ରୁଷିଆ ଶକ୍ତିମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା: ତୈଳ, ବାଷ୍ପ କ୍ଷେତ୍ରରେ ନିବେଶ ଲାଗି କମ୍ପାନୀଙ୍କୁ ଆହ୍ବାନ

ଭୁବନେଶ୍ୱର,୪ା୭: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରୁଷିଆ ଶକ୍ତିମନ୍ତ୍ରୀ ଆଲେକଜାଣ୍ଡାର ନୋଭାକଙ୍କ ସହ ଟେଲିଫୋନ ଯୋଗେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଶକ୍ତି କ୍ଷେତ୍ରରେ ଭାରତ-ରୁଷିଆ ସମ୍ପର୍କ ଦୃଢୀକରଣ, ଷ୍ଟ୍ରାଟେଜିକ୍‌ ସହଭାଗିତା ଏବଂ ହାଇଡ୍ରୋକାର୍ବନ କ୍ଷେତ୍ରକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପ୍ରମୁଖ ସ୍ତମ୍ଭ ଭାବେ ରୂପାନ୍ତରିତ କରିବାକୁ ଧର୍ମେନ୍ଦ୍ର ନୋଭାକଙ୍କ ସହ ଆଲୋଚନା କରିଥିଲେ। ଗତ କିଛିଦିନ ଧରି ଅନ୍ତର୍ଜାତୀୟ ବଜାରରେ ବଢୁଥିବା ତୈଳ ଦର ମଧ୍ୟ ଏହି ଆଲୋଚନାର ଅଂଶ ବିଶେଷ ହୋଇଥିଲା। ବର୍ଦ୍ଧିତ ତୈଳ ଦରକୁ ନେଇ ପ୍ରଧାନ ଉଦ୍‌ବେଗ ପ୍ରକାଶ କରିଥିଲେ। ତୈଳ ବ୍ୟବହାରକାରୀ ଦେଶଗୁଡିକର ସ୍ବାର୍ଥକୁ ରୁଷିଆ ଧ୍ୟାନ ଦେଉ ବୋଲି ପ୍ରଧାନ ଅନୁରୋଧ କରିଛନ୍ତି। ଉକ୍ତ କ୍ଷେତ୍ରରେ ରୁଷିଆ ଓପେକ୍‌ ଦେଶଗୁଡିକ ସହ ଭାରସାମ୍ୟ ରକ୍ଷାକରୁ ରଖୁ ବୋଲି ପ୍ରଧାନ କହିଛନ୍ତି। ତୈଳ ଏବଂ ବାଷ୍ପ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି, ରୁଷିଆରେ ଭାରତୀୟ ନିବେଶ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଭାରତରେ ଗ୍ୟାସ ଭିତ୍ତିଭୂମି ନିର୍ମାଣ, ସିଟି ଗ୍ୟାସ୍‌ ପ୍ରକଳ୍ପ ସମ୍ପ୍ରସାରଣରେ ଯୋଗଦାନ ଏବଂ ତୈଳ ଓ ବାଷ୍ପ କ୍ଷେତ୍ର ନିବେଶ ଲାଗି ପ୍ରଧାନ ରୁଷିଆ କମ୍ପାନୀଗୁଡିକୁ ସେ ନିମନ୍ତ୍ରଣ କରିଛନ୍ତି।


All Right Reserved By Dharitri.Com

ପି-ନୋଟ୍‌ସ ଜରିଆରେ ୮୨,୬୧୯ କୋଟି ନିବେଶ

ମୁମ୍ବାଇ,୨୪।୬: ଭାରତୀୟ ପୁଞ୍ଜି ବଜାରରେ ପାର୍ଟିସିପେଟରୀ ନୋଟ୍ସ(ପି-ନୋଟ୍ସ) ଜରିଆରେ ମେ’ ଶେଷ ସୁଦ୍ଧା ନିବେଶ ପ୍ରାୟ ୧୪୦୦ କୋଟି ଟଙ୍କା ବୃଦ୍ଧି ପାଇ ୮୨,୬୧୯ କୋଟି...

ଆସାମରେ ୧୩ ହଜାର କୋଟି ନିବେଶ କରିବ ଓଏନ୍‌ଜିସି

ନୂଆଦିଲ୍ଲୀ,୧୨-୯: ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ଆସାମରେ ୧୩ ହଜାର କୋଟି ଟଙ୍କା ନିବେଶ କରିବ। ଏହି ଅର୍ଥରେ କମ୍ପାନୀ ଆସନ୍ତା ୫ ବର୍ଷରେ...

ଏଫ୍‌ପିଆଇଙ୍କ ଉପରେ ଟିକସର ସ୍ପଷ୍ଟୀକରଣ ଅନାବଶ୍ୟକ: ସୀତାରାମନ୍‌

ନୂଆଦିଲ୍ଲୀ,୯-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର କହିଛନ୍ତି ଯେ, ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ)ଙ୍କ ଉପରେ ଲାଗୁ ହୋଇଥିବା ଅତିରିକ୍ତ ଟିକସ ବୋଝ ସଂକ୍ରାନ୍ତରେ ଆଉ...

ଅଟୋ ସେକ୍ଟରରେ ମାନ୍ଦାବସ୍ଥା;କେନ୍ଦ୍ର ଠାରୁ ପ୍ୟାକେଜ ମାଗିଲା ଉଦ୍ୟୋଗ

ନୂଆଦିଲ୍ଲୀ,୮-୮: ଦେଶର ଅଟୋ ସେକ୍ଟର ଏବେ ବଡ଼ ଦୁର୍ଦ୍ଦିନ ଦେଇ ଗତି କରୁଛି। ଅର୍ଥନୀତି ଧିମା ହେବା କାରଣରୁ ଅଟୋ ସେକ୍ଟର ଏବେ ମାନ୍ଦାବସ୍ଥାର ସମ୍ମୁଖୀନ...

୨ରୁ ୩ ଦିନରେ ଆସିପାରେ ଆର୍ଥତ୍କ ପ୍ୟାକେଜ: ଗଡକରୀ

ନୂଆଦିଲ୍ଲୀ,୧୨।୫: ଦେଶର ଆର୍ଥତ୍କ ସ୍ଥିତି ବର୍ତ୍ତମାନ ଖରାପ ରହିଛି। ଋଣ ଇଏମ୍‌ଆଇ ଉପରେ ୩ମାସର ମୋରାଟୋରିୟମ ଘୋଷଣା କରାଯିବା ପରେ ମଧ୍ୟ ସ୍ଥିତି ସୁଧୁରିନି। ଆଗାମୀ...

ଜିଏସ୍‌ଟି ବୃଦ୍ଧିକୁ ରାଜ୍ୟଗୁଡିକର ବିରୋଧ

ନୂଆଦିଲ୍ଲୀ,୧୯-୧୨: ବୁଧବାର ଜିଏସ୍‌ଟି ପରିଷଦର ୩୮ତମ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ସ୍ଲାବରେ...

୪ ଦିନ ଭିତରେ ସଂଶୋଧିତ ଏନ୍‌ପିଏ ସର୍କୁଲାର

ମୁମ୍ବାଇ,୭-୬: ବ୍ୟାଙ୍କଗୁଡ଼ିକର ଫସିଯାଇଥିବା ଋଣକୁ ଚିହ୍ନଟ କରିବା ତଥା ଏହାର ସମାଧାନ ଲାଗି ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆସନ୍ତା ୩ରୁ୪ ଦିନ ଭିତରେ ଏକ ସଂଶୋଧିତ ସର୍କୁଲାର...

ଖୁଚୁରା ମୁଦ୍ରାସ୍ଫୀତି ୩.୯୯%କୁ ବଢିଲା

ନୂଆଦିଲ୍ଲୀ,୧୫-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୩.୯୯%କୁ ବୃଦ୍ଧି ଘଟିଛି। ଘରୋଇ ବଜାରରେ ଖାଦ୍ୟ ସାମଗ୍ରୀ ଦରଦାମ ବଢିବାରୁ ଏଭଳି ସ୍ଥିତି ଉପୁଜିଥିବା ସରକାରଙ୍କ...

Leave a comment

Your email address will not be published. Required fields are marked *