Posted inଜାତୀୟ

ମିଳୁନି ଦରମା: ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୮।୪: ଜେଟ୍‌ ଏୟାରଓ୍ବେଜ୍‌ର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଫଳରେ କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ମିଳିପାରୁନାହିଁ। ଆର୍ଥିକ ସ୍ଥିତି ଖରାପ ହେବାରୁ ଜେଟ୍‌ ଏୟାରଓ୍ବେଜ୍‌ର ଜଣେ ଟେକ୍ନିସିଆନ୍‌ ୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିବା କୁହାଯାଉଛି। ୪୫ ବର୍ଷ ବୟସ୍କ ଶୈଳେଶ ସିଂ ପାଲଘରର ନାଲାସୋପାରା ଇଷ୍ଟ ଅଞ୍ଚଳରେ ଥିବା ଏକ କୋଠାରୁ ଡେଇଁ ପଡ଼ିଛନ୍ତି। ତାଙ୍କ ପେଟରେ କର୍କଟ ହୋଇଥିଲା। ଗୋଟିଏ ଦିନ ପୂର୍ବରୁ ହସ୍ପିଟାଲରୁ ସେ ଡିସଚାର୍ଜ ହୋଇଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଶୈଳେଶ ଅନେକ ସମୟ ଧରି ଛାତ ଉପରେ ବସି ରହିଥିବା ସିସି ଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଶୈଳେଶଙ୍କ ମୃତ୍ୟୁଙ୍କୁ ନେଇ ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।


All Right Reserved By Dharitri.Com

ପାକିସ୍ତାନକୁ ଭାରତର କଡ଼ା ଜବାବ, ୬-୧୦ ପାକିସ୍ତାନ ସେନା ନିହତ, ୩ ଆତଙ୍କବାଦୀ ଶିବିର ଧ୍ୱଂସ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୦।୧୦: ପାକିସ୍ତାନ ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରିବା ପରେ ଭାରତୀୟ ସେନା ପକ୍ଷରୁ ରବିବାର କଡା ଜବାବ ଦିଆଯାଇଛି। ଭାରତୀୟ ସେନା ପାକ ଅଧିକୃତ...

ଆଉ ଏକ ଡ୍ରୋନ୍‌ ଠାବ

ଅଟ୍ଟାରୀ,୨୮।୯(ପି.ଟି.): ପଞ୍ଜାବ ପୋଲିସ ସୀମାନ୍ତ ଗ୍ରାମରୁ ଆଉ ଏକ ପାକିସ୍ତାନୀ ଡ୍ରୋନ ଶୁକ୍ରବାର ଠାବ କରିଛି। ତିନି ଦିନ ମଧ୍ୟରେ ଏହା ଦ୍ୱିତୀୟ ଡ୍ରୋନ୍‌। ଏହି...

ଏମିତି ନଦୀ ଯାହାର ବାଲିରୁ ମିଳେ ମୁଠା ମୁଠା ସୁନା…

ଝାଡ଼ଖଣ୍ଡରେ ରହିଛି ସୁବର୍ଣ୍ଣ ରେଖା ନଦୀ। ରତ୍ନଗର୍ଭାଠାରୁ ୧୫ କିମି ଦୂରରେ ରହିଛି ଏହି ନଦୀ। ସୂର୍ଯ୍ୟାଲୋକ ପଡ଼ିଲେ ନଦୀର ଜଳ ସୁନା ପରି ଚକଚକ...

ନୌସେରା ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଭାରତୀୟ ଯବାନ ଆହତ

ଶ୍ରୀନଗର,୬।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଚୌରୀ ଜିଲାର ରୋମାଲି ଧାରାସ୍ଥିତ ନୌସେରା ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ...

ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ

ଡେରାଡୁନ,୧୩।୧୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ଶୁକ୍ରବାର ସନ୍ଧ୍ୟାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରହିଛି। ଏହାର କେନ୍ଦ୍ରସ୍ଥଳ ଚମୋଲିର...

ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ: ଟାୟାର ଭିତରୁ ମିଳିଲା ୨କୋଟି ୪୦ ଲକ୍ଷର ବଣ୍ଡଲ

ବେଙ୍ଗାଲୁର୍‌,୨୧।୪: ଲୋକ ସଭା ନିର୍ବାଚନ ପାଇଁ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି। କର୍ନାଟକ ଶିମୋଗା ଜିଲାରେ ଏକ ଟାୟାର ଭିତରୁ ୨ କୋଟି...

ଜଳ ସଙ୍କଟ ଉତ୍କଟ: ଦେଶର ୯୧ ଜଳାଶୟରେ ରହିଛି ୨୦ ପ୍ରତିଶତ ଜଳ

ନୂଆଦିଲ୍ଲୀ,୩।୬: ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଦେଶର ୯୧ ଟି ଜଳାଶୟରେ ମାତ୍ର ୨୦ ପ୍ରତିଶତ ଜଳ ରହିଥିବା କେନ୍ଦ୍ରୀୟ ଜଳ ଆୟୋଗ...

ବର୍ଷରେ ଥରେ ଖୋଲେ ଏହି ମନ୍ଦିର, ଜାଣନ୍ତୁ କାହିଁକି

ଦେଶରେ ଅନେକ ନାଗ ମନ୍ଦିର ରହିଛି, ଯେଉଁଠାରେ ତାଙ୍କର ପୂଜା କରାଯାଏ। କିନ୍ତୁ ଉଜ୍ଜୟିନୀରେ ଥିବା ଏକ ମନ୍ଦିର ସବୁଠାରୁ ଭିନ୍ନ। କାରଣ ଏହି ମନ୍ଦିରର...

Leave a comment

Your email address will not be published. Required fields are marked *