Posted inଜାତୀୟ

ରାହୁଲ ଗାନ୍ଧୀଙ୍କୁ ସମନ୍‌

ପାଟ୍‌ନା,୨୮ା୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପାଟ୍‌ନା ହାଇକୋର୍ଟ ସମନ୍‌ ଜାରି କରି ମେ ୨୦ରେ ହାଜର ହେବାକୁ କହିଛନ୍ତି। ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ସୁଶୀଲ ମୋଦି ଶୁକ୍ରବାର ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ। ରାହୁଲ ‘ସବୁ ମୋଦି ନାମଧାରୀ ଚୋର’ ବୋଲି କହି ସୁଶୀଲଙ୍କୁ ଆକ୍ଷେପ କରିବା ପରେ ମାମଲା କୋର୍ଟକୁ ଯାଇଥିଲା। ମୋଦି ସାଙ୍ଗିଆ ଥିବା ବ୍ୟକ୍ତିଙ୍କ ଲାଗି ଏହା ଉପହାସ ସଦୃଶ ବୋଲି ସୁଶୀଲ ଦର୍ଶାଇ ରାହୁଲଙ୍କୁ କାଠଗଡ଼ାକୁ ଟାଣିଛନ୍ତି। ଏପ୍ରିଲ ୧୮ରେ ସୁଶୀଲ ମାନହାନୀ ମକଦ୍ଦମା କରିଥିଲେ। ବିହାରର ସମସ୍ତିପୁର ଜିଲାରେ ଏକ ନିର୍ବାଚନ ରାଲିରେ ରାହୁଲ ’ଚୌକିଦାର ଚୋର୍‌ ହୈ’ ବୋଲି ଲୋକଙ୍କୁ ଏକ ସ୍ବରରେ ଉଚ୍ଚାରଣ କରିବାକୁ କହିବା ପରେ ବିବାଦ ଦେଖାଦେଇଛି। ସ୍ଥାନୀୟ ଏକ ଲୋକାଲ କୋର୍ଟରେ ରାହୁଲଙ୍କ ବିରୋଧରେ ଏନେଇ ଶନିବାର ଅଭିଯୋଗ ଦାୟର କରାଯାଇଛି। ରାହୁଲଙ୍କ ସହ ଷ୍ଟେଜ୍‌ରେ ଥିବା ଆର୍‌ଜେଡି ନେତା ତେଜସ୍ବୀ ପ୍ରସାଦ ଯାଦବଙ୍କୁ ମଧ୍ୟ ଅଭିଯୁକ୍ତଭାବେ ଦର୍ଶାଇଛନ୍ତି।


All Right Reserved By Dharitri.Com

ସକାଳୁ ଖାଲି ପେଟରେ ପିଅନ୍ତୁ ପଇଡ଼ ପାଣି..ମିଳିବ ଅନେକ ଫାଇଦା

ଶରୀର ପାଇଁ ବେଶ୍‌ ଲାଭଦାୟକ ପଇଡ଼ ପାଣି। ସକାଳେ ଖାଲି ପେଟରେ ପଇଡ ପାଣି ପିଇଲେ ଅଧିକ ଫଳପ୍ରଦ ହୋଇଥାଏ। ପଇଡ଼ ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ-ସି,...

ଭୋପାଳ ଲୋକ ସଭା ଆସନ: ମତଦାନ କରିବେ ରାଫାଲ-ମିଗ୍‌-ମିରାଜ୍‌

ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ଷଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଚଳିତ ଥର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ରାଫାଲ, ମିଗ୍‌ ଏବଂ...

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ସନ୍ଧ୍ୟା...

ଅନୁରାଧା ପୋଡ଼ଓ୍ବାଲଙ୍କୁ ନିଜର ମା କହିଲେ ୪୫ ବର୍ଷ ବୟସ୍କା ମହିଳା: ଦାବି କଲେ ୫୦ କୋଟି କ୍ଷତି ପୂରଣ

ଥିରୁଭାନନ୍ତପୁରମ୍‌,୨।୧: ଖ୍ୟାତି ସମ୍ପନ୍ନ ଗାୟିକା ଅନୁରାଧା ପୋଡ଼ଓ୍ବାଲଙ୍କୁ ନେଇ ଏବେ ଜୋର୍‌ ସୋର୍‌ ଚର୍ଚ୍ଚା ଆରମ୍ଭ ହୋଇଛି। କେରଳର ଥିରୁଭାନନ୍ତପୁରମ୍‌ଠାରେ ବାସ କରୁଥିବା ଜଣେ ୪୫...

ଗୋଟିଏ ଦିନରେ ହଜାରେ ଲୋକଙ୍କୁ ଖାଦ୍ୟ ଖୁଆଇ ରେକର୍ଡ କଲେ ଯୁବକ

ହାଇଦ୍ରାବାଦ,୨୭।୫: ‘ସର୍ଭ ନିଡି’ ନାମକ ଏନ୍‌ଜିଓ ବା ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠାତା ଗୌତମ କୁମାର ଗୋଟିଏ ଦିନରେ ପ୍ରାୟ ହଜାରେ ଗରିବ ଲୋକଙ୍କୁ ନିଜ ହାତରେ...

ତେଲଙ୍ଗାନା ଏନ୍‌କାଉଣ୍ଟର: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩।୧୨(ପି.ଟି.):ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ କେଉଁ ପରିସ୍ଥିତିରେ ଏନ୍‌କାଉଣ୍ଟର କରିବାକୁ ପୋଲିସ ବାଧ୍ୟ ହେଲା, ତାହାର ବିଚାର...

ଆସାମରେ ଶିକ୍ଷକମାନେ ନିଜ ନାଁ ପୂର୍ବରୁ ‘ଡ୍ରାଇଭର୍‌’ ଯୋଡିଲେ: ଜାଣନ୍ତୁ କାହିଁକି

ଗୁଆହାଟି, ୧୮।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚୌକିଦାର୍‌ ଚୋର୍‌ ହୈ’ କହି ଥଟା କରିଥିଲେ। ମୋଦି ଅତ୍ୟନ୍ତ ଚତୁରତାର ସହ ସେହି ଚୌକିଦାର ଶବ୍ଦ ବ୍ୟବହାର କରି...

କଂଗ୍ରେସକୁ ଜେଡିଏସ୍‌ର ଝଟ୍‌କା: ଉପନିର୍ବାଚନରେ କୌଣସି ଦଳ ସହ ହେବ ନାହିଁ ମେଣ୍ଟ

ବେଙ୍ଗାଲୁରୁ,୨।୧୧: କର୍ନାଟକରେ ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି। ଏହାରି ଭିତରେ ଉପନିର୍ଚାଚନ ସମୟରେ କୌଣସି ଦଳ ସହ ଜନତା ଦଳ(ସେକ୍ୟୁଲାର)...

Leave a comment

Your email address will not be published. Required fields are marked *