Posted inଖେଳ

ବିସିସିଆଇ ଘରୋଇ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ, ୪।୭(ପି.ଟି.)- ଆଗାମୀ ଘରୋଇ ସେସନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ତା’ର ଘରୋଇ କାର୍ଯସୂଚୀ ଘୋଷଣା କରିଛି। ଏହି କାର୍ଯ୍ୟସୂଚୀରେ ସାମନ୍ୟ ପରିବର୍ତ୍ତନ କରାଯାଇ ସୁଧାର ଅଣାଯାଇଛି। ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଳି ନିଲାମ ପୂର୍ବରୁ ଜାତୀୟ ଟି୨୦ ଟୁର୍ନାମେଣ୍ଟ ତଥା ସୟଦ ମୁସ୍ତାକ ଅଲି ଟ୍ରଫି ଆୟୋଜନ ହେବ। ୨୦୧୯- ୨୦ ଘରୋଇ କାର୍ଯ୍ୟସୂଚୀରେ ଏହି ଉଲ୍ଲେଖନୀୟ ପରିବର୍ତ୍ତନ କରାଯାଇଛି। ଏଥର ଘରୋଇ ସିଜନରେ ମୋଟ ୨୦୩୬ଟି ମ୍ୟାଚ୍‌ ଖେଳାଯିବ। ମୁସ୍ତାକ ଅଲି ଟୁର୍ନାମେଣ୍ଟ ନଭେମ୍ବର ୮ରୁ ଆରମ୍ଭ ହୋଇ ଡିସେମ୍ବର ୧ ତାରିଖରେ ଶେଷ ହେବ। ଗତଥର ଏହି ଟୁର୍ନାମେଣ୍ଟ ଫେବୃୟାରୀ- ମାର୍ଚ୍ଚରେ ଖେଳାଯାଇଥିଲା। ଆଇପିଏଲ୍‌ ଖେଳାଳି ନିଲାମ ସାଧାରଣତଃ ଡିସେମ୍ବର- ଜାନୁୟାରୀରେ ଆୟୋଜନ ହୋଇଥାଏ।
ଦେଶର ସର୍ବବୃହତ୍‌ ଘରୋଇ ଟୁର୍ନାମେଣ୍ଟ ରଣଜୀଟ୍ରଫି ଡିସେମ୍ବର ୯ରୁ ଆରମ୍ଭ ହୋଇ ମାର୍ଚ୍ଚରେ ଶେଷ ହେବ। ରଣଜୀଟ୍ରଫି ଫାଇନାଲ ମାର୍ଚ୍ଚ ୧୩ ତାରିଖରେ ଖେଳାଯିବ। ଗତ ସେସନ ଭଳି ଏଥରର ଫର୍ମାଟ ସମାନ ରହିଛି। ପ୍ଲେଟ ଗ୍ରୁପ୍‌ରୁ କ୍ୱାର୍ଟର ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିବା ଦଳଗୁଡିକ ଏଲିଟ ଗ୍ରୁପ୍‌ ସି’କୁ ଉତୀର୍ଣ୍ଣ ହେବେ। ସେହିପରି ଏଲିଟ୍‌ ଗ୍ରୁପ୍‌ ସି’ରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ଶ୍ରେଷ୍ଠ ଦୁଇଟି ଦଳ ଏଲିଟ୍‌ ଗ୍ରୁପ୍‌ ଏ’ ଓ ଏଲିଟ୍‌ ଗ୍ରୁପ୍‌ ବି’କୁ ଆଗାମୀ ସେସନରେ ଉତୀର୍ଣ୍ଣ ହେବେ।
ପୂର୍ବପରି ଦୁଲୀପ୍‌ ଟ୍ରଫିରୁ ହିଁ ସେସନ ଆରମ୍ଭ ହେବ। ଏହାପରେ ବିଜୟ ହଜାରେ ୫୦ ଓଭର ଟ୍ରଫି, ଦେଓଧର ଟ୍ରଫି, ରଜଣୀ ଟ୍ରଫି ଓ ଇରାନୀ ଟ୍ରଫି ଖେଳାଯିବ।
ସେହିପରି ସିନିୟର ମହିଳା ଘରୋଇ ସେସନ ଟି୨୦ ଲିଗ୍‌ ସହିତ ଅକ୍ଟୋବରରୁ ଆରମ୍ଭ ହେବ। ଅଷ୍ଟ୍ରେଲିଆରେ ଫେବୃୟାରୀ ୨୧ରୁ ମାର୍ଚ୍ଚ ୮ ତାରିଖ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ। ଏହି ବିଶ୍ୱକପ୍‌ ଲାଗି ଭାରତୀୟ ମହିଳା ଦଳର ମୁଖ୍ୟ କାର୍ଯ୍ୟ ହେଲା ଖେଳାଳିଙ୍କ ସଂକ୍ଷିପ୍ତ ତାଲକା ପ୍ରକାଶ କରିବା। ଗତ ସଂସ୍କରଣରେ ବିସିସିଆଇ ୯ଟି ନୂଆ ଦଳ ସାମିଲ କରିବା ଫଳରେ ମୋଟ ମ୍ୟାଚ୍‌ ସଂଖ୍ୟା ୨୦୧୭ରେ ପହଞ୍ଚିଥିଲା। ଚଳିତବର୍ଷ ୧୯ଟି ମ୍ୟାଚ୍‌ ଅଧିକ ଖେଳାଯିବ ବୋଲି ପ୍ରକାଶିତ କାର୍ଯ୍ୟସୂଚୀରୁ ସ୍ପଷ୍ଟ ହୋଇଛି।


All Right Reserved By Dharitri.Com

Posted inଖେଳ View All

‘ବନ୍ଦେ ମାତରମ୍‌’ରେ କମ୍ପିଲା ଗୁଆହାଟୀ ଷ୍ଟାଡିୟମ୍‌

ଗୁଆହାଟୀ,୬।୯: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ଟସ୍‌ ପରେ ଗୋଟିଏ ବି...

ଟି୧୦ ଲିଗ୍‌: ଖେଳାଳିଙ୍କୁ ଏନ୍‌ଓସି ଦେବ ନାହିଁ ପିସିବି

କରାଚୀ,୨୪।୧୦- ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଆବୁଧାବି ଟି୧୦ ଲିଗ୍‌ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦେଶର ଖେଳାଳିଙ୍କୁ ଏନ୍‌ଓସି ନ...

ଭାରତୀୟ କ୍ରିକେଟ ଖେଳାଳିଙ୍କ ଗୁରୁ, ଯାହାଙ୍କ ବିନା ସଫଳତା ପାଇବା ଥିଲା ଅସମ୍ଭବ

ଆଜି ସେପ୍ଟେମ୍ବର ୫ ତାରିଖ, ଗୁରୁ ଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ...

୨୦୨୦ ୟୁରୋପିଆନ୍‌ ଚାମ୍ପିୟନଶିପ୍‌: ଯୋଗ୍ୟତା ହାସଲ କଲେ ନେଦରଲାଣ୍ଡ୍ସ, ଜର୍ମାନୀ, କ୍ରୋଏସିଆ

ପ୍ୟାରିସ୍‌,୧୭।୧୧(ଏଏଫ୍‌ପି): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ୟୁରୋପ ମହାଦେଶର ସର୍ବବୃହତ୍‌ ଫୁଟବଲ ଟୁର୍ନାମେଣ୍ଟ ୨୦୨୦ ୟୁରୋପିଆନ ଚାମ୍ପିୟନଶିପ ଖେଳିବାକୁ ଆଉ ୩ଟି ଶକ୍ତିଶାଳୀ ଦେଶ ଯୋଗ୍ୟତା...

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ

ଖ୍ରିଷ୍ଟଚର୍ଚ୍ଚ, ୧୯ା୬ (ପି.ଟି.)-ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ ସେହିବର୍ଷ ଜାନୁୟାରୀ ୩୦ରୁ ହେବ। ସେମିଫାଇନାଲ ଏବଂ ଫାଇନାଲ ସମେତ ଏଥିରେ ମୋଟ ୩୧...

ଧୋନୀଙ୍କ ସପକ୍ଷରେ କୋହଲି

ବର୍ମିଂହାମ,୧ା୭- ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ୩୧ ରନ୍‌ରେ ପରାଜିତ ହୋଇଛି। ଅନ୍ତିମ ଓଭରଗୁଡ଼ିକରେ ମହେନ୍ଦ୍ର ସିଂ ଧୋନୀଙ୍କ ଧିମା ବ୍ୟାଟିଂ...

ଧୋନୀ କିଣିଲେ ନୂଆ ଜିପ୍‌: ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ଦିନ ଦୂରେଇ ଯାଇଛନ୍ତି। ଏବେ ସେ ନିଜ ପରିବାରକୁ ସମୟ...

ଚା’ ପାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨୬/୪

ରାଞ୍ଚି,୨୧।୧୦- ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ୩ୟ ଦିନ ଚା’ ପାନ ବିରତି ସୁଦ୍ଧା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ମାତ୍ର...

Leave a comment

Your email address will not be published. Required fields are marked *