Posted inUncategorized

ପୋଲିସ ଗୁଳି ଫେଲ୍‌

ଗଞ୍ଜାମ ଜିଲାରେ ଅପରାଧ କମୁନି। ବ୍ରହ୍ମପୁର ଏବଂ ଗଞ୍ଜାମ ଦୁଇଟି ପୋଲିସ ଜିଲାରେ ଦୁଇଜଣ ଏସ୍‌ପି ଏବଂ ମାଳମାଳ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରାଟ ଟିମ୍‌ ଥିବା ସତ୍ତ୍ୱେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଛି। କମ୍‌ ବୟସର ଯୁବକମାନେ ଅପରାଧ ଦୁନିଆରେ ପାଦ ଦେଇ ପୋଲିସର ଅପାରଗତାର ସୁଯୋଗ ନେଇ, ଅଳ୍ପଦିନରେ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ସଫଳ ହେଉଛନ୍ତି। ଅପରାଧୀଙ୍କୁ କାବୁ କରିବା ପାଇଁ ମଝିରେ ମଝିରେ ଉଭୟ ଜିଲା ପୋଲିସ ପକ୍ଷରୁ ଏନ୍‌କାଉଣ୍ଟର୍‌ କରାଯାଉଛି। ପ୍ରଥମେ ପ୍ରଥମେ ଏହି ଏନ୍‌କାଉଣ୍ଟରର ସଫଳତା ମିଳୁଥିଲା। ପୋଲିସ ଗୁଳି ପରେ ଅପରାଧୀମାନେ ନୀରବି ଯାଉଥିଲେ। କିନ୍ତୁ ଏବେ ଦେଖିବାକୁ ମିଳୁଛି, ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବାରେ ପୋଲିସ ଗୁଳି ବି କାମ କରୁନି, ଫେଲ୍‌ ହୋଇଯାଇଛି। କାରଣ ଏନ୍‌କାଉଣ୍ଟର ପରେ ମଧ୍ୟ କେତେକ ପେସାଦାର ଅପରାଧୀ ପୁଣିଥରେ ଆପରାଧିକ କାଣ୍ଡ ଭିଆଉଛନ୍ତି।
ଟିକେ ପଛକୁ ଦୃଷ୍ଟିଦେଲେ ଜଣାଯାଏ, ଗଞ୍ଜାମ ଜିଲାକୁ ଅପରାଧୀଙ୍କ କବଳରୁ ମୁକୁଳାଇବା ପାଇଁ ୨୦୧୫ରେ ‘କ୍ରିମିନାଲ୍‌ କ୍ଲିନ୍‌’ ଆରମ୍ଭ ହୋଇଥିଲା। ଗଞ୍ଜାମ ଏବଂ ବ୍ରହ୍ମପୁର ଜିଲା ପୋଲିସ ପ୍ରାୟ ୩ଶହ ଦୁର୍ଦ୍ଦାନ୍ତ ଅପରାଧୀଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲା। ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ କାବୁ କରିବା ପାଇଁ ବଛାବଛା ପୋଲିସ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ବହୁ ହାର୍ଡକୋର୍‌ ଅପରାଧୀଙ୍କୁ ଧରାଗଲା। ଯେଉଁମାନେ ପୋଲିସ କବଳରୁ ଖସିଯିବାକୁ ଉଦ୍ୟମ କଲେ, ସେମାନଙ୍କୁ ଏନ୍‌କାଉଣ୍ଟର କରାଗଲା। ୨୦୧୫ ଏପ୍ରିଲ ୪ ତାରିଖରେ ଖଲ୍ଲିକୋଟ ଥାନା ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ଅକ୍ଷୟ ନାୟକଙ୍କୁ ଏନ୍‌କାଉଣ୍ଟର କରିବା ଥିଲା ଜିଲାରେ ପ୍ରଥମ। ଗଞ୍ଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲାରେ କେବଳ ୨୦୧୫ରେ ୩, ୨୦୧୬ରେ ୧୪, ୨୦୧୭ରେ ୧୭ ଏବଂ ୨୦୧୮ରେ ୧୭ଟି ଏନ୍‌କାଉଣ୍ଟର ହୋଇଛି। ୨୦୧୯ରେ ଏବେ ସୁଦ୍ଧା ୪ଟି ଏନ୍‌କାଉଣ୍ଟର ହେଲାଣି। ଏଥିରେ ଆସିକା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇଜଣ ଅପରାଧୀ ବୁଲୁ ଓରଫ ଗଣେଶ ନାୟକ ଏବଂ ହୃଷୀକେଶ ପାତ୍ରଙ୍କୁ ମେ’ ୩୧ତାରିଖରେ ଏନ୍‌କାଉଣ୍ଟର ହୋଇଥିଲା।
ଉଭୟ ପୋଲିସ ଜିଲାରେ ପ୍ରାୟ ୬୦ ଏନ୍‌କାଉଣ୍ଟର ହୋଇ ସାରିଲାଣି। ପୋଲିସ ଗୁଳିରେ ୩ଜଣ ଅପରାଧୀଙ୍କର ମୃତ୍ୟୁ ମଧ୍ୟ ହୋଇଛି। ତଥାପି ଗଞ୍ଜାମ ଜିଲାରେ ଅପରାଧ କମୁନି। ଦାଦାବଟି, ଡକାୟତି ଏବଂ ଚୋରି ବଢ଼ିଚାଲିଛି। ଗ୍ୟାଙ୍ଗ୍‌ୱର୍‌ ଥମୁନି। ପୋଲିସ ଏନ୍‌କାଉଣ୍ଟରକୁ ମଧ୍ୟ ଅପରାଧୀମାନେ ଆଉ ଭୟ କରୁନାହାନ୍ତି। ଗଣେଶ, ଚକା, ଚେରୁ ନାମକ ୩ ଜଣ ପେସାଦାର ଅପରାଧୀଙ୍କୁ ବିଭିନ୍ନ ସମୟରେ ପୋଲିସ ଏନ୍‌କାଉଣ୍ଟର କରିଛି। ହେଲେ ପରବର୍ତ୍ତୀ ସମୟରେ ସେମାନେ ଜେଲ୍‌ରୁ ମୁକୁଳି ପୁଣି ଆପରାଧିକ ସାମ୍ରାଜ୍ୟ ଚଳାଇଥିଲେ। ଏପରିକି ଗଣେଶଙ୍କୁ ଦୁଇଥର ଏନ୍‌କାଉଣ୍ଟର କରାଯାଇଛି। କେବଳ ଏହି ୩ ଜଣ ନୁହନ୍ତି, ପୋଲିସର ଏନ୍‌କାଉଣ୍ଟର ତାଲିକାରେ ଏମିତି ଅନେକ ଅପରାଧୀଙ୍କ ନାମ ରହିଛି, ଯେଉଁମାନେ ଜେଲ୍‌ରୁ ମୁକୁଳିବା ପରେ ନିଜ ଗ୍ୟାଙ୍ଗ୍‌କୁ ସକ୍ରିୟ କରି ପୂର୍ବବତ୍‌ ଅପରାଧ ଘଟାଉଛନ୍ତି। ଅନ୍ୟପଟେ ପୋଲିସ ଯେଉଁ ଅପରାଧୀଙ୍କୁ ଗିରଫ କରୁଛି, ସେମାନଙ୍କ ଟ୍ରାକ୍‌ ରଖୁନି। କେଉଁ ଅପରାଧୀ, କେଉଁ ଦିନ ଜାମିନରେ ମୁକୁଳୁଛନ୍ତି, ସେନେଇ ପୋଲିସ ସୂଚନା ରଖୁନି। ଫଳରେ ପୋଲିସ ଅଜାଣତରେ ଅପରାଧୀମାନେ ଜେଲ୍‌ରୁ ମୁକୁଳି ଆପରାଧିକ କାର୍ଯ୍ୟକଳାପରେ ସକ୍ରିୟ ରହି ପୋଲିସ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି।
– ଆଶୀର୍ବାଦ ରାଉତ


All Right Reserved By Dharitri.Com

Posted inUncategorized View All

‘କେନ୍ଦ୍ର ଅନୁଦାନ ଖର୍ଚ୍ଚ କରିପାରୁନି ରାଜ୍ୟ’

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଚଳିତବର୍ଷ କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ବିତ...

ଅଣ୍ଟା ବିନ୍ଧା ଓ ମୋବାଇଲ୍‌

ବର୍ତ୍ତମାନ ଦୁନିଆରେ ମୋବାଇଲ୍‌ର ମହତ୍ତ୍ୱ କେତେ ତାହା କହିବା ବାହୁଲ୍ୟ। କାରଣ ପ୍ରତିଟି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରୁଛି। ହେଲେ ଯଦି ଜଣେ ବ୍ୟକ୍ତି ନିଜକୁ...

ମା’ଙ୍କୁ ନିଦ ଲାଗିଯାଇଥିବା ବେଳେ ହସ୍ପିଟାଲରେ ଶିଶୁ ସହ ଘଟିଲା ଏଭଳି ଘଟଣା

ମୁମ୍ବାଇ,୧୪।୬: ମୁମ୍ବାଇର ଏକ ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ହସ୍ପିଟାଲରେ ଜଣେ ମା’ଙ୍କୁ ନିଦ ଲାଗିଯାଇଥିବା ବେଳେ ଏହାର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ...

ଆତଙ୍କବାଦୀଙ୍କ ବର୍ବରତା: ୬ ଶ୍ରମିକଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର,୩୦ା୧୦(ପି.ଟି.) : ୟୁରୋପୀୟ ସଂଘ(ଇୟୁ)ର ୨୩ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଜମ୍ମୁ-କଶ୍ମୀର ଗସ୍ତ କରିଥିବାବେଳେ ଆତଙ୍କବାଦୀମାନେ କୁଲଗାମ ଜିଲାରେ ରକ୍ତର ହୋଲି ଖେଳିଛନ୍ତି। ସେମାନେ...

ପଞ୍ଚୁପାଲିରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ

ବାଲିଆପାଳ, ୨୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ପଞ୍ଚୁପାଲିସ୍ଥିତ ପରିଚାଳନା ସଙ୍ଗଠନ ଏବଂ ଓଁଙ୍କାର ପୂଜ୍ୟପୂଜା ସାହିତ୍ୟ ପରିଷଦ ପକ୍ଷରୁ ରବିବାର ମଦ ବିରୋଧରେ ସଚେତନତା ପଦାଯାତ୍ର...

ସହରତଳି ଅଞ୍ଚଳକୁ ବିଏମ୍‌ସିରେ ସାମିଲ ପ୍ରସଙ୍ଗ : ଉପଜିଲାପାଳଙ୍କୁ ଭେଟିଲା ମିଳିତ କ୍ରିୟାନୁଷ୍ଠାନ କମିଟି

ବ୍ରହ୍ମପୁର ଅଫିସ,୧ା୬-ବ୍ରହ୍ମପୁର ସନ୍ନିକଟ ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମ(ବିଏମସି)ରେ ସାମିଲ କରିବା ନେଇ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଆନ୍ଦୋଳନ ଜାରି ରହିଛି...

ହରଭଜନଙ୍କୁ କ୍ୟାନ୍‌, କୁଡ୍‌ ମଧ୍ୟରେ ପାର୍ଥକ୍ୟ ଜଣା ନ ଥିଲା

ଜଣେ ଇଂଲିଶ ଭାଷାରେ ଦୁର୍ବଳ ହେବା ଆମ ଦେଶରେ କିଛି ନୂଆ ନୁହେଁ। ଅନେକ ଶିକ୍ଷାର୍ଥୀଙ୍କୁ ଇଂଲିଶ ଭାଷାର ସାଧାରଣ ଓ୍ବାର୍ଡ ଯଥା କ୍ୟାନ୍‌ ଓ...

Leave a comment

Your email address will not be published. Required fields are marked *