ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୪ା୭-ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଥିବା ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଦାମୀ ଗ୍ରାମର ଦଣ୍ଡୁଆ ଦିଘାଲ। ବୁଧବାର ବୈଦ୍ୟନାଥପୁର ପୋଲିସ ମୃତଦେହ ଜବତ କରି ନଂ. ୩୫୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଦଣ୍ଡୁଆ ୨୦୧୭ ମେ ୧ ତାରିଖରୁ ଫୁଲବାଣୀ ଜିଲା ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ସେ ପକ୍ଷାଘାତରେ ଆକ୍ରାନ୍ତ ଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ଗତ ୨୮ ତାରିଖରେ ତାଙ୍କୁ କନ୍ଧମାଳ ଜିଲା ଜେଲରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ଦଣ୍ଡୁଆଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ବୁଧବାର ସକାଳେ ପରିବାର ଲୋକେ ବ୍ରହ୍ମପୁର ମେଡିକାଲରେ ପହଞ୍ଚିବା ପରେ ମାଜିଷ୍ଟ୍ରେଟ ତଥା ସହକାରୀ ଜିଲାପାଳ ଡ଼ି. ମାଲେଶ୍ୱର ପାତ୍ରଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


All Right Reserved By Dharitri.Com

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ,କାମଚଳା ଅଧ୍ୟକ୍ଷାଙ୍କୁ ପୁଣି ଦାୟିତ୍ୱ

ବ୍ରହ୍ମପୁର ଅଫିସ,୨୮ା୪-ପୁଣି ଥରେ ବଦଳିଲେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷା। ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ଦେବଦତ୍ତା ମିଶ୍ରଙ୍କର କଟକସ୍ଥିତ ଜାତୀୟ କବି ବୀର କିଶୋର (ଜେକେବିକେ)...

ଚାପ ପକାଇ ଦାବି ହାସଲ କରିବାକୁ ନିଷ୍ପତ୍ତି

ଭଞ୍ଜନଗର,୧୧।୮(ଡି.ଏନ.ଏ.)- ବ୍ରହ୍ମପୁର ଭାୟା ଭଞ୍ଜନଗର ସମ୍ବଲପୁର ରେଳ ଲାଇନ ଦାବି ନେଇ ଭଞ୍ଜନଗର ବାର୍‌ ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ଶନିବାର ଏକ ବୈଠକ ହୋଇଯାଇଛି। ବୈଠକରେ...

ଜାତୀୟ କୃମି ନାଶକ ଦିବସ : ଗଞ୍ଜାମ ଜିଲାରେ ୭ ଲକ୍ଷ ୩୪ ହଜାର ଶିଶୁ ଖାଇବେ ଔଷଧ

ବ୍ରହ୍ମପୁର ଅଫିସ,୮।୮: ଗଞ୍ଜାମ ଜିଲା ଗୋଳନ୍ଥରାସ୍ଥିତ ବିଜୁ ଆଦର୍ଶ ବିଦ୍ୟାଳୟଠାରେ ଗୁରୁବାର ଜିଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ...

ଶିକାରୀଙ୍କ ବିଦ୍ୟୁତ୍‌ ତାର ଲାଗି ଜଣେ ମୃତ

କବିସୂର୍ଯ୍ୟନଗର,୨୪ା୮-କବିସୂର୍ଯ୍ୟନଗର ଥାନା ଦୋରାବଗଡ଼ ଗାଁରେ ଗୁରୁବାର ବିଳମ୍ବିତ ରାତିିରେ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଜଣେ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ...

ବଦଳି ଆବେଦନପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ଦେବା ପାଇଁ ଲାଞ୍ଚ: ସାଉଥ୍‌କୋ ସହକାରୀ ଯନ୍ତ୍ରୀ ଗିରଫ

ବ୍ରହ୍ମପୁର ଅଫିସ,୧୮ା୫: ଜଣେ ଲାଇନ ମ୍ୟାନଙ୍କ ବଦଳି ଆବେଦନପତ୍ରକୁ ଛତ୍ରପୁର ସବ୍‌ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ଖଲ୍ଲିକୋଟ ସାଉଥକୋର ଜଣେ ସହକାରୀ ଯନ୍ତ୍ରୀ...

ଅଟୋ ସହ ୨୦ ବସ୍ତା ଗଞ୍ଜେଇ, ଭାଙ୍ଗ ଜବତ

ସୋରଡ଼ା,୩ା୧୦(ଡି.ଏନ୍‌.ଏ.): ବଡ଼ଗଡ଼ ଥାନା ଗାଙ୍ଗପୁର ଗ୍ରାମରୁ ଅବକାରୀ ବିଭାଗ ଚଢାଉ କରି ଏକ ଅଟୋରେ ଲୋଡ ହୋଇଥିବା ୨୦ ବସ୍ତା (୬କୁଇଣ୍ଟାଲ) ଗଞ୍ଜେଇ ଭାଙ୍ଗ ଜବତ...

ରାଜସ୍ବ ସମୀକ୍ଷା ବୈଠକ: ୨୩ରୁ ଚୋରା ବାଲି ଚାଲାଣ ରୋକିବାକୁ ଭିଡିଓଗ୍ରାଫି

ଛତ୍ରପୁର,୨୨ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା...

୯୩୬ଜଣ ଭୋଟଗଣତି କର୍ମଚାରୀଙ୍କୁ ତାଲିମ

ବ୍ରହ୍ମପୁର ଅଫିସ୍‌,୧୬ା୫-ଚଳିତ ସାଧାରଣ ନିର୍ବାଚନର ଭୋଟ୍‌ଗଣତି ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବ। ଗଞ୍ଜାମ ଜିଲାର ୧୩ଟି ବିଧାନସଭା ଆସନ ଏବଂ ୨ଟି ଲୋକ ସଭା ଆସନର...

Leave a comment

Your email address will not be published. Required fields are marked *