ଶିଳ୍ପପତି ବି.କେ.ବିର୍ଲାଙ୍କ ପରଲୋକ

ନୂଆଦିଲ୍ଲୀ,୪-୭: ଶିଳ୍ପପତି କୁମାର ମଙ୍ଗଳମ ବିର୍ଲାଙ୍କ ଜେଜେବାପା ତଥା ବି.କେ.ବିର୍ଲା ଗ୍ରୁପ୍‌ ଅଫ୍‌ କମ୍ପାନୀର ଅଧ୍ୟକ୍ଷ ବି.କେ.ବିର୍ଲାଙ୍କର ୯୮ ବର୍ଷରେ ବୁଧବାର ମୁମ୍ବାଇରେ ପରଲୋକ ହୋଇଯାଇଛି। ୧୯୨୧ ଜାନୁୟାରୀ ୧୨ରେ ଜନ୍ମିତ ବସନ୍ତ କୁମାର ବିର୍ଲା ଶିଳ୍ପ ଜଗତରେ ବି.କେ. ନାମରେ ପରିଚିତ ଥିଲେ। ମହାନ ଉଦ୍ୟୋଗପତି ଘନଶ୍ୟାମ ବିର୍ଲାଙ୍କର ସେ ସର୍ବକନିଷ୍ଠ ପୁତ୍ର ଥିଲେ। ମାତ୍ର ୧୫ ବର୍ଷ ବୟସରେ ସେ ବ୍ୟବସାୟ ସହ ଜଡ଼ିତ ହୋଇଥିଲେ। ତାଙ୍କର ତିନୋଟି ସନ୍ତାନଙ୍କ ମଧ୍ୟରୁ ଏକମାତ୍ର ପୁତ୍ର ଆଦିତ୍ୟ ବିକ୍ରମ ବିର୍ଲାଙ୍କର ୧୯୯୫ରେ ପରଲୋକ ହୋଇଯାଇଛି। କେସୋରାମ ଇଣ୍ଡଷ୍ଟ୍ରିଜର ୮୮ତମ ବାର୍ଷିକ ସାଧାରଣ ବୈଠକରେ ଯୋଗ ଦେଇ ସେ କହିଥିଲେ ଯେ, ୯୦ ବର୍ଷ ବୟସରେ ଅବସର ନେବେ। ସେ ତାଙ୍କ ଅବସର ସମୟ ଆର୍ଟ ଓ କଲ୍ଚର ପାଇଁ ବିନିଯୋଗ କରିବେ ବୋଲି ଜାହିର କରିଥିଲେ। ନିଜର ବିଶାଳ କାରବାର ଲାଗି ଉତ୍ତରାଧିକାରୀ ଚୟନ କରିଥିଲେ। କୁମାର ମଙ୍ଗଳମ ବିର୍ଲାଙ୍କୁ ଏହାର ଦାୟିତ୍ୱ ନେବାକୁ ସେ ଚାହୁଁଥିଲେ। ନିଜର ଅଦମ୍ୟ ପ୍ରୟାସ ବଳରେ ସେଞ୍ଚୁରୀ ଟେକ୍ସଟାଇଲକୁ ଦେଶର ଅଗ୍ରଣୀ କମ୍ପାନୀ ଭାବେ ପ୍ରତିଷ୍ଠିତ କରିପାରିଥିଲେ। ୧୯୪୦ରେ ସେ କେସୋରାମ ଇଣ୍ଡଷ୍ଟ୍ରିଜ୍‌ରେ ଡାଇରେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ବି.କେ. ବିର୍ଲା ବିଶେଷ କରି କପା, ଭିସ୍‌କୋସ୍‌, ପଲିଷ୍ଟର, ନାଏଲନ ସୂତା, କାଗଜ, ସିପିଂ, ପାରଦର୍ଶୀ କାଗଜ, ସିମେଣ୍ଟ, ଚା’, କଫି, ଅଳେଇଚ, ରସାୟନ, ପ୍ଲାଇଉଡ୍‌ ଭଳି କ୍ଷେତ୍ରରେ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିଥିଲେ। ବ୍ୟବସାୟ ଜଗତରେ ତାଙ୍କର ୭୦ ବର୍ଷର ଅଭିଜ୍ଞତା ଥିଲା। ବି.କେ. ବିର୍ଲା ଦେଶ ବିଦେଶରେ ପ୍ରତିଷ୍ଠିତ ପ୍ରାୟ ୨୫ ଶିକ୍ଷା ପ୍ରତିଷ୍ଠାନ ଓ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠା କରି ଏହାର ପରିଚାଳନା ଦାୟିତ୍ୱରେ ରହିଥିଲେ।


All Right Reserved By Dharitri.Com

ଆଇବିସି ପ୍ରକ୍ରିୟା ପୂର୍ବରୁ ୯ ହଜାରରୁ ଉର୍ଦ୍ଧ୍ୱ ମାମଲା ଫଇସଲା

ନୂଆଦିଲ୍ଲୀ,୧୬-୧୨: ଇନସଲଭେନ୍ସି ଆଇନରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରି ଆଡମିଶନ ଷ୍ଟେଜରେ ୯ ହଜାରରୁ ଉର୍ଦ୍ଧ୍ୱ ମାମଲା ଫଇସଲା କରାଯାଇଛି। ଏହି ମାମଲାଗୁଡିକ...

ଶିଳ୍ପ ଜଗତର ଆଶା;୨୦୨୦ରେ ଅର୍ଥ ବ୍ୟବସ୍ଥାରେ ଆସିପାରେ ସୁଧାର

ନୂଆଦିଲ୍ଲୀ,୩୦-୧୨: ୨୦୨୦ରେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିପାରେ। ସରକାର ଏବଂ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିଥିବା ପଦକ୍ଷେପ ସହ ବିଶ୍ୱ ସ୍ତରର ବାଣିଜ୍ୟ ସମସ୍ୟା...

ଭାରତର ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କଲା ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨-୬: ଭାରତକୁ ମିଳୁଥିବା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେସ(ଜିଏସ୍‌ପି) ମାନ୍ୟତାକୁ ଆମେରିକା ପ୍ରତ୍ୟାହାର କରିନେଇଛି। ଏହା ଆସନ୍ତା ୫ରୁ ଲାଗୁ ହୋଇଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ଦୁର୍ନୀତି ବିରୋଧରେ ଲଢ଼େଇ;ବିଦା ହେଲେ ଆହୁରି ୨୨ ଆୟକର ଅଧିକାରୀ

ନୂଆଦିଲ୍ଲୀ,୨୭-୮: ଦୁର୍ନୀତି ବିରୋଧରେ ନରେନ୍ଦ୍ର ମୋଦି ସରକାର ୨.୦ ଦୃଢ଼ ମନୋଭାବ ଆପଣାଇଛନ୍ତି। ସରକାରୀ ବିଭାଗରେ ବ୍ୟାପିଥିବା ଦୁର୍ନୀତିକୁ ଦୂର କରିବା ଲାଗି ଏବେ ଅଭିଯାନ...

ଜିଭା ଆୟୁର୍ବେଦା ପକ୍ଷରୁ ଦେୟମୁକ୍ତ ପରାମର୍ଶ ପ୍ରଦାନ

ଭୁବନେଶ୍ୱର,୧୨।୭(ବ୍ୟୁରୋ) : ଜିଭା ଆୟୁର୍ବେଦା ପକ୍ଷରୁ ଜିଭା ସ୍ବାସ୍ଥ୍ୟ ସପ୍ତାହର ସପ୍ତମ ସଂସ୍କରଣ ଅବସରରେ ସାରା ଦେଶରେ ଦେୟମୁକ୍ତ ପରାମର୍ଶ ପ୍ରଦାନ କରାଯାଉଛି। ସାରା ଦେଶରେ...

୩୭,୯୪୬ କୋଟିର ଜିଏସ୍‌ଟି ଫାଙ୍କି ଧରାପଡିଛି

ନୂଆଦିଲ୍ଲୀ,୧୭-୭: ଟିକସ ଅଧିକାରୀମାନେ ଆର୍ଥିକ ବର୍ଷ ୨୦୧୮-୧୯ରେ ୩୭,୯୪୬ କୋଟି ଏବଂ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ରେ ୬୫୨୦ କୋଟି ଟଙ୍କାର ଜିଏସଟି ଫାଙ୍କି ଧରିପାରିଛନ୍ତି।...

ଅର୍ଥନୀତିରେ ମାନ୍ଦାବସ୍ଥା

ଭାରତୀୟ ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ଆଲୋଚନା ହେଉଛି। ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏ ନେଇ ନିକଟରେ ମତ ରଖିଛନ୍ତି। ଅଗଷ୍ଟ...

ପାସେଞ୍ଜର ଯାନ ବିକ୍ରି ୧୮% କମିଲା

ନୂଆଦିଲ୍ଲୀ,୧୧-୭: ଚଳିତ ବର୍ଷ ଜୁନମାସରେ ପାସେଞ୍ଜର ଯାନ ବିକ୍ରି ୧୭.୫୪% ହ୍ରାସ ଘଟି ୨.୨୫ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ...

Leave a comment

Your email address will not be published. Required fields are marked *