ଖୁବ୍‌ଶୀଘ୍ର କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ

ଭୁବନେଶ୍ୱର, ୪ା୭(ବ୍ୟୁରୋ): ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରାଯିବ। ତୃଣମୂଳସ୍ତରରୁ କଂଗ୍ରେସକୁ ପୁଣିଥରେ ମଜଭୁତ କରିବାକୁ ଉଦ୍ୟମ କରାଯିବ। ସଙ୍ଗଠନରେ ନୂଆ ଲୋକଙ୍କୁ ସୁଯୋଗ ଦିଆଯାଇ ଦଳକୁ ମଜଭୁତ କରିବା ପାଇଁ ଚେଷ୍ଟା କରାଯିବ ବୋଲି କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି। ୨୦୧୪ ସାଧାରଣ ନିର୍ବାଚନରେ ୧୬ଟି ବିଧାନସଭା ଆସନରେ ଦଳକୁ ସଫଳତା ମିଳିଥିବା ବେଳେ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇ ଆସୁଥିଲା। ହେଲେ ଦଳ ମଧ୍ୟରେ ନେତୃତ୍ୱ ବିବାଦ ଏତେ ବ୍ୟାପକ ହେଲା ଯେ, ଦଳ ୨୦୧୯ ନିର୍ବାଚନରେ ରାଜ୍ୟରେ ତୃତୀୟ ସ୍ଥାନକୁ ଖସି ଆସିଛି। ୨୦୧୪ ନିର୍ବାଚନ ପରେ ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି କରାଯାଇଥିଲା। ହେଲେ ତାଙ୍କ ନେତୃତ୍ୱକୁ ନେଇ ଦଳରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ବାଧ୍ୟ ହୋଇ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ଦାୟିତ୍ୱ ଦିଆଗଲା। ଗତ ନିର୍ବାଚନରେ ମଧ୍ୟ କଂଗ୍ରେସ ନିରଞ୍ଜନଙ୍କ ନେତୃତ୍ୱରେ ଲଢ଼ିଥିଲା। ଦାୟିତ୍ୱ ନେବା ପୂର୍ବରୁ ଦଳକୁ ମଜଭୁତ କରିବା ପାଇଁ ସେ ବ୍ୟାପକ କାର୍ଯ୍ୟକ୍ରମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ନିର୍ବାଚନରେ ଦଳ ମାତ୍ର ୯ଟି ଆସନରେ ବିଜୟୀ ହେବାପରେ ନିରଞ୍ଜନ ନିଜ ଆଡୁ ସଭାପତି ପଦରୁ ଇସ୍ତଫା ଦେଇଦେଲେ। ହେଲେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନିରଞ୍ଜନଙ୍କ ଇସ୍ତଫାପତ୍ର ଗ୍ରହଣ କରିନାହିଁ। ଯେହେତୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ଦଳରେ ସଙ୍କଟ ଲାଗି ରହିଥିଲା ସେଥିଲାଗି ନିରଞ୍ଜନଙ୍କ କଥାକୁ ଏଆଇସିସି ସେତେଟା ଗୁରୁତ୍ୱ ଦେଇ ନ ଥିଲା। କେବଳ ନିରଞ୍ଜନ ନୁହନ୍ତି ଆଉ କେତେକ ରାଜ୍ୟର ପିସିସି ସଭାପତି ମଧ୍ୟ ଇସ୍ତଫା ଦେଇଥିବା ବେଳେ ତାଙ୍କ କ୍ଷେତ୍ରରେ ଏଆଇସିସି କୌଣସି ବିଚାର କରିନାହିଁ। ଏଭଳି ସ୍ଥିତିରେ ବୁଧବାର ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛନ୍ତି। ନିଜ ଇସ୍ତଫା ପତ୍ରରେ ସେ ୧୪ଟି କାରଣ ଦର୍ଶାଇ ପଦ ଛାଡ଼ିଛନ୍ତି। ଏବେ କଂଗ୍ରେସର ନୂଆ ଅଧ୍ୟକ୍ଷ ଗାନ୍ଧୀ ପରିବାରର ବାହାରୁ ଜଣଙ୍କୁ କଂଗ୍ରେସର ଅଧ୍ୟକ୍ଷ କରାଯିବ ବୋଲି ଜଣାପଡ଼ିଛି। ସେହି ଅନୁଯାୟୀ ସାରା ଦେଶରେ କଂଗ୍ରେସର ରୂପରେଖ ବଦଳିବ ବୋଲି କୁହାଯାଉଛି। ଅପରପକ୍ଷରେ ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଶେଷ ହେବାପରେ ପ୍ରଥମ ଥର ଲାଗି ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତ କରିଥିଲେ। ବୁଧବାର ସେ ଜିତେନ୍ଦ୍ର ସିଂଙ୍କୁ ଭେଟିଥିବା ଜଣାପଡ଼ିଛି। ନିରଞ୍ଜନ କହିଛନ୍ତି ଯେ, ତାଙ୍କ ଇସ୍ତଫା ନେଇ ଆଲୋଚନା ହୋଇଛି। ସେମାନେ ନିଷ୍ପତ୍ତି ନେଇ ଜଣାଇବେ। ନିର୍ବାଚନ ପରାଜୟ କାରଣ ଖୋଜିବାକୁ ଗଠିତ କମିଟି ଏ ପର୍ଯ୍ୟନ୍ତ ରିପୋର୍ଟ ପ୍ରଦାନ କରିନାହିଁ।
ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଜିତେନ୍ଦ୍ର ସିଂ ଏବଂ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ନିର୍ବାଚନ ପ୍ରଦର୍ଶନ ନେଇ ଦୁଇଟି ପୃଥକ୍‌ ପୃଥକ୍‌ ବୈଠକ ହୋଇଥିଲା। ପ୍ରଥମ ବୈଠକରେ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ନେତାମାନେ ଯୋଗଦେଇ ଦଳର ପ୍ରଦର୍ଶନ ଖରାପ ହେବା ସମ୍ପର୍କରେ ମତ ରଖିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦଳର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ରାହୁଲଙ୍କ ଇସ୍ତଫାପତ୍ର ଗ୍ରହଣ ନ କରିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ସମୟରେ ନିରଞ୍ଜନ ମଧ୍ୟ ନିଜ ଇସ୍ତଫାପତ୍ର କିପରି ଗ୍ରହଣ କରା ନ ଯିବ ସେନେଇ ଏକ ପ୍ରସ୍ତାବ ପାରିତ କରିବାକୁ ଉଦ୍ୟମ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ପଣ୍ଡ ହୋଇଥିଲା ବୋଲି ବୈଠକରେ ଉପସ୍ଥିତ କେତେଜଣ ନେତା କହିଥିଲେ। ସେହି ବୈଠକ ପରେ ଜିତେନ୍ଦ୍ର କହିଥିଲେ ଯେ, ଆସନ୍ତା ୬ ମାସ ମଧ୍ୟରେ ସଭାପତି ପଦ ପରିବର୍ତ୍ତନ ହେବ ନାହିଁ। ଏହାପରେ ଦଳରେ ଆମୂଳଚୂଳ ପରିବର୍ତ୍ତନ ହେବ। ତେଣୁ ଏଭଳି ସମୟରେ ନିରଞ୍ଜନ ଓ ଜିତେନ୍ଦ୍ରଙ୍କ ଭେଟଘାଟକୁ ନେଇ ଦଳର କିଛି ରାଜ୍ୟ ନେତୃବୃନ୍ଦ ସନ୍ଦେହ ପ୍ରକଟ କରିଛନ୍ତି। ନିରଞ୍ଜନ ସଭାପତି ପଦ ନ ଛାଡ଼ିବାକୁ ନୂଆ ଯୋଜନା କରୁଥିବା ଚର୍ଚ୍ଚା ହେବାରେ ଲାଗିଛି।


All Right Reserved By

ଶ୍ରୀମନ୍ଦିରରେ ଭକ୍ତଙ୍କଠାରୁ ଚୋରି, ୪ଗିରଫ

ପୁରୀ ଅଫିସ,୮।୭ : ଶ୍ରୀମନ୍ଦିରରେ ଭକ୍ତଙ୍କ ଠାରୁ ଚୋରି ଅଭିଯୋଗରେ ସିଂହଦ୍ୱାର ପୋଲିସ ରବିବାର ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ୱରର...

ଟାଟା ଖଣି ସମ୍ମୁଖରେ ଜମିହରା ଗ୍ରାମବାସୀଙ୍କ ଆନ୍ଦୋଳନ: କର୍ମଚାରୀଙ୍କୁ ଖଣି ଭିତରକୁ ଛାଡିଲେ ନାହିଁ

ଯୋଡ଼ା, ୫।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଟାଟା ଷ୍ଟିଲ କମ୍ପାନୀର ଯୋଡ଼ା ଇଷ୍ଟ ଲୁହାପଥର ଖଣି ଫାଟକ ସମ୍ମୁଖରେ ଜମିହରା ଅଧିବାସୀ ଗୁରୁବାର ଭୋରରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି।...

ହିନ୍ଦୋଳ ବନାଞ୍ଚଳରେ ପୁଣି ହାତୀ ଛୁଆ ମୃତ: ୨ ମାସରେ ୪ ମଲେଣି

ରାସୋଳ, ୧୭।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ହାତୀ। ବିଭିନ୍ନ କାରଣରୁ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।...

୧୦ ମାସ ହେଲା ମିଳୁନି ନୂଆ କାର୍ଡ

ଭୁବନେଶ୍ୱର,୨।୬(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଅଧୀନ ଯୋଜନା ଏବଂ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା (ଓଏଫ୍‌ଏସ୍‌ଏସ୍‌) ମଝିରେ ଫସିଯାଇଛନ୍ତି ଗରିବ ହିତାଧିକାରୀ। କେନ୍ଦ୍ର...

ଆଜି ବିରାଜିବେ ଧନଦାତ୍ରୀ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ମା’ ଦୁର୍ଗତିନାଶିନୀଙ୍କ ବିଦାୟ ପରେ ଧରାବତରଣ କରିବାକୁ ଯାଉଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ। ଧନଧାନ୍ୟରେ ଜନମାନସକୁ ସମୃଦ୍ଧି କରିବାକୁ ପ୍ରତିବର୍ଷ ଧରାପୃଷ୍ଠକୁ ଓହ୍ଲାଇଥାନ୍ତି ମା’...

ଆଶିଷ ଗଡ଼ନାୟକ, ସ୍ବାଗତିକା ସ୍ବାଇଁ ପାଇବେ ‘ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର’

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଯୁବ ଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‌’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର’ର...

ଢେଙ୍କାନାଳରେ କର୍ମଚାରୀ ମରୁଡ଼ି: ଖାଲିପଡ଼ିଛି ୨୮୯ ପଦବୀ

ଢେଙ୍କାନାଳ ଅଫିସ, ୨୮।୭ –  କାର୍ଯ୍ୟାଳୟ ଅଛି। ହେଲେ କାମ କରିବାକୁ ନାହାନ୍ତି ଅଧିକାରୀ କି କର୍ମଚାରୀ। ଖାଲି ପଡୁଛି ଚୌକି। ଖଁ। ଖଁ। ଅଫିସ।...

ସ୍ବାସ୍ଥ୍ୟ ବିଭାଗର କ୍ଷୟକ୍ଷତି ଆକଳନ କରିବେ ଅନ୍ତର୍ଜାତୀୟ ପ୍ରତିନିଧି ଦଳ: ଜୁନ୍‌ ୩ରେ ରିପୋର୍ଟ ପ୍ରଦାନ

ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଫନୀ କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଓଡ଼ିଶା ଗସ୍ତରେ ଆସିଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ବିଶ୍ୱବ୍ୟାଙ୍କ ଏବଂ ୟୁନିସେଫ୍‌ ପ୍ରତିନିଧି ଦଳ ଶନିବାର ସ୍ବାସ୍ଥ୍ୟ ଓ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *