁ ପରଷିିବେ।


All Right Reserved By Dharitri.Com

ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ସପୁରି

ସପୁରି ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର। ଏଥିରେ ପୋଷକ ତତ୍ତ୍ୱ ସହ ଆଣ୍ଟି ଅକ୍ସିଡାଣ୍ଟର ଗୁଣ ମଧ୍ୟ ରହିଥାଏ। ଏକ ଗ୍ଲାସ ସପୁରି ରସରୁ ୧.୭...

ଦୂରାନ୍ତୁ ଝାଳ ଗନ୍ଧ…

ଗୃହିଣୀ ହୁଅନ୍ତୁ ଅବା କର୍ମଜୀବୀ, ବିଭିନ୍ନ କାର୍ଯ୍ୟର ଚାପ ଏବଂ ଅବିରତ ପରିଶ୍ରମ ଯୋଗୁ ଅଧିକାଂଶ ମହିଳାଙ୍କଠାରେ ଝାଳ ବୋହିବା ଏକ ସାଧାରଣ କଥା। ହେଲେ...

ଶୀତଦିନେ କେଶ ସମସ୍ୟା ଉପୁଜୁଥିଲେ ବ୍ୟବହାର କରନ୍ତୁ ମେଥି, ଜାଣନ୍ତୁ ଉପାୟ

ବମ୍ବେ: ଶୀତଦିନେ କେଶ ଜନିତ ସମସ୍ୟା ସାଧାରଣ ବୋଲି କହିପାରିବା। ବିଶେଷକରି ମୁଣ୍ଡରେ ରୁପି ହେବା, କେଶ ଝଡ଼ିବା ଭଳି ସମସ୍ୟା ଏହି ସମୟରେ ଦେଖାଯାଇଥାଏ।...

କାର୍ପେଟ୍‌ ସଫା କରୁଥିଲେ

କାର୍ପେଟ୍‌ ବ୍ରଶ: କାର୍ପେଟ୍‌ ସଫା କରିବାକୁ ହେଲେ କାର୍ପେଟ୍‌ ବ୍ରଶ ବ୍ୟବହାର କରନ୍ତୁ। ଏହାକୁ କାର୍ପେଟ୍‌ର ବୀପରିତ ଦିଗରୁ ରଗଡନ୍ତୁ। ଏହାଦ୍ୱାରା ଧୂଳି ଜଲ୍‌ଦି ଦୂର...

ମିଲ୍କ କେକ୍‌

ଆବଶ୍ୟକ ସାମଗ୍ରୀ: ୮ କପ୍‌ କ୍ଷୀର, ୨ ବଡ଼ ଚାମଚ ଚିନି, ଏକ ବଡ଼ ଚାମଚ ଲେମ୍ବୁରସ, ଏକ ଛୋଟ ଚାମଚ ଗୁଜୁରାତି ପାଉଡର। ପ୍ରସ୍ତୁତି...

ଅଜବ ନେଲ୍‌ ଆର୍ଟ

ଆଜିକାଲି ନେଲ୍‌ଆର୍ଟ ଫ୍ୟାଶନ୍‌ ବେଶ୍‌ ଜୋର୍‌ ଧରିଛି। ଯୁବତୀମାନେ ନାନା ପ୍ରକାରର ନେଲ୍‌ ଆର୍ଟ କରି ଟ୍ରେଣ୍ଡି ଲୁକ୍‌ ପାଉଛନ୍ତି। ତେବେ ଏମିତି ବି କିଛି...

ଜାତୀୟସ୍ତରରେ ପୁଣି ଜଣେ

ପାଶ୍ଚାତ୍ୟ ବେଶଭୂଷାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଏପରି ଅବସ୍ଥାରେ ଫ୍ୟାଶନ ଡିଜାଇନର ନୂଆ ଟ୍ରେଣ୍ଡ ନେଇ ଯୁବ ପିଢି ବେଶ ଉତ୍ସାହିତ। ଏନେଇ...

ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ସୋୟାବିନ୍‌

ଆମେରିକାସ୍ଥିତ ମାସାଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି)ର ଏକ ଗବେଷଣାରୁ ଜଣାପଡ଼ିଛି, ଡାଇବେଟିସ ରୋଗୀଙ୍କ ପାଇଁ ସୋୟାବିନ ସବୁଠୁ ଲାଭଦାୟକ। ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର...

Leave a comment

Your email address will not be published. Required fields are marked *