ଏକ ଟଙ୍କାରେ ମିଳିବ ଗୋଟିଏ ଚାରା

ବ୍ରହ୍ମପୁର ଅଫିସ୍‌,୪ା୭-ବ୍ରହ୍ମପୁର ବନଖଣ୍ଡ ତରଫରୁ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଚାରା ବିକ୍ରୟ କେନ୍ଦ୍ର ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରି କହିଥିଲେ, ଗଞ୍ଜାମ ଜିଲା ଏକ ବାତ୍ୟାପ୍ରବଣ ଅଞ୍ଚଳ। ଜିଲାରେ ବ୍ୟାପକ ଚାରାରୋପଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଚାରା ବିକ୍ରୟ କେନ୍ଦ୍ରରେ ଚାରା ପିଛା ୧ଟଙ୍କା ମୂଲ୍ୟରେ ଲୋକଙ୍କୁ ଯୋଗାଇ ଦିଆଯିବ। ଛତ୍ରପୁର, ଖଲ୍ଲିକୋଟ, ଦିଗପହଣ୍ଡି, ଗୋଳନ୍ଥରାରେ ମଧ୍ୟ ଚାରା ବିକ୍ରୟ କେନ୍ଦ୍ର ଖୋଲାଯିବ। ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କିସମର ଚାରା ପ୍ରସ୍ତୁତ କରାଯାଇଛି। ଚଳିତ ବନ ମହୋତ୍ସବରେ ଲୋକେ ନିଜ ବାରିିରେ ଅତି କମରେ ଗୋଟିଏ ଚାରାରୋପଣ କରିବାକୁ ବନଖଣ୍ଡ ଅଧିକାରୀ ବେହେରା ଅନୁରୋଧ କରିଛନ୍ତି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ରେଞ୍ଜର ଏ.ରାଜାରାଓ ସୁବୁଦ୍ଧି,ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍‌.ଦିଲୀପ କୁମାର, ମାରୱାଡି ମହିଳା ସମିତିର ସଭାନେତ୍ରୀ ମମତା ଚୌଧୁରୀ, ସମ୍ପାଦିକା ରୁବି ଖେମାଣୀ, ଦିଗାମ୍ବର ପାତ୍ର, ରାଜିବ ପାତ୍ରଙ୍କ ସମେତ ବହୁ କର୍ମଚାରୀ ସହଯେ।ଗ କରିଥିଲେ।


All Right Reserved By Dharitri.Com

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର,୨୬।୮(ଡି.ଏନ.ଏ)-ଭଞ୍ଜନଗର ଶଙ୍ଖସାହିର ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ରବିବାର ମୃତ୍ୟୁ ଘଟିଛି। ସେ ହେଲେ କାର୍ତ୍ତିକ ସାହୁ (୩୮)। ସୋମବାର ସକାଳେ ଘର ପାଖ ଲୋହରାଖଣ୍ଡି...

ପୁତୁରା ଛୁରାମାଡ଼ରେ ଦାଦା ମୃତ

କବିସୂର୍ଯ୍ୟନଗର,୨୩ା୧୦- କବିସୂର୍ଯ୍ୟନଗର ଥାନା ସୁନାରୀଝୋଳା ପଞ୍ଚାୟତର ପଙ୍କଳବାଡ଼ି ଗ୍ରାମ ବେଲପୁର ସାହିରେ ସମ୍ପତ୍ତିକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇଛି। ଶେଷରେ ପୁତୁରା ଛୁରାମାଡ଼ରେ...

ଏମ୍‌କେସିଜିରେ ୫ ଅପମୃତ୍ୟୁ ମାମଲା

ବ୍ରହ୍ମପୁର ଅଫିସ,୧ା୯-ଏମ୍‌କେସିଜି ମେଡିକାଲରେ ଦିନକରେ ୫ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ୨ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ବିଦ୍ୟୁତ୍‌ ଆଘାତ,...

ଶିଳାନ୍ୟାସରେ ଅଟକିଛି ଯାତ୍ରୀ ବିଶ୍ରାମାଗାର :ସମ୍ପୂର୍ଣ୍ଣ ହୋଇପାରୁନି ମୁଖ୍ୟ ଡ୍ରେନର ପୁନରୁଦ୍ଧାର

ଗଞ୍ଜାମ,୨୪୮(ଡି.ଏନ.ଏ.)-୧୨ ୱାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସିରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଜନସାଧାରଣ। ଏଠାରେ ରାସ୍ତାଘାଟର ଅବସ୍ଥା...

ମହୁମାଛି ଦଂଶନରେ ନାବାଳକଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୦ା୧୦-ମହୁମାଛି ଦଂଶନରେ ଗୁରୁତର ଥିବା ଜଣେ ନାବାଳକଙ୍କର ଏମ୍‌କେସିଜି ମେଡିକାଲରେ ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତକ କୋରାପୁଟ ଜିଲା ଦାମନଯୋଡି ଥାନା ହାତୀମୁଣ୍ଡାର...

ପୃଥକ ଦୁର୍ଘଟଣା: ୨ ମୃତ

ବ୍ରହ୍ମପୁର ଅଫିସ, ୨୦।୭: ବାଇକରୁ ଖସି ପୃଥକ ଘଟଣାରେ ୨ ଜଣଙ୍କର ଏମ୍‌କେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ କୃଷ୍ଣକୃପାମୟପୁର...

ଜଙ୍ଗଲରେ ଗୁଳି ଫୁଟିଲା, ଜଣେ ଗୁରୁତର

ଫୁଲବାଣୀ ଅଫିସ, ୨୨ା୬-ଖଜୁରିପଡା ବ୍ଲକ ସଦର ଥାନା ମାଣିଶ୍ୱର ଜଙ୍ଗଲରେ ଗୁଳି ଫୁଟିଛି। କାଠ କାଟୁଥିବା ବେଳେ ଗୁଳି ଆସି ଜଣେ ଯୁବକଙ୍କ ଗୋଡରେ ବାଜିଛି।...

ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ବୈଠକ: ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ନେଇ ହଟ୍ଟଗୋଳ

ଦାରିଙ୍ଗବାଡ଼ି,୨୨।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ...

Leave a comment

Your email address will not be published. Required fields are marked *