ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା ଅଭିଯୋଗ: ରାଶନ କାର୍ଡ ତାଲିକାରୁ ବଞ୍ଚିତ ବୃଦ୍ଧ

ନୂଆଗାଁ,୪ା୭(ଡି.ଏନ୍‌.ଏ.): ଦେଶର ପ୍ରତି ଗରିବଙ୍କୁ ଆହାର ଦେବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଚାଉଳ, ଗହମ ଆଦି ଯୋଗାଇ ଦେବାର ନିୟମ ରହିଛି। ତେବେ ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏହି ଯୋଜନାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଜଣେ ଗରିବ ବୃଦ୍ଧଙ୍କ ନାମକୁ ରାଶନ କାର୍ଡ ହିତାଧିକାରୀ ତାଲିକାରୁ ବାଦ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ସେ ହେଉଛନ୍ତି କାପ୍ତାପଲ୍ଲୀ ପଞ୍ଚାୟତ ବାମୁରୀ ଗ୍ରାମର ଦଣ୍ଡପାଣି ଜାନୀ(୭୫)। ଏହି ବୃଦ୍ଧଙ୍କ ୨ ପୁଅଙ୍କ ନାମରେ ଥିବା ଦୁଇଟି ରାଶନ କାର୍ଡରେ ୭ ଜଣଙ୍କୁ ସାମିଲ କରାଯାଇଥିବା ବେଳେ ତାଙ୍କ ନାମକୁ ସାମିଲ କରାଯାଇନାହିଁ। ଏ ସମସ୍ୟା ନେଇ ଦଣ୍ଡପାଣି ସ୍ଥାନୀୟ ସରପଞ୍ଚ, ପିଇଓଙ୍କୁ ବାରମ୍ବାର ଅଭିଯୋଗ ଓ ଅନୁରୋଧ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ସେ କହିଛନ୍ତି। କେବଳ ଦଣ୍ଡପାଣିଙ୍କ କ୍ଷେତ୍ରରେ ନୁହେଁ ବ୍ଲକରେ ଏଭଳି ଅନେକ ହିତାଧିକାରୀଙ୍କ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସରକାର ଦଳିତ ଓ ଆଦିବାସୀଙ୍କ ବିକାଶ ନିମନ୍ତେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଥିବାବେଳେ ଏହି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଅନେକେ ଉକ୍ତ ଯୋଜନାରୁ କିଭଳି ବାଦ ପଡ଼ିଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ନିମନ୍ତେ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା କେତେଜଣ ସରକାରୀ କର୍ମଚାରୀ ଓ ରାଜନେତାଙ୍କ ଖାମଖିଆଲ ମନୋଭାବ ଯୋଗୁ ସଫଳ ରୂପାୟନ ହୋଇପାରୁନି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ବ୍ଲକରେ ରାଶନ କାର୍ଡ ଓ ଅନ୍ତ୍ୟୋଦୟ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଡିଓ ଓ ବିଭାଗୀୟ ଅଧିକାରୀ ଏହାକୁ ଅସ୍ବୀକାର କରୁଥିବା ଲୋକେ କହୁଛନ୍ତି। ଏଭଳି ଅନିୟମିତତା ଘଟଣା କେବଳ କାପ୍ତାପଲ୍ଲୀ ନୁହେଁ ସମସ୍ତ ପଞ୍ଚାୟତରେ ହେଉଥିବା କୁହାଯାଇଛି। ଏପରି କି ପ୍ରକୃତ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦେଇ ଧନୀ ଲୋକଙ୍କୁ ସାମିଲ କରାଯାଇଛି। ଯୋଗାଣ ବିଭାଗ ଅଧିକାରୀ, ବିଡିଓ ଓ ଡିଲରମାନଙ୍କ ସଲାସୁତରାରେ ଜାଲିଆତି ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଯେଉଁମାନେ ରାଶନ ସାମଗ୍ରୀ ସହଜରେ ନେଇ ପାରିବେ  ନାହିଁ। ସେଭଳି କିଛି ହିତାଧିକାରୀ ନାମ ତାଲିକାରେ ରହିଛି। ଫଳରେ ବଳକା ଜିନିଷ ଖୋଲା ବଜାରରେ ବିକ୍ରି କରି ଦୁର୍ନୀତିଖୋରମାନେ ଲାଭବାନ ହେଉଛନ୍ତି। ନୂଆଗାଁ ବିଡିଓ ଶିରିୟାଲ ଏସ୍‌ ପଟେଲଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ଯେ, ବୃଦ୍ଧଙ୍କୁ କାହିଁକି ରାଶନ କାର୍ଡ ତାଲିକାରେ ସାମିଲ କରାଯାଇ ନାହିଁ ତାହାର ଅନୁସନ୍ଧାନ କରି ତାଙ୍କୁ କିଭଳି ସାମିଲ କରାଯାଇ ପାରିବ ସେ ନେଇ ବ୍ୟବସ୍ଥା କରିବେ। କ୍ଷମତାସୀନ ଅଧିକାରୀ ଓ ନେତାଙ୍କ ପାତରଅନ୍ତର ନୀତି ଯୋଗୁ ଗରିବ ଓ ଦୁର୍ଦ୍ଦଶାଗ୍ରସ୍ତ ଲୋକେ ଖାଦ୍ୟାଭାବରୁ ଭୋକରେ ରହୁଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ବାସ୍ତବ ହିତାଧିକାରୀଙ୍କୁ ରାଶନ କାର୍ଡ ତାଲିକାରେ ସାମିଲ କରିବା ପାଇଁ ସାଧାରଣରେ ଦାବି ହେଉଛି ।

 


All Right Reserved By Dharitri.Com

ପୁରୀ ପୋଲିସର ଡବଲ ଏନ୍‌କାଉଣ୍ଟର:ମୋଷ୍ଟ ଓ୍ବାଣ୍ଟେଡ ଟିକି ଖାଁ, ବିଶ୍ୱରଞ୍ଜନ ସାହୁ ଆହତ

ପୁରୀ ଅଫିସ, ୧୧-୯:ପୁରୀର ବିକାଶ ପାଇଁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ପୁରୀକୁ ଅପରାଧ ମୁକ୍ତ କରିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି...

ଯାଜପୁର ସଂସଦୀୟ କ୍ଷେତ୍ର: ୯ ବୁଥ୍‌ରେ ହେଉଛି ସାନି ମତଦାନ, ଭୋଟକେନ୍ଦ୍ରରେ ମତଦାତାଙ୍କ ଭିଡ଼

ଯାଜପୁର ଅଫିସ,୧୯।୫-ଯାଜପୁର ସଂସଦୀୟ କ୍ଷେତ୍ରର ୯ ଟି ବୁଥ୍‌ରେ ରବିବାର ସାନି ମତଦାନ ଚାଲିଛି। ଏଥିରେ ମୋଟ ୯୯୩୧ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।...

ସ୍ମିତାରାଣୀ ପ୍ରସଙ୍ଗରେ ଯାହା ଯୁକ୍ତିଯୁକ୍ତ ତାହା କରାଯିବ: ମନ୍ତ୍ରୀ

ଭୁବନେଶ୍ୱର,୮।୨(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ)୍‌ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାର ଏକମାତ୍ର ମୂକସାକ୍ଷୀ ବିବାଦୀୟ ଅତିଥି ଭବନ ଭଙ୍ଗାଯିବା...

ଦାୟିତ୍ୱ ଗ୍ରହଣ କଲେ ଅଗ୍ନିଶମ, ହୋମ୍‌ଗାର୍ଡ ଆଇଜି ଅସିତ୍‌ ପାଣିଗ୍ରାହୀ

କଟକ ଅଫିସ, ୨୭।୮: ଅଗ୍ନିଶମ ଓ ହୋମ୍‌ଗାର୍ଡ ନୁତନ ଆଇଜି ଭାବେ ଅସିତ୍‌ ପାଣିଗ୍ରାହୀ ସୋମବାର ଅଗ୍ନିଶମ ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ...

ଗୋପାଳପୁର ବେଳାଭୂମି ମହୋତ୍ସବ ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଗୋପାଳପୁର,୨୪ା୧୨-ଚଳିତ ବର୍ଷ ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଅପରାହ୍ନରେ ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଅନ୍ଧାରରେ ୭୦ ବିପିଏଲ ପରିବାର

ବାରଙ୍ଗ,୨୭ା୭(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକର ଭୁବନପୁର ଗ୍ରାମବାସୀ ଦୀର୍ଘଦିନ ହେବ ଠିକଭାବେ ବିଦ୍ୟୁତ ସେବା ପାଉନାହାନ୍ତିି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମାଧାନ ହେଉ...

ଛାତରୁ ଠେଲି ବୃଦ୍ଧଙ୍କୁ ହତ୍ୟା: ଦମ୍ପତି ଅଟକ

ପୁରୀ ଅଫିସ,୫।୧: ପୁରୀ ଟାଉନ ଥାନା ଅଧୀନ ପଥୁରିଆ ସାହିରେ ରବିବାର ପୂର୍ବାହ୍ନରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ନାରାୟଣ ମହାରଣା(୭୫)। ଘର ଭଡ଼ାକୁ...

ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ : ୪ ଦଫାରେ କେନ୍ଦ୍ରିତ ହେଲା ଦାବି

ବଲାଙ୍ଗୀର ଅଫିସ,୨୫ା୨ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ସକାଶେ ସୋମବାର ଜିଲା ପ୍ରଶାସନ ସହ ପ୍ରକଳ୍ପ ପ୍ରଭାବିତ ବୁଡିଅଞ୍ଚଳବାସୀଙ୍କ ଏକ ଆଲୋଚନା ସ୍ଥାନୀୟ ଲୋୟର ସୁକ୍‌ତେଲ...

Leave a comment

Your email address will not be published. Required fields are marked *